ଖଜୁରୀପଡ଼ା ୦୮/୦୮: ଖଜୁରୀପଡ଼ା ଥାନା ଅଂଚଳରେ ପୋଖରୀରେ ବୁଡିଯାଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଟିଟ୍ରାପଙ୍ଗା ପଞ୍ଚାୟତ ଗଣ୍ଡାକାଠି ଗାଁର ମନୋହର ବେହେରା (୫୩) । ସୂଚନା ଅନୁଯାୟୀ, ମନୋହର ଗାଧୋଇବା ପାଇଁ ଗାଁ ନିକଟସ୍ଥ ବରକୁଟି ପୋଖରୀକୁ ଯାଇଥିଲେ । ଗାଧୋଇବା ବେଳେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଖବର ପାଇ ପରିବାର ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନଙ୍କ ସହଯୋଗରେ ଫୁଲବାଣୀ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ଏ.ଏସ.ଆଇ ପୂର୍ଣ୍ଣବାସୀ ରାଉତ ସୂଚନା ଦେଇଛନ୍ତି ।

ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ବାଛିବେ ମୋଦି, ଜେପ...