ବରଗଡ, ୬।୫ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ ଜିଲ୍ଲା ଶିଳ୍ପ କେନ୍ଦ୍ରର ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ ( DRP ) । ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ବରଗଡ଼ ଜିଲା ଶିଳ୍ପ କେନ୍ଦ୍ର ଅଫିସ ଅଧିନ ରେ DRP ଭାବେ କାର୍ଯ୍ୟରତ ରାକ୍ଷୀ ମେହେରଙ୍କୁ ଧରିଲା ଭିଜିଲାନ୍ସ ।
ଜଣେ ହିତାଧିକାରୀ ଙ୍କ ଠାରୁ ୮ ଲକ୍ଷ ୬୪ ହଜାର ଟଙ୍କା ଲୋନ୍ ବାବଦ ର ୩୫ ଶତକଡ଼ା ସବସିଡି କରେଇ ଦେବା ନାଁ ରେ ନେଉଥିଲେ ଲାଞ୍ଚ । ବ୍ୟାଙ୍କ ଆକାଉଣ୍ଟ ଯୋଗେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏଥିସହ ଗାଇସିଲେଟ ଓ ବିଜେପୁର ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଥିରେ ତିନୋଟି ଭିଜିଲାନ୍ସ ଟିମ୍ ସାମିଲ୍ ଥିଲେ।
ଆହୁରି ପଢନ୍ତୁ : ଅପରେସନ ‘ଶିବ’ ସଫଳ : ପଥର ସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର