ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜବରଦଖଲ ଉଚ୍ଛେଦ ସମୟରେ ଅଘଟଣ, ଟ୍ରାଫିକ୍‌ ଡିଏସପିଙ୍କ ଗାଳି ଶୁଣି ହୃଦଘାତରେ ଜୀବନ ହରାଇଲେ ଦୋକାନୀ

Published By : Tapas Panda | March 8, 2025 6:59 PM

ପାଟନା: ବିହାରର ଭାଗଲପୁରରେ ଜବରଦଖଲ ଉଚ୍ଛେଦ ସମୟରେ ବଡ଼  ଅଘଟଣ । ରାସ୍ତାକଡ଼ରେ ଫଳ ଦୋକାନ କରିଥିବା ଦୋକାନୀଙ୍କୁ  ସେଠାକର ଟ୍ରାଫିକ୍ ଡିଏସପି ଗାଳିଗୁଲଜ କରିଥିଲେ । ସେଥିମଧ୍ୟରୁ ଜଣେ ଫଳ ଦୋକାନୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଘଟଣା ପରେ ସହରର ଫଳ ବିକ୍ରେତାମାନେ ରାସ୍ତା ଅବରୋଧ କରିବା ସହ  ଜଳାପୋଡ଼ା କରିଛନ୍ତି । ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନର ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଭାଗଲପୁରର ଜୋଗସର ଥାନା ଅଞ୍ଚଳର ଘଣ୍ଟାଘର ଚୌକରେ ଏହି ଘଟଣା ଘଟିଛି । 

ସେଠାରେ ପ୍ରତିଦିନ ଟ୍ରାଫିକ୍ ଜାମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପୋଲିସ ଜବରଦଖଲ ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ଏହି ସମୟରେ, ଫଳ ବିକ୍ରେତା ମହେନ୍ଦ୍ର ସାଓଙ୍କୁ ରାସ୍ତାରେ ଦୋକାନ କରିଥିବା ଦେଖି, ଟ୍ରାଫିକ୍ ଡିଏସପି ତାଙ୍କୁ ଗାଳିଗୁଲଜ କରିଥିଲେ । ସେ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହା ସହ ଟ୍ରଫିକ୍‌ ଡିଏସପି ବାଡ଼ ଧରି ତାଙ୍କୁ ଗୋଡ଼ାଇଥିଲେ । 

ଟ୍ରାଫିକ ଡିଏସପିଙ୍କ ବ୍ୟବହାରରେ ଭୟଭୀତ ହୋଇପଡ଼ିବାରୁ ମହେନ୍ଦ୍ର ସାଓଙ୍କ  ହୃଦଘାତ ହୋଇଥିଲା । ମୃତ ମହେନ୍ଦ୍ର ସାହୁଙ୍କ ପୁଅ ଦିନେଶ କହିଛନ୍ତି ଯେ, ତାଙ୍କ ବାପାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ଦୋକାନୀମାନେ ଉତ୍ତ୍ୟକ୍ତ ହୋଇ ଘଣ୍ଟାଘର ଛକରୁ ଷ୍ଟେସନ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଅବରୋଧ କରି ତିନି ଘଣ୍ଟା ଧରି ପ୍ରତିବାଦ କରିଥିଲେ । ଏହି ସମୟରେ ଦୋକାନୀମାନେ ରାସ୍ତାରେ ଟାୟାର, ପ୍ଲାଷ୍ଟିକ ଏବଂ ବାଉଁଶ ଜାଳି ବହୁତ ହଙ୍ଗାମା କରିଥିଲେ ।

ଏହି ସମୟରେ ଦୋକାନୀମାନେ ମୃତ ମହେନ୍ଦ୍ରଙ୍କ ମୃତଦେହକୁ ରାସ୍ତା ମଝିରେ ଏକ ଗାଡ଼ିରେ ମଧ୍ୟ ରଖିଥିଲେ । ସୂଚନା ପାଇ ଭାଗଲପୁର ବିଧାୟକ ଅଜିତ ଶର୍ମା ଅନ୍ୟ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଘଟଣାସ୍ଥଳରେ ଏସଡିଓ ଧନଞ୍ଜୟ କୁମାର ଏବଂ ଡିଏସପି ଅଜୟ ଚୌଧୁରୀ ମଧ୍ୟ ଲୋକଙ୍କୁ ବୁଝାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ । ଶେଷରେ ଏସଡିଓ ଷ୍ଟାମ୍ପ ପେପରରେ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ଲେଖିବାରୁ ଆନ୍ଦୋଳନ ଥମିଥିଲା । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.