ମୁମ୍ବାଇ,୦୨/୦୮: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦୁଲୀପ୍ ଟ୍ରଫି ପାଇଁ ପଶ୍ଚିମାଞ୍ଚଳ ଦଳ ଘୋଷଣା କରାଯାଇଛି । ମୁମ୍ବାଇ ପେସ୍ ବୋଲର ସର୍ଦୁଲ ଠାକୁର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଶ୍ରେୟାସ ଆୟର, ଯଶସ୍ୱୀ ଜୈସ୍ୱାଲ୍, ସର୍ଫରାଜ ଖାନ, ଋତୁରାଜ ଗାଏକୱାଡ୍ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି । ମାତ୍ର ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଭଳି ପ୍ରସିଦ୍ଧ ଖେଳାଳିଙ୍କୁ ଘୋଷିତ୧୫ଜଣିଆ ଦଳରେ ସ୍ଥାନ ମିଳି ନାହିଁ ।
ଶୁକ୍ରବାର ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଞ୍ଜୟ ପାଟିଲ, ବରୋଦା କ୍ରିକେଟ୍ ଆସୋସିଏସନର ପ୍ରୟାନ ଦାଭେ, ମହାରାଷ୍ଟ୍ରର ଅକ୍ଷୟ ଦାରେକର, ସୌରାଷ୍ଟ୍ରର ସନ୍ଦିପ ମଣିୟାର, ଗୁଜରାଟର କିରତ ଦମାନିଙ୍କୁ ନେଇ ଗଠିତ କମିଟି ପଶ୍ଚିମାଞ୍ଚଳ ଦଳ ଚୟନ କରିଥିଲା । ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସମ୍ପାଦକ ଅଭୟ ହଡପ କନଭେନର ନିଯୁକ୍ତ ହୋଇଥିଲେ ।
ସୂଚନାଯୋଗ୍ୟ, ଗୋଟିଏ ବର୍ଷର ବ୍ୟବଧାନ ପରେ ଦୁଲୀପ୍ ଟ୍ରଫି ପୁଣି ଥରେ ଜୋନାଲ୍ ଫର୍ମାଟ୍ରେ ଆୟୋଜନ କରାଯିବ । ଗତ ବର୍ଷ ଜାତୀୟ ସିନିୟର ଚୟନ କିମିଟି ଅଧିନର ୪ଟି ଦଳ ଚୟନ କରାଯାଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା ।
ଦଳ: ସର୍ଦୁଲ ଠାକୁର (ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍, ଶ୍ରେୟାସ ଆୟର, ସର୍ଫରାଜ ଖାନ, ସାମ୍ସ ମୁଲାନି, ତନୁଶ କୋଟିଆନ, ତୁଷାର ଦେଶପାଣ୍ଡେ, ମହାରାଷ୍ଟ୍ରରୁ ଋତୁରାଜ ଗାଏକୱାଡ୍, ଗୁଜରାଟରୁ ଆର୍ୟ ଦେଶାଇ, ଜୟମିତ ପଟେଲ, ମନନ ହିଙ୍ଗରାଜିଆ, ସୌରଭ ନୱଲେ, ଅର୍ଜନ ନଗସୱାଲା, ସୌରାଷ୍ଟ୍ରରୁ ହାର୍ଭିକ ଦେଶାଇ, ଧର୍ମେନ୍ଦ୍ର ଜାଡ଼େଜା ।