ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

Published By : Harapriya Sethi | October 14, 2024 8:20 AM

ଭୁବନେଶ୍ୱର,୧୪/୧୦ : ସରିଲା ଦୁର୍ଗାପୂଜା । ଧରାପୃଷ୍ଠରୁ ଆଜି ବିଦାୟ ନେବେ ମା' ଦୁର୍ଗା । ନବରାତ୍ରର ପୂଜା ପରେ ମାଙ୍କୁ ବିଦାୟ ଦେବେ ଭକ୍ତଗଣ । ଏନେଇ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ପୋଲିସ ଏବଂ ପ୍ରଶାସନ ବୈଠକ କରିଛନ୍ତି । ଏହି ବୈଠକରେ ଭସାଣି ସମ୍ପର୍କରେ ଆଲୋଚନା କରି ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି । କେଉଁ ରାସ୍ତାରେ ମୂର୍ତ୍ତି ସବୁ ନିଆଯିବ ଏବଂ କିଭଳି ସୁରୁଖୁରୁରେ ଭସାଣି କାର୍ଯ୍ୟ ସମ୍ପର୍ଣ୍ଣ ହେବ ସେନେଇ ପ୍ରସ୍ତୁତ ହୋଇଛି ପ୍ରଶାସନ । ଏହି ସମୟରେ କିଭଳି ଟ୍ରାଫିକକୁ ନିୟନ୍ତ୍ରଣ କରାଯିବ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହ କିଭଳି ବିଶୃଙ୍ଖଳା ନହେବ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେଥିପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଛି । ଏହାସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । 

ଭୁବନେଶ୍ୱରରେ ଭସାଣି ପାଇଁ  ୪ ଟି ଅସ୍ଥାୟୀ ପୁଷ୍କରଣୀ ନିର୍ମାଣ କରିଛି ବିଏମସି । କୁଆଖାଇ ଓଭର ବ୍ରିଜର ଦୁଇ ପଟେ ଦୁଇଟି ଅସ୍ଥାୟୀ ପୁଷ୍କରଣୀ ପ୍ରସ୍ତୁତ କରାଯାଇଛି । ପୁଷ୍କରିଣୀକୁ ଅସ୍ଥାୟୀ ରାସ୍ତା ନିର୍ମାଣ ସହ, ଭସାଣି ପାଇଁ ସରିଛି ପ୍ରସ୍ତୁତି । କୁଆଖାଇ ଅସ୍ଥାୟୀ ପୁଷ୍କରଣୀରେ ବ୍ୟାପକ ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.