ମାଲକାନଗିରି,୫/୧୨: ମାଲକାନିଗିରି ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ଟିମ ପକ୍ଷରୁ ପାଟ୍ରୋଲିଂ ସମୟରେ ଅଟୋ ସହିତ ୨ଲକ୍ଷ ୨୫ହଜାର ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଚଢ଼ାଉରେ ଜଣକୁ ଗିରଫ କରାଯାଇଛି। ଶୁକ୍ରବାର ସକାଳେ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ପକ୍ଷରୁ ମାଲକାନଗିରି ଥାନା କାଦବାହଲ ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ବାଲିମେଳା ଆଡ଼ୁ ଗୋଟିଏ ଅଟୋ ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଚେକ କରିବା ପରେ ସେଥିରୁ ଗୋଟିଏ ଜରିବସ୍ତା ମିଳିଥିଲା। ଏଥିରେ ୨୨କେଜି ୫୦୦ ଗ୍ରାମ ଗଞ୍ଜାଇ ମିଳିଥିଲା, ଗଞ୍ଜେଇ ସହ ଅଟୋକୁ ଜବଦ କରାଯାଇଛି।
ଗିରଫ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଥାନା କୁ ନିଆଯାଇ ପଚରା ଉଚରା କରାଯାଇଥିଲା। ପରେ ଜଣାପଡ଼ିଥିଲା ଯେ, ଏହି ଗଞ୍ଜେଇକୁ ସେ ଛତିଶଗଡ଼ ସୁକୁମାକୁ ନେଇକି ଯାଉଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୨୫ ହଜାର ଟଙ୍କା ହେବ। ଗିରଫ ବ୍ୟକ୍ତି ହେଲେ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଗ୍ରାମର ତୁଳସୀରାମ ଟାକରି। ଗଞ୍ଜେଇ ଚୋରା ଚାଲାଣକାରୀ ତୁଳସୀ ରାମକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ସମୟରେ ଅବକାରୀ ଭ୍ରାମ୍ୟମାଣ ଟିମର ଅବକାରୀ ଇନିସ୍ପପେକ୍ଟର ବିଙ୍ଗରାଜ ଦାମୀ , ଅବକାରୀ ଏଏସ ଆଇ ପ୍ରଦୀପ କୁମାର ନାୟକ, ଅବକାରୀ କନେଷ୍ଟବଳ ଜ୍ଞାନରଞ୍ଜନ ସାହୁ, ପାଣ୍ଡଵ ଟୁଡୁ, ସୀତାକାନ୍ତ ମହାନ୍ତି, ଚନ୍ଦନ ଚେଟି ପ୍ରମୁଖ ସାମିଲ ଥିଲେ।