ବ୍ୟୁରୋ ୧୨/୦୭ : ଆପଣଙ୍କ ଫ୍ୟାନରେ ଧୂଳି ଜମିଛି କି ? ସାବଧାନ ! ଏହି ଛୋଟ ଭୁଲ୍ ବଢ଼ାଇପାରେ ଆପଣଙ୍କ ବିଦ୍ୟୁତ୍ ବିଲ୍, ଖର୍ଚ୍ଚ ହୋଇପାରେ ହଜାର ହଜାର ଟଙ୍କା। ଆଜ୍ଞା ହଁ ଯେଉଁ ଫ୍ୟାନ୍ ଆମ ପାଇଁ ବେଶୀ ଉପଯୋଗୀ ସେହି ଫ୍ୟାନ ହିଁ ଆମକୁ କରିବ କାଙ୍ଗାଳ।

ଗରମ ଦିନରେ ଘରର ଫ୍ୟାନ୍ ହିଁ ଆମର ସବୁଠୁ ବଡ଼ ସାହାରା। କିନ୍ତୁ ଏହି ଫ୍ୟାନ୍ର ବ୍ଲେଡ୍ରେ ଜମିଥିବା ଧୂଳି ଆପଣଙ୍କୁ ଦେଇପାରେ ଏକ ବଡ଼ ଝଟକା। ଦେଖିବାକୁ ସାଧାରଣ ଲାଗୁଥିବା ଏହି ଧୂଳି ହିଁ ଆମ ସମସ୍ୟାର ମୁଖ୍ୟ କାରଣ ଅର୍ଥାତ୍ ବିଲ ବଢେଇବାର ଅସଲ କାରଣ। ଏହି ଧୂଳି ହିଁ ଫ୍ୟାନ୍ର କାର୍ଯ୍ୟକ୍ଷମତା କମାଇବା ସହ ବିଦ୍ୟୁତ୍ ବିଲ୍ ବଢ଼ାଇଥାଏ । ତେବେ କେମିତି ଆସନ୍ତୁ ଜାଣିବା ଏହି ରିପୋର୍ଟରେ ….

ଫ୍ୟାନର ତିନୋଟି ବ୍ଲେଡର କାମ ହେଉଛି ଠିକ୍ ଭାବରେ ବାୟୁକୁ ଚଳାଇବା। କିନ୍ତୁ ବ୍ଲେଡରେ ଧୂଳିର ଏକ ମୋଟା ସ୍ତର ଜମିଗଲେ ବାୟୁ ପ୍ରବାହରେ ବାଧା ସୃଷ୍ଟି ହୁଏ। ଫ୍ୟାନ୍ ଚାଲୁଥିଲେ ମଧ୍ୟ ପୂର୍ବଭଳି ପବନ ମିଳେ ନାହିଁ। ଯାହାଦ୍ବାରା ଫ୍ୟାନ ଉପରେ ଅଧିକ ପ୍ରେସର ପଡ଼ିଥାଏ ଏବଂ ବିଦ୍ୟୁତ ଅଧିକା ଖର୍ଚ୍ଚ ହେଇଥାଏ।

Breaking News: ଥରିଲା ଓଡ଼ିଶା ଉପକୂଳ ! ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟମ ଧରଣର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ଧୂଳି ଯୋଗୁଁ ବ୍ଲେଡର ଗତି ଓ ବାୟୁ ଚଳାଇବା କ୍ଷମତା କମିଯାଏ। ଫଳରେ ଫ୍ୟାନର ମୋଟରକୁ ସମାନ ଗତି ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େ। ଏହା ମୋଟର ଉପରେ ଅଧିକ ଲୋଡ୍ ପକାଏ ଏବଂ ବିଦ୍ୟୁତ୍ ଖର୍ଚ୍ଚକୁ ବଢାଇଥାଏ ।

ବ୍ଲେଡରେ ପ୍ରାୟ ୦.୫ ମିମି ଧୂଳିର ସ୍ତର ମଧ୍ୟ ଫ୍ୟାନର ବାୟୁଗତିକ କ୍ଷମତାକୁ ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ କମାଇପାରେ। ଦୀର୍ଘ ସମୟ ଧରି ଏହି ସ୍ଥିତି ରହିଲେ ମୋଟର ଗରମ ହେବା, ଖରାପ ହେବା ଏବଂ ମରାମତି ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଥାଏ।

ବିଶେଷଜ୍ଞଙ୍କ ମତରେ ପ୍ରତି ୧୫ ଦିନରେ ଥରେ ଶୁଖିଲା କପଡ଼ାରେ ଫ୍ୟାନର ବ୍ଲେଡ୍ ଓ ମୋଟର ଅଂଶ ସଫା କରିବା ଭଲ। ନିୟମିତ ସଫା କଲେ ଫ୍ୟାନ୍ ଭଲ ପବନ ଦେବା ସହ ଏହାର ଆୟୁଷ ମଧ୍ୟ ବଢ଼ିଥାଏ। ଏବଂ ଆପଣଙ୍କର ପକେଟରୁ ଖର୍ଚ୍ଚ କମିଥାଏ ।