ନୂଆଦିଲ୍ଲୀ, ୯।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା । ନ୍ୟୁୟର୍କ ସ୍ଥିତ ଦ୍ୱିତୀୟ ଆମେରିକୀୟ ସର୍କିଟ୍ କୋର୍ଟ ଅଫ୍ ଅପିଲ୍ ଟ୍ରମ୍ପଙ୍କ ଆବେଦନକୁ ଖାରଜ କରିଛନ୍ତି । ଯେଉଁଥିରେ ସେ ସାମ୍ବାଦିକ ଏବଂ ଲେଖକ ଇ. ଜିନ୍ କ୍ୟାରୋଲଙ୍କୁ ୮୩.୩ ମିଲିୟନ ଡଲାରର କ୍ଷତିପୂରଣ ନ ଦେବାକୁ ଦାବି କରିଥିଲେ । 

ମାମଲା କ’ଣ ? 

୮୧ ବର୍ଷୀୟ ଇ. ଜିନ୍ କ୍ୟାରୋଲ 'ଏଲେ' ପତ୍ରିକାର ପୂର୍ବତନ ସ୍ତମ୍ଭକାର । ସେ ଅଭିଯୋଗ କରିଥିଲେ ଯେ, ଟ୍ରମ୍ପ ୧୯୯୦ ଦଶକରେ ନ୍ୟୁୟର୍କର ଏକ ଡିପାର୍ଟମେଣ୍ଟ ଷ୍ଟୋରର ଡ୍ରେସିଂ ରୁମ୍‌ରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଟ୍ରମ୍ପ ୨୦୧୯ରେ ଇ.ଜିନ୍‌ଙ୍କ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ଏବଂ ସେ କହିଥିଲେ ଯେ କ୍ୟାରୋଲ "ମୋ ଟାଇପ୍‌ର ନୁହଁନ୍ତି, ସେ ତାଙ୍କ ପୁସ୍ତକ ବିକ୍ରୟ କରିବା ପାଇଁ ଏଭଳି ମନଗଢ଼ା କାହାଣୀ ଶୁଣାଉଛନ୍ତି" । କହିରଖୁଛୁ ଯେ, ଏହି ୮୩.୩ ମିଲିୟନ ଡଲାରର କ୍ଷତିପୂରଣରୁ କ୍ୟାରୋଲଙ୍କ ଭାବନା ଓ ମାନହାନି ବାବଦକୁ ୧୮.୩ ମିଲିୟନ ଡଲାର ଏବଂ ୬୫ ମିଲିୟନ ଡଲାର ଦଣ୍ଡ ସ୍ୱରୂପ କ୍ଷତିପୂରଣରେ ସାମିଲ ।

ସୁପ୍ରିମ​​​​​​​କୋର୍ଟଙ୍କ ନିଷ୍ପତ୍ତି: 

ତିନି ଜଣିଆ ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି, "ଏହି ମାମଲାର ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୁରି ଦ୍ୱାରା ଦିଆଯାଇଥିବା କ୍ଷତିପୂରଣ ନିଷ୍ପତ୍ତି ଉପଯୁକ୍ତ ।" ଟ୍ରମ୍ପ ଯୁକ୍ତି ବାଢ଼ିଥିଲେ ଯେ, ଆମେରିକାର ସୁପ୍ରିମକୋର୍ଟଙ୍କ ୨୦୨୪ ନିଷ୍ପତ୍ତି ଅନୁଯାୟୀ, ତାଙ୍କୁ ଅପରାଧିକ ମାମଲାରେ ବ୍ୟାପକ କରିଥିଲେ, ଯାହା ଦେୱାନୀ ମାମଲା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ୍ । ସେ ଏହା ମଧ୍ୟ କହିଥିଲେ ଯେ, ୨୦୧୯ରେ ତାଙ୍କର ବକ୍ତବ୍ୟ ରାଷ୍ଟ୍ରପତିଙ୍କ ସରକାରୀ କର୍ତ୍ତବ୍ୟର ଏକ ଅଂଶ ଥିଲା ଏବଂ ଯଦି ଏଥିପାଇଁ ତାଙ୍କୁ ଛାଡ଼ ନ ଦିଆଯାଏ, ତେବେ କାର୍ଯ୍ୟନିର୍ବାହୀ ଶାଖା ଦୁର୍ବଳ ହୋଇଯିବ । କିନ୍ତୁ, କୋର୍ଟ ଏହି ସମସ୍ତ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ଟ୍ରମ୍ପ​​​​​​​