ଭୁବନେଶ୍ବର ୨୨/୦୩: ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍'। ରାତି ସାଢ଼େ ୮ଟାରୁ ସାଢ଼େ‌ ୯ଟା  ଘଣ୍ଟାଏ ଯାଏ ଲିଭିବ ଆଲୁଅ।ଘଣ୍ଟାଏ ଅନ୍ଧାର ହୋଇଯିବ ପୃଥିବୀ।  ‘ଆର୍ଥ ଆଓ୍ୱାର୍'ରେ ୧ ଘଣ୍ଟା ଆମ ପୃଥିବୀ ମାଆ ପାଇଁ ପାଳନ କରିବାକୁ ରାଜ୍ୟବସୀଙ୍କୁ  ଅପିଲ୍ କଲେ ‌ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ  ନିଜର ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ କରିଥାନ୍ତି। ଏହା ହେଉଛି ଏହି ଆର୍ଥ ଆଓ୍ୱାର୍ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

'ସୁଇଚ୍‌ ଅଫ୍ ଲାଇଟ୍ସ, ଟୁ ସୁଇଚ୍ ଅନ୍‌ ଲାଇଭସ୍' ଓଡ଼ିଶାବାସୀ ଏହି ଅଭିଯାନରେ  ନିଜକୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବନ କରିଛନ୍ତି। ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ  ଆମ ଘରେ ତଥା କାର୍ଯ୍ୟାଳୟରେ  ସମସ୍ତ ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍‌ ଅଫ୍ ରଖିବାକୁ ଅପିଲ୍ କରାଯାଇଛି।