ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆମେରିକାରେ ୫.୨ ତୀବ୍ରତାର ଭୂକମ୍ପ, ଭୟରେ ଘରୁ ବାହାରି ଆସିଲେ ଲୋକ

Published By : Ankita S | April 15, 2025 8:20 AM

ନୂଆଦିଲ୍ଲୀ,୧୫/୦୪: ଭୂକମ୍ପରେ ଥରିଲା ଆମେରିକା । ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ମାତ୍ର ଭୟରେ ଲୋକ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି ।

ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ସ୍ଥାନୀୟ ସମୟ ଅନୁସାରେ ସୋମବାର ସକାଳୁ ୫.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଏହାର ଗଭୀରତା ୮.୩ କିମି ରହିଥିଲା । ପ୍ରଭାବରେ ସେନ୍ ଡିଏଗୋରେ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଭୂକମ୍ପରେ ଘର ଦୋହଲିବାକୁ ଲାଗିଥିଲା । ଜିନିଷପତ୍ର ଏଣେ ତେଣେ ପଡ଼ିଯାଇଥିଲା । ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ ମାତ୍ର ଭୂକମ୍ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ...ପ୍ରକୃତି କୋପ; ୨୪ ଘଣ୍ଟାରେ ୨ଥର ଥରିଲା ମ୍ୟାଁମାର, ୪.୧ ତୀବ୍ରତା ରେକର୍ଡ଼

ଭୂକମ୍ପ ସମୟର ଏକ ଭିଡ଼ିଓ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ଭୂକମ୍ପରେ ଘର ଦୋହଲିବାକୁ ଲାଗିଥିଲା । ଟେବୁଲ, ଚୌକିି ଦୋହଲିଥିଲା । ଘରେ ଥିବା ଗୃହପାଳିତ ପଶୁ ଭୟରେ ଦୌଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି । କହି ରଖୁଛୁ କି, ଗତ ମାର୍ଚ୍ଚ ୨୮ ତାରିଖରେ ମ୍ୟାଁମାରରେ ୭.୭ ତୀବ୍ରତାର ବିନାଶକାରୀ ଭୂକମ୍ପ ହୋଇଥିଲା । ଯେଉଁଥିରେ ଛାରଖାର ହୋଇଥିଲା ଭାରତର ପଡୋଶୀ ଦେଶ ମ୍ୟାଁମାର । ୩,୬୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ପରଠୁ ମ୍ୟାଁମାରରେ ୩ରୁ ଅଧିକ ଥର ଭୂକମ୍ପ ଝଟକା ଲାଗିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.