ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଜାପାନରେ୧୫ ଦିନରେ ୧୦୦୦ରୁ ଅଧିକ ଭୂମିକମ୍ପ, ଲୋକଙ୍କୁ ଶୋଇବାକୁ ବି ଡ଼ର ଲାଗୁଛି : ସତ ହୋଇଯିବ କି ‘ମାଙ୍ଗା’ର ଭବିଷ୍ୟବାଣୀ ?

Published By : Harapriya Biswal | July 5, 2025 5:47 PM

ନୂଆଦିଲ୍ଲୀ,୫।୭: ଗତ ଦୁଇ ସପ୍ତାହ ମଧ୍ୟରେ ଜାପାନରେ ୧୦୦୦ ରୁ ଅଧିକ ଥର  ଭୂମିକମ୍ପ ହୋଇଛି, ଯାହା ଯୋଗୁଁ ଲୋକମାନେ ଭୟଭୀତ। ଏହି ସମୟରେ, ଏକ ‘ମାଙ୍ଗା କମିକ୍ ବୁକ୍’ ଅଧିକ ଆତଙ୍କ ସୃଷ୍ଟି କରିଛି, ଯେଉଁଥିରେ ଜୁଲାଇ ୫, ଅର୍ଥାତ୍ ଆଜିକୁ ବିନାଶର ଦିନ ଭାବରେ ବର୍ଣ୍ଣନା କରାଯାଇଛି। କମିକ୍ ବୁକ୍‌ର ଏହି ଭବିଷ୍ୟବାଣୀକୁ ନେଇ ସୋସିଆଲ ମିଡିଆରେ ଗୁଜବ ବ୍ୟାପିଛି। କମିକ୍ ବୁକ୍‌ର ଏହି ଭବିଷ୍ୟବାଣୀ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଜାପାନରେ ଏକ ବଡ଼ ବିପର୍ଯ୍ୟୟ ଘଟିବାକୁ ଯାଉଛି। କେବଳ ଦେଶ ଭିତରେ ନୁହେଁ, ସାରା ବିଶ୍ୱର ଲୋକମାନେ ଜାପାନ ଆସିବାର ଯୋଜନାକୁ ନେଇ ମଧ୍ୟ ଭୟଭୀତ। 

ଜୁଲାଇ ୫କୁ ନେଇ ଲୋକମାନେ ଭୟଭୀତ ଥିବାରୁ ପର୍ଯ୍ୟଟନ ହ୍ରାସ ପାଉଛି। ଜାପାନରେ ରହୁଥିବା ଲୋକମାନେ ମଧ୍ୟ ଭାବୁଛନ୍ତି ଯେ ପରବର୍ତ୍ତୀ ସମୟରେ କ'ଣ ହେବ। ଯଦିଓ, ଏପର୍ଯ୍ୟନ୍ତ କୌଣସି ସରକାରୀ ସଂସ୍ଥା ‘କମିକ୍ ବୁକ୍‌’ ଭବିଷ୍ୟବାଣୀକୁ ଗମ୍ଭୀର ଭାବରେ ନେଇନାହାଁନ୍ତି, କିନ୍ତୁ ଭୂମିକମ୍ପର ବାରମ୍ବାର ଘଟଣା ଲୋକଙ୍କ ଚିନ୍ତାକୁ ବଢାଇଛି।  BBC ସହିତ କଥାବାର୍ତ୍ତା ସମୟରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ଶୋଇବାକୁ ବି ଏବେ ଡ଼ର ଲାଗୁଛି। ଏମିତି ଲାଗୁଛି ଯେପରି ପୃଥିବୀ ସବୁବେଳେ ଥରୁଛି।’।

ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟୋକାରା ଦ୍ୱୀପପୁଞ୍ଜ । ଯେଉଁଠାରେ ପ୍ରାୟ ୭୦୦ଲୋକ ବାସ କରନ୍ତି। ଏହି ଦ୍ୱୀପପୁଞ୍ଜରେ ହସ୍ପିଟାଲ ଏବଂ ଜରୁରୀକାଳୀନ ସେବା ସହଜରେ ଉପଲବ୍ଧ ନୁହେଁ, ଯାହା ପରିସ୍ଥିତିକୁ ଆହୁରି ଚିନ୍ତାଜନକ କରିଛି। ସ୍ଥାନୀୟ ଲୋକେ କହିଛନ୍ତି ଯେ ଭୂମିକମ୍ପ ପୂର୍ବରୁ ସେମାନେ ସମୁଦ୍ରରୁ ଏକ ଭୟଙ୍କର ଗର୍ଜନ ଶବ୍ଦ ଶୁଣିଛନ୍ତି। ଅନେକ ଲୋକ ଏହି ପରିସ୍ଥିତିକୁ ଭୟଙ୍କର ଏବଂ ରହସ୍ୟମୟ ବୋଲି ବର୍ଣ୍ଣନା କରିଛନ୍ତି। ଭୟ ଯୋଗୁଁ ଲୋକମାନେ ଜାପାନକୁ ଆସୁନାହାଁନ୍ତି ‘ମାଙ୍ଗା କମିକ’ ରେ ଭୂମିକମ୍ପ ଏବଂ ଜୁଲାଇ ୫ ରେ ବିନାଶର ପୂର୍ବାନୁମାନ ଯୋଗୁଁ ଜାପାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଏପ୍ରିଲରେ ରେକର୍ଡ ସଂଖ୍ୟାକ ୩୯ ଲକ୍ଷ ଲୋକ ଜାପାନ ବୁଲିବାକୁ ଆସିଥିବଲେ। ହେଲେ ଏବେ ଏଥିରେ ହ୍ରାସ ଘଟିଛି। ହଂକଂରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୧୧% ହ୍ରାସ ପାଇଛି। ଲୋକମାନେ ଭୟରେ ଯାତ୍ରା କରୁନଥିବାରୁ ଅନେକ ବିମାନ ମଧ୍ୟ ବାତିଲ କରାଯାଇଛି। 

ମାଙ୍ଗାର ପୂର୍ବାନୁମାନ କ’ଣ? ମାଙ୍ଗା ହେଉଛି ଜାପାନର ଏକ ଖୁବ୍ ଲୋକପ୍ରିୟ ‘କମିକ ବୁକ୍ ସିରିଜ’,  ଯାହା ବିଷୟରେ ଅନେକ ଲୋକ ଦାବି କରନ୍ତି ଯେ ଏହା ଅତୀତରେ ଅନେକ ବିପର୍ଯ୍ୟୟର ସଠିକ୍ ପୂର୍ବାନୁମାନ କରିଛି। ୨୦୧୧ ମସିହାରେ, ଯେତେବେଳେ ଜାପାନରେ ୯.୦ ତୀବ୍ରତାର ଭୂମିକମ୍ପ ଏବଂ ଏକ ଭୟଙ୍କର ସୁନାମି ଆସିଥିଲା ଯେଉଁଥିରେ ପ୍ରାୟ ୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ଏସମ୍ପର୍କରେ ୧୯୯୯ ମସିହାରେ ପ୍ରକାଶିତ ମାଙ୍ଗାର ପ୍ରଥମ ସଂସ୍କରଣରେ ଏହି ବିପର୍ଯ୍ୟୟର ସୂଚନା ଦିଆଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.