ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପାକିସ୍ତାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ଼

Published By : Anindita Ratha | June 29, 2025 8:25 AM

ନୂଆଦିଲ୍ଲୀ,୨୯/୦୬:ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ। ରବିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।ଯାହାର ରିକ୍ଟର ସ୍କେଲରେ  ତୀବ୍ରତା ୫.୨ ରେକର୍ଡ଼ କରାଯାଇଛି।ତେବେ ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜିର ରିପୋର୍ଟ ଅନୁଯାୟୀ, ରବିବାର ଭୋର ୩ଟା ୫୪ ମିନିଟରେ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା।  ଭୂମିକମ୍ପର ଗଭୀରତା ୧୫୦ କିଲୋମିଟର ଥିଲା।

ତେବେ ଗତ କିଛି ବର୍ଷ ମଧ୍ୟରେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ଭୂମିକମ୍ପ ହୋଇଛି ଯାହାକୁ ବହୁତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଉଦାହରଣ ସ୍ୱରୂପ,୨୦୦୫ ମସିହାରେ ମୁଜାଫରାବାଦରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୮୭ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୦୭ ମସିହାରେ, ବେଲୁଚିସ୍ତାନରେ ୭.୭  ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୮୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟାଗୁଡ଼ିକରୁ ସ୍ପଷ୍ଟ ଯେ ପାକିସ୍ତାନରେ ମଧ୍ୟମରୁ ଉଚ୍ଚ ତୀବ୍ରତାର ଭୂମିକମ୍ପ ପ୍ରାୟତଃ ଘଟେ ଏବଂ ବିପର୍ଯ୍ୟୟ ପରିଚାଳନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.