ହରଭଙ୍ଗା, ୧୦।୬ : ପଶ୍ଚିମ ଓ ପୂର୍ବ ଓଡିଶାର ସମ୍ପର୍କର ସେତୁ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନକୁ ଯାଞ୍ଚ କରିଛନ୍ତି ପୂର୍ବତଟ ରେଳ ବିଭାଗର ଜିଏମ ପରମେଶ୍ୱର ପଙ୍କୱାଲ l ମଙ୍ଗଳବାର ବୌଦ୍ଧ ଜିଲ୍ଲାରେ ପହଁଚି ପ୍ରଥମେ ବୌଦ୍ଧ ରେଲୱେ ଷ୍ଟେସନର ନିରୀକ୍ଷଣ କରିବା ସହ ଜିଲ୍ଲା ଷ୍ଟାଡିୟମ ବୁଲି ଦେଖିଥିଲେ l  ବୌଦ୍ଧ ରୁ ପୁରୁଣା କଟକ ରେଲୱେ ଷ୍ଟେସନ ପହଁଚି ଷ୍ଟେସନ ପରିଦର୍ଶନ କରିଥିଲେ  l 

ପୂର୍ବରୁ ସିଆରଏସ ଯାଞ୍ଚ ପୁରୁଣା କଟକ ରେଳ ଷ୍ଟେସନ ପର୍ଯ୍ୟନ୍ତ ହୋଇଥିଲେ ମଧ୍ୟ ଟ୍ରେନ ଗଡି ନ ଥିବା ନେଇ ବୌଦ୍ଧ ଜିଲ୍ଲା ବାସି ଆଶା ଆଶଙ୍କାରେ ରହିଥିଲେ।  ଆଜି ପୁଣିଥରେ GM ଙ୍କ ଯାଞ୍ଚ ପରେ ଖୁବଶୀଘ୍ର ପୁରୁଣା କଟକରୁ ବଲାଙ୍ଗୀରକୁ ରେଳ ଯାତ୍ରା କରିବେ ବୌଦ୍ଧ ବାସୀ l ରେଳ ଗଡ଼ିଲେ ବୌଦ୍ଧବାସୀ ଚଳିତ ବର୍ଷ ମହାପ୍ରଭୁ ଙ୍କ ଘୋଷ ଯାତ୍ରା ଦର୍ଶନ ରେଳ ଯାତ୍ରାରେ କରିବା ନେଇ ଆଶା ବାନ୍ଧିଛନ୍ତି l ଏପଟେ ଶୀଘ୍ର ବୌଦ୍ଧ ଜିଲ୍ଲାବାସୀ ପ୍ରଥମ ଥର କରି ଟ୍ରେନରେ ପୁରୀ ଯାତ୍ରା କରିବା ସ୍ଵଭାଗ୍ୟ ପାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି  ପୂର୍ବତଟ ରେଳ ବିଭାଗ ଚିଫ ଇଞ୍ଜିନିୟରିଂ ଅଜୟ ସାମଲ। ଏହି ଗସ୍ତରେ ସମ୍ବଲପୁର ଡିଆରଏମଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ l