ନୂଆଦିଲ୍ଲୀ: ଏବେ ୪୦ ଡିଗ୍ରୀ ଉପରେ ରହୁଛି ଅନେକ ସହରର ତାପମାତ୍ରା । ଅସହ୍ୟ ଗରମ ସହି ହେଉନି । ଦିନର ଗରମଠାରୁ ବଳି ଯାଉଛି ରାତିର ଗୁଳୁଗୁଳି । ଜମି ରାତିରେ ଶୋଇ ହେଉନି । ରାତିର ତାପମାତ୍ର ମଧ୍ୟ ବଢ଼ୁଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ସମସ୍ତଙ୍କ ପାଖରେ ଏସି ନାହିଁ । ଏହାସହ କୁଲର ମଧ୍ୟ ଥଣ୍ଡା କରିପାରୁନାହିଁ । ଯାହାଦ୍ବାରା ଲୋକେ ବହୁ କଷ୍ଟ ସହୁଛନ୍ତି । ସବୁଠାରୁ ପାଓ୍ବାର କଟ୍ କଷ୍ଟ ଅଧିକ ଦହଗଞ୍ଜ କରୁଛି । ଟିକେ ମଣିଷ ଶାନ୍ତିରେ ଶୋଇଥିବା କି ନାହିଁ ପାଓ୍ବାର କଟ୍ ହେଉଛି । ଯାହାକି ମଣିଷକୁ ଅଧିକ ଚିଡିଚିଡି କରି ଦେଉଛି । ଅଧିକ ଚିଡ଼ାଚିଡ଼ା ହେଲେ ନିଦ ହୁଏନାହିଁ ଏବଂ ଗରମ ଅଧିକ ବଢ଼ିଯାଏ । ତେବେ ଏଭଳି ଅସମ୍ଭାଳ ଗରମରେ କେମିତି ଶୋଇବେ ଶାନ୍ତିରେ ?
ଯଦି ଆପଣଙ୍କୁ ଅଧିକ ଗରମ ଲାଗୁଛି ଏବଂ ଅସ୍ଥିର ଲାଗିଛି ତାହେଲେ ପ୍ରାକୃତିକ ଉପାୟ ଆପଣାନ୍ତୁ । ଆପଣ ଜୋରରେ ଶ୍ବାସ ଟାଣନ୍ତୁ ଏବଂ ଧିରେ ଧିରେ ଛାଡ଼ନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରରୁ ଅମ୍ଲଜାନର ପ୍ରବାହ ବୃଦ୍ଧି ହେବ। ଏହାଦ୍ବାରା ଆପଣଙ୍କୁ ଟିକେ ଶାନ୍ତ ଲାଗିବ ଏବଂ ଗରମ ଟିକେ କମିଯିବ ।
ଥଣ୍ଡା ପାଣି ପିଅନ୍ତୁ
ଯେତେବେଳେ ଆପଣଙ୍କୁ ଅଧିକ ଗରମ ଲାଗୁଛି ପ୍ରଚୁର ପରିମାଣର ପାଣି ପିଅନ୍ତୁ ଏବଂ ଗଭୀର ନିଶ୍ବାସ ନିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଟିକେ ଆରାମ ଲାଗିବ । ଏହାସହ ଆପଣ ଶୀରାଗୁଡ଼ିକୁ ଓଦା ରଖନ୍ତୁ । ବେକର ପଛପାଖରେ ଏବଂ କାନ ପାଖରେ ଓଦା କପଡ଼ା ରଖନ୍ତୁ । ଅଳ୍ପ କିଛି କିଛି ପାଣି ମଧ୍ୟ ଛିଞ୍ଚି ପାରିବେ । ତେବେ ଅତ୍ୟଧିକ ଓଦା କରିପାରିବେ ।
ଉଷୁମ ପାଣିରେ ଗାଧାନ୍ତୁ
ସାଧାରଣତଃ ଆମକୁ ଅଧିକ ଗରମ ଲାଗୁଥିବାବେଳେ ଆମେ ଥଣ୍ଡା ପାଣିରେ ଗାଧୋଇଥାଉ । ଏହାସହ ରୁମକୁ ଥଣ୍ଡା କରିବା ଉପରେ ଅଧିକ ଧ୍ୟାନ ଦେଇଥାଉ । କିନ୍ତୁ ଆପଣ ରାତିରେ ଅଳ୍ପ ଉଷୁମ ପାଣିରେ ଗାଧାନ୍ତୁ । ଏହାଦ୍ବାରା ଆପଣଙ୍କ ରକ୍ତ କୋଷଗୁଡ଼ିକୁ ଖୋଲିଥାଏ ଏବଂ ଆପଣଙ୍କ ଚର୍ମରୁ ଉତ୍ତାପ ମୁକ୍ତ କରିଥାଏ। ଏହା ଆପଣଙ୍କୁ ଗାଧୋଇବାର ୨୦ ମିନିଟ୍ ମଧ୍ୟରେ ଯଥେଷ୍ଟ ଥଣ୍ଡା ଅନୁଭବ କରାଇବ।
ରାତିରେ ଆପଣଙ୍କ ପୋଷାକ ଏବଂ ବିଛଣା ପ୍ରତି ଧ୍ୟାନ ଦିଅନ୍ତୁ। ହାଲୁକା ଏବଂ ଶ୍ୱାସକ୍ରିୟ ପୋଷାକ ପିନ୍ଧନ୍ତୁ। ଧଳା କପା ପୋଷାକ ସବୁଠାରୁ ଭଲ। ରାତିରେ ସର୍ବଦା ଢିଲା ପୋଷାକ ପିନ୍ଧିବାକୁ ମନେରଖନ୍ତୁ। ବିକଳ୍ପ ଭାବରେ, ଘନ କପା ଗଦି ପରିତ୍ୟାଗ କରନ୍ତୁ ଏବଂ ଏକ ସାଧାରଣ କପା ବେଡସିଟ୍ ବାଛନ୍ତୁ। ଏଗୁଡ଼ିକ ପବନକୁ ପ୍ରବେଶ କରିବାକୁ ଦେଇ ଆପଣଙ୍କୁ ଥଣ୍ଡା ରଖେ।
ଏହାସହ ପଢ଼ନ୍ତୁ : ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପାଡିକଲ