ନୂଆଦିଲ୍ଲୀ, ୩୦/୦୧ : ଯୁଦ୍ଧ ଏବଂ ଟାରିଫ୍ ଯୋଗୁ ଏବେ ବିଶ୍ୱ ବଜାର ଆହ୍ୱାନପୂର୍ଣ୍ଣ ସମୟ ଦେଇ ଗତି କରୁଛି। ଗତ କିଛି ଦଶନ୍ଧି ହେବ ଭାରତୀୟ ଅର୍ଥବ୍ୟବସ୍ଥା ମଜଭୁତ ପ୍ରଦର୍ଶନ କରୁଛି । ଏ କ୍ଷେତ୍ରରେ ଭାରତ କେବଳ ଆମଦାନି ବିକଳ୍ପ ନୁହେଁ ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ ବୋଲି ଅର୍ଥନୈତିକ ସର୍ଭେରେ କୁହାଯାଇଛି । ଘରୋଇ ବଜାର ତ୍ରିସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା କ୍ରିଟିକାଲ କ୍ଷମତା ଦୃଢ଼ୀକରଣ, ଉତ୍ପାଦନ ଖର୍ଚ୍ଚ କମାଇବା, ଅତ୍ୟାଧୁନିକ ବିନିର୍ମାଣକୁ ଦୃଢ଼ କରିବା ଉପରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏହା ଆତ୍ମନିର୍ଭରତା ସହ ଦେଶ କୌଶଳାତ୍ମକ ଭାବେ ଏକ ସ୍ଥିତାବସ୍ଥା ଏବଂ ଶକ୍ତିଶାଳୀ ଭାବେ ନିଜକୁ ପ୍ରଦର୍ଶନ କରିପାରିବ ବୋଲି ଏହି ସର୍ଭେରେ କୁହାଯାଇଛି। ଏଭଳି ସ୍ଥିତିରେ ସ୍ୱଦେଶୀ ଅତ୍ୟନ୍ତ ଜରୁରୀ ଏବଂ ଅବଶ୍ୟମ୍ଭାବୀ ହୋଇପଡ଼ିଛି ।

ସ୍ୱଦେଶୀ କ୍ଷମତା ଯୋଗୁ ଦେଶ ବାହ୍ୟ ଆହ୍ୱାନର ଦୃଢ଼ ମୁକାବିଲା କରିବା ସହ ଆନ୍ତଃ କ୍ଷମତା ସହ ଅର୍ଥନୈତିକ ସାର୍ବଭୌମତ୍ୱ ହାସଲ କରିବ । ସ୍ୱଦେଶୀକୁ ଏକ ଶୃଙ୍ଖଳାଗତ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ନେଇ ପରାମର୍ଶ ଦିଆଯାଇଛି । ନିବେଶକୁ ପ୍ରୋତ୍ସାହନ, କ୍ଷମତାର ଅପ୍ଗ୍ରେଡ ଏବଂ ରପ୍ତାନିକୁ ଆଉ ଗୋଟିଏ ସୋପାନକୁ ନେବାକୁ ଏଥିରେ କୁହାଯାଇଛି । ଏ କ୍ଷେତ୍ରରେ ଜାତୀୟ ସ୍ତରରେ ଏକ ଉତ୍ପାଦନ ମୂଲ୍ୟ ହ୍ରାସ କୌଶଳ ପାଇଁ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ବଜାରରେ ପ୍ରତିସ୍ପର୍ଦ୍ଧା ବଢ଼ିବା ସହ ଭିତ୍ତିଭୂମିକୁ ଆହୁରି ବଳ ମିଳିବ । ଦେଶକୁ ଗ୍ଲୋବାଲ ଭାଲ୍ୟୁ ଚେନ୍ ସହ ଆହୁରି ଶକ୍ତ ଭାବେ ଯୋଡ଼ିବା ଏବଂ ବିଶ୍ୱ ବଜାର ଯେଭଳି ଭାରତର ସାମଗ୍ରୀ କିଣିବ ତା’କୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଏ କ୍ଷେତ୍ରରେ ବିଶ୍ୱ ଯେଭଳି ଅନ୍ୟ କଥା କିଛି ଚିନ୍ତା କରିବ ନାହିଁ, ସେ ଦିଗରେ ଇକୋସିଷ୍ଟମକୁ ଗୁରୁତ୍ୱ ଦେବାକୁ ହେବ । ଦେଶକୁ ଅତ୍ୟାଧୁନିକ ମାନୁଫାକଚରିଂକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏ କ୍ଷେତ୍ରରେ ଔଦ୍ୟୋଗିକତାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଛି । ଶିଳ୍ପ ନୀତିର ସଫଳତା ଆନୁଷ୍ଠାନିକ ସଂସ୍କାର, ସୁଫଳ ଉପରେ ବିଶ୍ୱାସ କରୁଥିବା ଅମଲାତନ୍ତ୍ର, ବିଫଳତାକୁ ଡରିବା ଅପେକ୍ଷା ଭୂଲରୁ ନୂଆ ଶିଖିବା ଭଳି ଦିଗ ଗୁଡ଼ିକୁ ଧ୍ୟାନ ଦେବାକୁ କୁହାଯାଇଛି। ସେହିଭଳି ସୁଚିନ୍ତିତ ଆମଦାନି ବିକଳ୍ପ ଏବଂ ଦେଶର କ୍ଷମତା ଗଠନରେ ନିବେଶ ହେଲେ ଏହା ମାନୁଫାକଚରିଂକୁ ଆହୁରି ଦୃଢ଼ କରିବ ।

ଏହି ଖବରଟିକୁ ପଢନ୍ତୁ- ଆର୍ଥିକ ସର୍ବେକ୍ଷଣ୨୦୨୫-୨୬ : ବିଭିନ୍ନ କ୍ଷେତ୍ରରେ ଭାରତର ଦୃଢ଼ ପ୍ରଦର୍ଶନ