ନୂଆଦିଲ୍ଲୀ : ମୁର୍ଶିଦାବାଦର ଶାନ୍ତ ଗଳି ରାସ୍ତା ଗୁଡ଼ିକରେ ଏହି ସମୟରେ ସବୁଠୁ ଅଧିକା ଚର୍ଚ୍ଚା ଏକ ଆଲିଶାନ ବଙ୍ଗଳାକୁ ନେଇ ହେଉଛି। ଲୋକେ ଏହାକୁ ’ହ୍ୱାଇଟ୍ ହାଉସ୍’ କହୁଛନ୍ତି। ଧଳା ରଙ୍ଗରେ ଚମକୁ ଥିବା ଏହି ରାଜମହଲ ଭଳି ଘର ଏବେ କେବଳ ଏକ ଲଗଜରୀ ପ୍ରପର୍ଟି ହୋଇ ରହିନାହିଁ , ବରଂ ଇଡିର ତଦନ୍ତର ସବୁଠୁ ବଡ଼ କେନ୍ଦ୍ର ପାଲଟି ଯାଇଛି। ଯେଉଁ ଘରକୁ ଦେଖି ସଂପୃକ୍ତ ଅଞ୍ଚଳର ଲୋକେ ଦିନେ ଆଶ୍ଚର୍ଯ୍ୟ ହେଉଥିଲେ, ଏବେ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି ଯେ, ଜଣେ ପୁଲିସ ଅଫିସରର ଏତେ ଆୟ ଯେ, ରାଜକୀୟ ଢାଞ୍ଚାରେ ବଙ୍ଗଳା ତିଆରି ହୋଇ ଗଲା। ତଦନ୍ତକାରୀ ସଂସ୍ଥା ମାନଙ୍କ ଅନୁସାରେ, ଏହା କୌଣସି ସାଧାରଣ କୋଠା ନୁହେଁ, ବରଂ କୋଟି କୋଟି ଟଙ୍କାର ମୂଲ୍ୟରେ ନିର୍ମିତ ଏକ ବିଶାଳ ପରିସର।

ସୂତ୍ରର ଦାବି ଯେ, ପାଖାପାଖି ଦୁଇରୁ ତିନି ଏକରରେ ବିସ୍ତୃତ ଏହି ନିର୍ମାଣରେ ବ୍ଲାକ୍ ମନିକୁ ହ୍ୱାଇଟ୍ କରିବାର ଖେଳ ହୋଇଥିଲା। ଏହି କାରଣରୁ , ଯେମିତି ଇଡି ଟିମ୍ ଏଠାରେ ପହଞ୍ଚିଲା, ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଗଲା। ଲୋକଙ୍କ ଭିଡ଼ ଲାଗିଗଲା ଏବଂ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା , ପ୍ରକୃତରେ କଣ ଏହା କଳା ଧନରେ ତିଆରି ମହଲ? 

​​​​​​​

ପୂର୍ବତନ ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ ପୂର୍ବରୁ ହିଁ କଥିତ ଠକେଇ, ବଳପୂର୍ବକ ଆଦାୟ ଓ ‘ସୋନା ପପ୍ପୁ ’ ନେଟୱର୍କ ସହ ଜଡ଼ିତ ମାମଲାରେ ଯାଞ୍ଚ ପରିସରରେ ଅଛନ୍ତି। ଏବେ ତାଙ୍କର ମୁର୍ଶିଦାବାଦ ସ୍ଥିତ ଏହି ଆଲିଶାନ ବା ରାଜକୀୟ ବଙ୍ଗଳା ପୂରା ମାମଲାକୁ ଆହୁରି ରହସ୍ୟପୂର୍ଣ୍ଣ କରି ଦେଇଛି। ତଦନ୍ତକାରୀ ସଂସ୍ଥାଙ୍କ ସୂତ୍ରାନୁସାରେ, ଇଡି ଅଧିକାରୀମାନଙ୍କୁ ଏଠାରୁ ଅନେକ ଆବଶ୍ୟକୀୟ କାଗଜପତ୍ର, ପ୍ରପର୍ଟି ଡିଟେଲ ଓ ଆର୍ଥିକ କାରବାର ସହ ଜଡ଼ିତ ସଙ୍କେତ ମିଳିଛି। କୁହାଯାଉଛି ଯେ, ଉକ୍ତ ବଙ୍ଗଳାର ନିର୍ମାଣରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଛି। ମହଙ୍ଗା ଇଣ୍ଟିରିୟର, ବିଦେଶୀ ଡିଜାଇନ ଓ ହାଇ ସିକ୍ୟୁରିଟି ସିଷ୍ଟମ ଦେଖି ତଦନ୍ତକାରୀ ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ। ସୂତ୍ରର କହିବାନୁସାରେ, ଖେଳ ଏବେ ବାକି ଅଛି ...। କାରଣ ଏହି ଘର ସହ ଅନେକ ବଡ଼ ବଡ଼ ନାଁ ଯୋଡ଼ି ହେବାର ସନ୍ଦେହ ଉପୁଜିଛି। ଏଥିପାଇଁ ଏବେ ଏହି ମାମଲା କେବଳ ଜଣେ ଅଫିସରଙ୍କ ସଂପତ୍ତି ଯାଏ ସୀମିତ ଥିବା କୁହାଯାଉ ନାହିଁ।

ଆହୁରି ମଧ୍ୟ ପଢନ୍ତୁ :  ଆଉ ଏକ ଗଡ଼ ହରାଇଲେ ମମତା, ଯେଉଁଠି ପୁତୁରାଙ୍କର ଥିଲା ଦବଦବା...ସେଠି ହଜିଗଲା ଟିଏମ୍‌ସି ପତାକା