ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍

Published By : Ankita S | March 10, 2025 10:17 AM

ରାୟପୁର,୧୦ /୦୩ : ଚତିଶଗଡ ମଦ ଦୁର୍ନୀତି ମାମଲାରେ ଆକ୍ସନ ମୁଡରେ ଇଡି । ମନି ଲଣ୍ଡିଂ ମାମଲା ନେଇ ୧୪  ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ଓ ତାଙ୍କ ପୁଅଙ୍କ ଘରେ ଇଡି ଛାପା ମାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ୧୪ ଠିକଣାରେ ପିଏମଏଲଏ ଆକ୍ଟ ଅଧୀନରେ ରେଡ୍ କରିଛି ଇଡି ।

ଇଡି ସ୍କାନରରେ ଭୂପେଶ ବଘେଲ- ଛତିଶଗଡରେ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଦ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ଏବେ ପୂର୍ବତନ ମନ୍ତ୍ରୀଙ୍କ ସମେତ ବହୁ ଅଧିକାରୀ ଗିରଫ ହୋଇ ସାରିଛନ୍ତି । ଏବେ ଇଡି ସ୍କାନରରେ ଭୂପେଶ ବଘେଲ । ଆଜି ସକାଳୁ ସକାଳୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶଙ୍କ ଘରେ ଇଡି ରେଡ୍ କରିଛି । ଏହି ଲିଙ୍କରେ ଚତିଶଗଡରେ ପାଖାପାଖି ୧୪ଟି ସ୍ଥାନରେ ସର୍ଚ୍ଚ ଅପରେସନ ହୋଇଛି । ୨୦୧୮ରୁ ୨୦୨୩ ଯାଏ ଭୂପେଶ ଛତିଶଗଡ ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୩ ବିଧାନସଭା ନିର୍ବାଚନରେ ତାଙ୍କ ନେତୃତ୍ବାଧୀନ କଂଗ୍ରେସ ହାରି ଯାଇଥିଲା ।

ଭୂପେଶ ବଘେଲଙ୍କ ପୁଅଙ୍କ ଘରେ ରେଡ୍- ସୁତ୍ର ଅନୁସାରେ ଛତିଶଗଡ ମଦ ଦୁର୍ନୀତି ମାମଲାରେ ପୂର୍ବତନ ସିଏମ ଭୂପେଶ ବଘେଲଙ୍କ ସମେତ ତାଙ୍କ ପୁଅଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଭୂପେଶଙ୍କ ପୁଅ ଚୈତନ୍ୟ ରିୟଲ ଷ୍ଟେଟ୍ କାରବାର କରନ୍ତି ।

କଣ ମାମଲା ? ରିପୋର୍ଟ ଅନୁସାରେ ୨୦୧୭ରେ ମଦ କିଣିବା ଓ ବିକ୍ରି ନେଇ ସିଏସଏମସିଏଲ ପ୍ରସ୍ତୁତ ହୋଇଥିଲା । ମାତ୍ର ସରକାର ଏହାକୁ ବଦଳାଇ ସିଣ୍ଡିକେଟର ଏକ ଟୁଲ ପରି କାମ କରିଥିଲେ । ସିଏସଏମସିଏଲ ସହିତ ଜଡିତ କାମ ପାଇଁ ସବୁ କଣ୍ଟ୍ରାକ୍ଟ ଏହି ସିଣ୍ଡିକେଟ୍ ସହ ଜଡିତ ଲୋକଙ୍କୁ ଦିଆଯାଇଉଥିବା ଅଭିଯୋଗ ହୋଇଛି । ସିଣ୍ଡିକେଟ ଅବୈଧ ମଦ ବିକ୍ରି ସହ ଅଧିକ କମିଶନ ନେଉଥିବା ଇଡି ଦାବି କରିଛି । ଏହି ଦୁର୍ନୀତିରେ ଛତିଶଗଡ ରାଜସ୍ବ ଅଧିକ କ୍ଷତି ସହିଥିଲା । ପାଖାପାଖି ୨,୧୦୦ କୋଟି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଇଡି ଏହି ମାମଲାର ତଦନ୍ତ କରୁଛି ।

ଷଡଯନ୍ତ୍ର କହିଲେ ଭୂପେଶ- ଇଡ଼ି ରେଡକୁ ନେଇ ସୋସିଆଲ ମିଡିଆ ଏକ୍ସରେ ଭୁପେଶ ବଘେଲ କହିଛନ୍ତି,   ୭ ବର୍ଷ ହେବ ଚାଲି ଆସୁଥିବା ମିଛି ମାମଲାକୁ କୋର୍ଟ ରଦ୍ଦ କରିଛନ୍ତି । ଏହା ପରେ ଆଜି ଇଡି ଅତିଥି ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସ ମହାସଚିବଙ୍କ ଭିଲାଇ ଘରେ ପ୍ରବେଶ କରିଛି ।  ଏହି ଷଡଯନ୍ତ୍ରରେ କିଏ ପଞ୍ଜାବରେ କଂଗ୍ରେସକୁ ଅଟକାଇବାକୁ ଚାହୁଁଛି ତେବେ ଏହା ଭୁଲ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.