ରାୟପୁର,୧୦ /୦୩ : ଚତିଶଗଡ ମଦ ଦୁର୍ନୀତି ମାମଲାରେ ଆକ୍ସନ ମୁଡରେ ଇଡି । ମନି ଲଣ୍ଡିଂ ମାମଲା ନେଇ ୧୪  ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ଓ ତାଙ୍କ ପୁଅଙ୍କ ଘରେ ଇଡି ଛାପା ମାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ୧୪ ଠିକଣାରେ ପିଏମଏଲଏ ଆକ୍ଟ ଅଧୀନରେ ରେଡ୍ କରିଛି ଇଡି ।

ଇଡି ସ୍କାନରରେ ଭୂପେଶ ବଘେଲ- ଛତିଶଗଡରେ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଦ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ଏବେ ପୂର୍ବତନ ମନ୍ତ୍ରୀଙ୍କ ସମେତ ବହୁ ଅଧିକାରୀ ଗିରଫ ହୋଇ ସାରିଛନ୍ତି । ଏବେ ଇଡି ସ୍କାନରରେ ଭୂପେଶ ବଘେଲ । ଆଜି ସକାଳୁ ସକାଳୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶଙ୍କ ଘରେ ଇଡି ରେଡ୍ କରିଛି । ଏହି ଲିଙ୍କରେ ଚତିଶଗଡରେ ପାଖାପାଖି ୧୪ଟି ସ୍ଥାନରେ ସର୍ଚ୍ଚ ଅପରେସନ ହୋଇଛି । ୨୦୧୮ରୁ ୨୦୨୩ ଯାଏ ଭୂପେଶ ଛତିଶଗଡ ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୩ ବିଧାନସଭା ନିର୍ବାଚନରେ ତାଙ୍କ ନେତୃତ୍ବାଧୀନ କଂଗ୍ରେସ ହାରି ଯାଇଥିଲା ।

ଭୂପେଶ ବଘେଲଙ୍କ ପୁଅଙ୍କ ଘରେ ରେଡ୍- ସୁତ୍ର ଅନୁସାରେ ଛତିଶଗଡ ମଦ ଦୁର୍ନୀତି ମାମଲାରେ ପୂର୍ବତନ ସିଏମ ଭୂପେଶ ବଘେଲଙ୍କ ସମେତ ତାଙ୍କ ପୁଅଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଭୂପେଶଙ୍କ ପୁଅ ଚୈତନ୍ୟ ରିୟଲ ଷ୍ଟେଟ୍ କାରବାର କରନ୍ତି ।

କଣ ମାମଲା ? ରିପୋର୍ଟ ଅନୁସାରେ ୨୦୧୭ରେ ମଦ କିଣିବା ଓ ବିକ୍ରି ନେଇ ସିଏସଏମସିଏଲ ପ୍ରସ୍ତୁତ ହୋଇଥିଲା । ମାତ୍ର ସରକାର ଏହାକୁ ବଦଳାଇ ସିଣ୍ଡିକେଟର ଏକ ଟୁଲ ପରି କାମ କରିଥିଲେ । ସିଏସଏମସିଏଲ ସହିତ ଜଡିତ କାମ ପାଇଁ ସବୁ କଣ୍ଟ୍ରାକ୍ଟ ଏହି ସିଣ୍ଡିକେଟ୍ ସହ ଜଡିତ ଲୋକଙ୍କୁ ଦିଆଯାଇଉଥିବା ଅଭିଯୋଗ ହୋଇଛି । ସିଣ୍ଡିକେଟ ଅବୈଧ ମଦ ବିକ୍ରି ସହ ଅଧିକ କମିଶନ ନେଉଥିବା ଇଡି ଦାବି କରିଛି । ଏହି ଦୁର୍ନୀତିରେ ଛତିଶଗଡ ରାଜସ୍ବ ଅଧିକ କ୍ଷତି ସହିଥିଲା । ପାଖାପାଖି ୨,୧୦୦ କୋଟି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଇଡି ଏହି ମାମଲାର ତଦନ୍ତ କରୁଛି ।

ଷଡଯନ୍ତ୍ର କହିଲେ ଭୂପେଶ- ଇଡ଼ି ରେଡକୁ ନେଇ ସୋସିଆଲ ମିଡିଆ ଏକ୍ସରେ ଭୁପେଶ ବଘେଲ କହିଛନ୍ତି,   ୭ ବର୍ଷ ହେବ ଚାଲି ଆସୁଥିବା ମିଛି ମାମଲାକୁ କୋର୍ଟ ରଦ୍ଦ କରିଛନ୍ତି । ଏହା ପରେ ଆଜି ଇଡି ଅତିଥି ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସ ମହାସଚିବଙ୍କ ଭିଲାଇ ଘରେ ପ୍ରବେଶ କରିଛି ।  ଏହି ଷଡଯନ୍ତ୍ରରେ କିଏ ପଞ୍ଜାବରେ କଂଗ୍ରେସକୁ ଅଟକାଇବାକୁ ଚାହୁଁଛି ତେବେ ଏହା ଭୁଲ ହେବ ।