ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍

Published By : Prameya | June 7, 2025 11:55 AM

ମୁମ୍ବାଇ,୦୭/୦୬: ବଲିଉଡ୍‌  ଅଭିନେତା ଡିନୋ ମାରିଆଙ୍କ ମୁମ୍ବାଇ ଏବଂ  କେରଳରେ ଥିବା ତାଙ୍କ ଘର ଓ ଅନ୍ୟାନ ୧୫  ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)  ଶୁକ୍ରବାର ଚଢ଼ାଉ କରିଥିଲେ। ଆଜି ଅଭିନେତା ଡିନୋ ମାରିଆଙ୍କୁ ପୁଣି ସମନ୍ ଜାରି କରିଛି। ତାଙ୍କୁ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହେବା ସହ ପଚରାଉଚରାରେ ସହଯୋଗ କରିବାକୁ କୁହାଯାଇଛି। ଆସନ୍ତା ସପ୍ତାହରେ ହାଜର ହେବାକୁ ନୋଟିସ ଜାରି କରିଛି ଇଡି। 

 ମିଠି ନଦୀ  ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ  ମାମଲାରେ ଇଡି ତାଙ୍କ ଘରେ ଛାନଭିନ୍‌  କରିିଥିଲା । ମହାରାଷ୍ଟ୍ରରେ ନଦୀ ସଫେଇ ନାଁରେ  ହୋଇଥିବା ୬୫ କୋଟି ଟଙ୍କା ଦୁର୍ନୀତି  ମାମଲାରେ ଶିବସେନା (ଉଦ୍ଧବ ଗୋଷ୍ଠୀ)  ନେତା ଆଦିତ୍ୟ ଠାକ୍‌ରେଙ୍କ ନିକଟତମ ସହଯୋଗୀ ଡିନୋ ମାରିଆଙ୍କ ନାଁ ରହିଛି ।  ଏହା ପୂର୍ବରୁ ମୁମ୍ବାଇ ପୁଲିସର ଆର୍ଥିକ ଅପରାଧ  ଶାଖା (ଇଓଡବ୍ଲ୍ୟୁ) ଡିନୋ ମାରିଆଙ୍କୁ ଦୁଇଥର ପଚରାଉଚରା କରିଥିଲା । ଇଓଡବ୍ଲ୍ୟୁ ହିଁ ଏହି  ମାମଲାରେ ପ୍ରାରମ୍ଭିକ ଏତଲା ଦାଏର  କରିଥିଲା । ପରେ ଇଡି ମନିଲଣ୍ଡରିଂ ଦିଗରୁ  ତଦନ୍ତ ଆଗକୁ ବଢ଼ାଇଛି । ଡିନୋ ମାରିଆଙ୍କ  ସମେତ ବିଏମ୍‌ସି ସହକାରୀ ଯନ୍ତ୍ରୀ ପ୍ରଶାନ୍ତ  ରାମୁଗାଡେ ଏବଂ ଅନ୍ୟ କେତେଜଣ  ଠିକାଦାରଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା । ପୂର୍ବରୁ ଇଓଡବ୍ଲ୍ୟୁ ବିଏମ୍‌ସି ଅଧିକାରୀ ଏବଂ  ଠିକାଦାରଙ୍କ ସମେତ ପ୍ରାୟ ୧୩ ଜଣଙ୍କ  ବିରୋଧରେ ମାମଲା ରୁଜୁ କରିଥିଲା । 

ରିପୋର୍ଟ ଅନୁସାରେ, ବ୍ରିହନ ମୁମ୍ବାଇ  ନଗରନିଗମ(ବିଏମ୍‌ସି) ଦ୍ୱାରା ମିଠି ନଦୀ  ସଫେଇ କରାଯାଇଥିଲା । ଏଥିପାଇଁ ସ୍ଲଜ୍‌  ପୁଶର ଏବଂ ଡ୍ରେଜିଂ ମେସିନ ବ୍ୟବହାର  ହୋଇଥିଲା । ମେସିନଗୁଡ଼ିକୁ କୋଚିର  କମ୍ପାନୀ ମେଟ୍‌ପ୍ରପ୍‌ ଟେକ୍ନିକାଲ ସର୍ଭିସେସ୍‌  ପ୍ରାଇଭେଟ ଲିମିଟେଡ୍‌ଠାରୁ ଅଧିକ ଟଙ୍କାରେ  ନିଆଯାଇଥିଲା । ୨୦୦୭ରୁ ୨୦୧୧ ମଧ୍ୟରେ  ନଦୀ ସଫେଇ କାମ ହୋଇଥିବାବେଳେ  ଟେଣ୍ଡରରେ ହେରଫେର କରାଯାଇ  ଉପକରଣ କ୍ରୟ ଲାଗି କେତେଜଣ ନିର୍ଦ୍ଦିଷ୍ଟ  ସପ୍ଲାୟରଙ୍କୁ ଫାଇଦା ପହଞ୍ଚାଯାଇଥିଲା ।  ଫଳରେ ବିଏମ୍‌ସିକୁ ବହୁ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.