ନୂଆଦିଲ୍ଲୀ,୧୬/୦୯: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଏବଂ ରବିନ ଉଥାପ୍ପାଙ୍କୁ ଅନଲାଇନ୍ ବେଟିଂ ଆପ୍ ମାମଲାରେ ସମନ ଜାରି ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟଙ୍କୁ ନୋଟିସ୍ ପଠାଇ ପଚରାଉଚରା ପାଇଁ ଡକାଯାଇଛି । ସୂତ୍ର ଅନୁସାରେ, ସେପ୍ଟେମ୍ବର ୨୨ରେ ଉଥାପ୍ପାଙ୍କୁ ପଚରାଉଚରା ପାଇଁ ଡକାଯାଇଥିବା ବେଳେ ଯୁବରାଜ ସିଂହଙ୍କୁ ସେପ୍ଟେମ୍ବର ୨୩ରେ ହାଜର ହେବାକୁ ସମନ କରାଯାଇଛି । ଉଭୟ କ୍ରିକେଟରଙ୍କୁ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ପଚରାଉଚରା କରାଯିବ । ଏହି ଦୁଇ ଭାରତୀୟ କ୍ରିକେଟରଙ୍କ ବ୍ୟତୀତ ଅଭିନେତା ସୋନୁ ସୁଦଙ୍କୁ ମଧ୍ୟ ସମନ ହୋଇଥିବା ସୂଚନା ମିଳିଛି ।
ମାମଲାରେ ପୂର୍ବରୁ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏବେ ଯୁବରାଜ ସିଂହ ଏବଂ ରବିନ ଉଥାପ୍ପାଙ୍କୁ ଅନଲାଇନ୍ ବେଟିଂ ଆପ୍ 1xBet ର ପ୍ରଚାର ସହିତ ଜଡିତ ଅଭିଯୋଗରେ ସମନ କରାଯାଇଛି । ରବିନ ଉଥାପ୍ପା ୨୦୦୭ରେ ଖେଳାଯାଇଥିବା ପ୍ରଥମ T20 ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ, ଭାରତ ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ପରାସ୍ତ କରି ଇତିହାସ ରଚିଥିଲା । ଇଡି ଅଧିକାରୀଙ୍କ ସୂଚନା ଅନୁସାରେ ଉଥପ୍ପାଙ୍କୁ ସେପ୍ଟେମ୍ବର ୨୨, ଯୁବରାଜ ସିଂହଙ୍କୁ ୨୩ ଏବଂ ହାଜର ହେବାକୁ ନୋଟିସ୍ରେ କୁହାଯାଇଛି ।
କଣ ମାମଲା- ଏହି ତଦନ୍ତ ଅବୈଧ ଅନଲାଇନ ବେଟିଂ ଆପ୍ସ ସହିତ ଜଡିତ । ଅଭିଯୋଗ ହୋଇଛି ଯେ, ଏହି ବେଟିଂ ଆପ୍ ଅନେକ ଲୋକ ଏବଂ ନିବେଶକଙ୍କୁ କୋଟି କୋଟି ଟଙ୍କା ଠକିଛି ବିପୁଳ ପରିମାଣର ଟିକସ ଠକିଛି । 1xBet ହେଉଛି ଏକ ବେଟିଂ ପ୍ଲାଟଫର୍ମ ଯାହାର ୧୮ ବର୍ଷର ଅଭିଜ୍ଞତା ଅଛି । ବ୍ରାଣ୍ଡରେ ଅଂଶଗ୍ରହଣ କରୁଥିବା ଗ୍ରାହକମାନେ ବିଭିନ୍ନ କ୍ରୀଡା ଇଭେଣ୍ଟରେ ବେଟିଂ କରିଥାନ୍ତି । କମ୍ପାନୀର ୱେବସାଇଟ୍ ଏବଂ ଆପ୍ ୭୦ଟି ଭାଷାରେ ଉପଲବ୍ଧ ରହି।