ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅଣ୍ଡାର ବିକଳ୍ପ ଡାଏଟ୍‌ରେ ସାମିଲ୍‌ କରନ୍ତୁ...

Published By : Anindita Ratha | October 11, 2024 11:07 AM

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ସ ଓ ମିନେରାଲ୍ସରେ ଭରା ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଯେପରିକି ପ୍ରୋଟିନ୍‌, ଏହା ଶରୀର ପାଇଁ ଖୁବ୍‌ ଜରୁରି । ପ୍ରୋଟିନ୍‌ର ପ୍ରମୁଖ ସ୍ରୋତ ହେଉଛି ଅଣ୍ଡା । ତେଣୁ ବିଶେଷଜ୍ଞ ନିୟମିତ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡା ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । ତା’ ସହ ଓଜନ ନିୟନ୍ତ୍ରିତ ରହିଥାଏ । କିନ୍ତୁ କିଛି ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରି ନଥାନ୍ତି । ତେବେ ସେମାନଙ୍କୁ ଆବଶ୍ୟକ ପ୍ରୋଟିନ୍‌ ମିଳିବା ସହଜ ନୁହେଁ । ତେଣୁ ଏମାନେ ପ୍ରୋଟିନ୍‌ର ଅଭାବକୁ ଦୂର କରିବା ପାଇଁ ଡାଏଟ୍‌ରେ ନିମ୍ନ ଖାଦ୍ୟଗୁଡିକୁ ସାମିଲ୍‌ କରିପାରିବେ । 

ଟୋଫୁ ବା ସୋୟା ପନୀର:ଟୋଫୁରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାବ୍ୟତୀତ ଏଥିରେ କ୍ୟାଲସିୟମ୍‌, ଆଇରନ୍‌ ପରି ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ଅନେକ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ଦୂର ହୋଇଥାଏ । 

ଚିଆ ସିଡ୍‌ସ୍‌: ଏହାକୁ ସୁପର୍‌ ଫୁଡ୍‌ ମାନ୍ୟତା ଦିଆଯାଇଛି । ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍‌ ବ୍ୟତୀତ ଫାଇବର, କ୍ୟାଲସିୟମ୍‌ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ ।

 କିନୁଆ: କିନୁଆରେ ପର୍ଯ୍ୟାପ୍ତ ମାତ୍ରାର ପ୍ରୋଟିନ୍‌ ମିଳିଥାଏ । ସେହିପରି ଏଥିରେ ଆମିନୋ ଏସିଡ୍‌ ମଧ୍ୟ ମିଳିଥାଏ, ଯାହା ଶରୀରରୁ ପ୍ରୋଟିନ୍‌ର ଅଭାବକୁ ବହୁ ମାତ୍ରାରେ ଦୂର କରିଥାଏ । 

ଆଭୋକାଡୋ: ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍ସ ଓ ପ୍ରୋଟିନ୍‌ ରହିଥାଏ, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହାକୁ ଆପଣ ସାଲାଡ୍‌ ଓ ସ୍ୟାଣ୍ଡୱିଚ୍‌ରେ ଖାଇପାରିବେ । 

ଛତୁ: ଛତୁ ବହୁ ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାକୁ ଭଜା ବା ତରକାରୀ କରି ଖାଇପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.