ନୂଆଦିଲ୍ଲୀ, ୧୮/୦୩ : ଯୁଦ୍ଧ ଯୋଗୁ ଇଲାଷ୍ଟିକ ମୂଲ୍ୟରେ ୨୫% ବୃଦ୍ଧି ହେବାକୁ ଯାଉଛି। କଞ୍ଚାମାଲ ଉପରେ ପ୍ରଭାବ ପଡିବା ଫଳରେ ଏଭଳି ସ୍ଥିତି ଉପୁଜିଛି । ଫଳରେ ଏଥିଯୋଗୁ ଦେଶର ପ୍ରମୁଖ ଗାର୍ମେଣ୍ଟ ବଜାର ତିରୁପୁର ସମେତ ଅନ୍ୟ ସ୍ଥାନ ଗୁଡ଼ିକରେ ଉତ୍ପାଦନ ପ୍ରଭାବିତ ହେବ । ଇଲାଷ୍ଟିକ ଅଭାବ ସମ୍ପୂର୍ଣ୍ଣ ଯୋଗାଣ ଚେନ୍‌କୁ ପ୍ରଭାବିତ କରିବ । ଏହା ନିଯୁକ୍ତି ଉପରେ ମଧ୍ୟ ସଙ୍କଟ ସୃଷ୍ଟି କରିବା । ମୂଲ୍ୟବୃଦ୍ଧି ଯୋଗୁ ଉତ୍ପାଦନ ୫୦% ଯାଏ କମାଇବା ନେଇ ତରୁପୁର ଇଲାଷ୍ଟିକ୍ସ ମାନୁଫାକ୍‌ଚର୍ସ ଏବଂ ଟ୍ରେଡର ଆସୋସିଏସନ ଘୋଷଣା କରିଛି । ସ୍ଥିତିରେ ଉନ୍ନତି ନ ଆସିଲେ ଉତ୍ପାଦନ ଚଳିତ ମାସ ୨୫ ପରେ ଠପ୍‌ ହୋଇଯିବ । ଏଭଳି ସମସ୍ୟା ଯୋଗୁ ଦେଶର ଅଣ୍ଡରଗାର୍ମେଣ୍ଟ ଶିଳ୍ପ ବଡ ମାତ୍ରାରେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଇଛି । 

ତରୁପୁର ଏ କ୍ଷେତ୍ରରେ ଏକ ପ୍ରମୁଖ ମାନୁଫାକଚରିଂ ହବ୍‌ । ଉଭୟ ଘରୋଇ ଏବଂ ରପ୍ତାନିକୁ ମିଶାଇଲେ ପ୍ରାୟ ୧୦ ହଜାର କୋଟିର କାରବାର ହୋଇଥାଏ । ଏହି ଶିଳ୍ପ ଇଲାଷ୍ଟିକ ଏବଂ ଆସେସୋରିଜ ଉପରେ ନିର୍ଭରଶୀଳ । ସୁରଟ, କୋଲକାତା ଏବଂ ତରୁପୁରରେ ଇଲାଷ୍ଟିକ୍ସ ଉତ୍ପାଦନ ହୋଇଥାଏ । ତରୁପରରେ ରହିଛି ୨୦୦ ୟୁନିଟ । ଏହି କ୍ଷେତ୍ରରେ ତିରୁପୁରରେ କେବଳ ୧୦ ହଜାର ଲୋକ କାମ କରୁଛନ୍ତି । ସଂଘର ସଭାପତି ଆର୍‌ପି ଗୋବିନ୍ଦ ସ୍ୱାମୀ କହିଛନ୍ତି, କଞ୍ଚାମାଲ ମାଲ୍‌ ଦର ବଢ଼ିବା ଯୋଗୁ ଶିଳ୍ପର ଚିନ୍ତା ବଢ଼ିଛି । ରବର ମୂଲ୍ୟ ଏବଂ ସୂତା ଦର ୩୫% ବଢ଼ିବା ଯୋଗୁ ସମସ୍ୟା ସୃଷ୍ଟି କରୁଛି । କିଲୋ ପିଛା ପଲିଷ୍ଟର ୧୩୭ ଟଙ୍କା ଯାଏ ବଢ଼ି ଗଲାଣି । ରବର ମୂଲ୍ୟ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି । ଦିନକୁ ଦର ୬ରୁ ୭ ଟଙ୍କା ବଢ଼ୁଛି । ଡାଇ ହୋଇଥିବା ସୁତା, ବୁଣା ହୋଇଥିବା ରବର ଏବଂ ଏଲ୍‌ପିଜି ଉପଲବ୍ଧ ନ ହେବା ଯୋଗୁ ବ୍ୟବସାୟୀ ଚିନ୍ତାରେ । ଇଲାଷ୍ଟିକ୍ସ ଉତ୍ପାଦନରେ ପଲିଷ୍ଟର ୬୦% ଏବଂ ରବର ୪୦% ବ୍ୟବହାର ହୋଇଥାଏ । ଫଳରେ ଏବେ ସ୍ଥିତା ସମ୍ଭାଳିବା ବଡ କଷ୍ଟକର ହେଉଥିବା କହିଛନ୍ତି ଶ୍ରୀ ରାମାସ୍ୱାମୀ । ସେହିଭଳି ଗ୍ୟାସ ଅଭାବ ଯୋଗୁ ଶ୍ରମିକ ମାନେ ଖାଦ୍ୟ ପ୍ରସ୍ତୁତି କରିବାକୁ ମଧ୍ୟ ସମସ୍ୟା ସାମ୍ନା କରୁଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ପସନ୍ଦର ସିଟ୍‌ରେ ବିମାନ ଯାତ୍ରା ପାଇଁ ଦେବାକୁ ପଡିବନି ଅତିରିକ୍ତ ଟଙ୍କା, ବଡ଼ ନିଷ୍ପତ୍ତି ନେଲେ ସରକାର