ଯାଜପୁର, ୯/୬: ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତ ନେଳିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଆଗକୁ ରଜ ପର୍ବ ଥିବାରୁ ନେଳିପୁର ଗ୍ରାମର ସ୍ଵର୍ଗତ ଚେନାଇ ସ୍ଵାଇଁଙ୍କ ପୁଅ ନଟବର ସ୍ଵାଇଁ (୭୮) ନିଜ ଘରର ଛାତ ଉପରୁ ପାଚିଲା ପଣସ ତୋଳିବା ବେଳେ ନିଜର ଭାରସ୍ୟାମ ହରାଇ ଛାତରୁ ତଳେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ଏ ସଂକ୍ରାନ୍ତରେ ସଦର ଥାନାରେ ଲିଖିତ ଅଭିଯୋଗ ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପଂଚନାମା କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଥିବା ଜଣାପଡିଛି l

ଡିଏମକେକୁ କ୍ଷମତାଚ୍ୟୁତ କରିବେ ତାମିଲନାଡୁ ଲୋକେ, ଷ୍...