ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବୃଦ୍ଧାଙ୍କୁ ହତ୍ୟା ମାମଲା; ସମ୍ପର୍କୀୟ ପୁତୁରା ଗିରଫ, ସୁନା ଏବଂ କିଛି ଟଙ୍କା ପାଇଁ କରିଥିଲା ହତ୍ୟା

Published By : Harapriya Sethi | October 19, 2024 9:00 AM

ଲମତାପୁଟ, ୧୯/୧୦: କୋରାପୁଟ ଜିଲ୍ଲା ବାଲଡ଼ା ଗ୍ରାମ ନିକଟ ଚାଷ ଜମିରେ ବୃଦ୍ଧାଙ୍କୁ ହତ୍ୟା କରିଥିବା ମାମଲାରେ ପାଡୁଆ ପୋଲିସ ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରା ସମ୍ବା ଖିଲକୁ ଗିରଫ କରିଛି । କିଛି ଟଙ୍କା ଏବଂ ସୁନା ଲୁଟିବା ଉଦ୍ଦେଶ୍ୟରେ ସମ୍ପର୍କୀୟ ପୁତୁରା ନିଜ ମାଉସୀଙ୍କୁ ହତ୍ୟା କରି ଜମିରେ ଫିଙ୍ଗି ଚାଲିଯାଇଥିଲା ।  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ର ବାଲଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି ।  

ସୂଚନା ମୁତାବକ, ଅକ୍ଟୋବର ୧୧ ତାରିଖରେ ବୃଦ୍ଧା ମାଲେ ଖିଲ କୌଣସି ଏକ କାର୍ଯ୍ୟ ପାଇଁ ବାଲଡ଼ା ଗ୍ରାମ ଯାଇଥିବା ବେଳେ ଅଭିଯୁକ୍ତ ସମ୍ବା ଖିଲ ମଧ୍ୟ ସେହି ସ୍ଥାନକୁ ଯାଇଥିଲା । ଉଭୟ ମିଶି ମଦ୍ୟ ପାନ କରିଥିଲେ । ବୃଦ୍ଧା ମଦ ଟଙ୍କା ଦେଉଥିବା ସମୟରେ ତାଙ୍କ ପାଖେ ଅଧିକ ଟଙ୍କା ଥିବାର ଦେଖିଥିଲା ଅଭିଯୁକ୍ତ ସମ୍ବା l ବୃଦ୍ଧାଙ୍କୁ ଟଙ୍କା ମଧ୍ୟ ମାଗିଥିଲା । କିନ୍ତୁ ବୃଦ୍ଧା ଟଙ୍କା ଦେବାକୁ ମନା କରି ଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରବର୍ତୀ ସମୟରେ ବୃଦ୍ଧା ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ସମ୍ବା ବୃଦ୍ଧାଙ୍କ ପଛେ ପଛେ ଯାଇ ତାଙ୍କୁ ହତ୍ୟା କରି ୧୩୦୦ ଟଙ୍କା ଓ କିଛି ସୁନା ଗହଣା ଲୁଟି ନିକଟ ଜଙ୍ଗଲରେ ଲୁଚି ରହିଥିଲା । ଏନେଇ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିଥିଲା । ଶେଷରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଏସଡିପିଓ ଏକ ଟିମ୍ ଗଠନ କରି ଅଭିଯୁକ୍ତକୁ ଧରିଥିଲେ । ପରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ସମ୍ବା ଖିଲକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲେ । ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିବା ସହ ସେ କାହିଁକି ଓ କିପରି ବୃଦ୍ଧା ଜଣକୁ ହତ୍ୟା କରି ଫିଙ୍ଗି ଚାଲି ଯାଇଥିଲା ତାହାର ଜାଣିପାରିଲା ପୋଲିସ । ଶେଷରେ ଶୁକ୍ରବାର ପୋଡୁଆ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ନନ୍ଦପୁର ଏସଡିପିଓ ସମ୍ବିତ କୁମାର ମାଝୀ ସୂଚନା ଦେଇଛନ୍ତି l    


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.