ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମହାରାଷ୍ଟ୍ରରେ ଅମିତ ଶାହାଙ୍କ ବ୍ୟାଗ ଯାଞ୍ଚ କଲେ EC ଅଧିକାରୀ, ଗୃହମନ୍ତ୍ରୀ କହିଲେ ବିଜେପି ନିରପେକ୍ଷ ଏବଂ ସୁସ୍ଥ ନିର୍ବାଚନ ବ୍ୟବସ୍ଥାରେ ବିଶ୍ୱାସ କରେ…

Published By : Ladu Kishor | November 15, 2024 4:30 PM

Image Courtesy: indiatvnews

ନୂଆଦିଲ୍ଲୀ: ମହାରାଷ୍ଟ୍ରର ହିଙ୍ଗୋଲିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟାଗ ଯାଞ୍ଚ କରାଯାଇଛି। ନିର୍ବାଚନ ଆୟୋଗର ଅଧିକାରୀ ମାନେ ଶାହାଙ୍କ ବ୍ୟାଗ ଯାଞ୍ଚ କରିଥିଲେ । ଏହି ଘଟଣା ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚକୁ ନେଇ ଉଠିଥିବା ରାଜନୈତିକ ବିବାଦ ମଧ୍ୟରେ ଘଟିଛି । ସୂଚନାଥାଉକି, ସୋମବାର ଦିନ ୟବତମାଲ ଜିଲ୍ଲାରେ ଏବଂ ମଙ୍ଗଳବାର ଲାଟୁର ଠାରେ ଉଦ୍ଧବ ଠାକରେଙ୍କ ବ୍ୟାଗ ଦୁଇଥର ଯାଞ୍ଚ କରାଯାଇଥିଲା।

ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବ୍ୟାଗ ଯାଞ୍ଚ ସମ୍ବନ୍ଧରେ ଏହି ସୂଚନା ଦେଇଛନ୍ତି, ଶାହା ଏଥିରେ ଲେଖିଛନ୍ତି ଯେ, ଆଜି ମହାରାଷ୍ଟ୍ରର ହିଙ୍ଗୋଲି ବିଧାନସଭାରେ ନିର୍ବାଚନ ପ୍ରଚାର ବେଳେ ମୋର ହେଲିକପ୍ଟରକୁ ନିର୍ବାଚନ ଆୟୋଗର ଅଧିକାରୀ ମାନେ ଯାଞ୍ଚ କରିଥିଲେ । ବିଜେପି ନିରପେକ୍ଷ ନିର୍ବାଚନ ଏବଂ ସୁସ୍ଥ ନିର୍ବାଚନ ବ୍ୟବସ୍ଥାରେ ବିଶ୍ୱାସ କରେ ଏବଂ ମାନ୍ୟବର ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଇଥିବା ସମସ୍ତ ନିୟମକୁ ଆମ ଦଳ ଅନୁସରଣ କରେ । ଏକ ସୁସ୍ଥ ନିର୍ବାଚନ ବ୍ୟବସ୍ଥାରେ ଆମେ ସମସ୍ତେ ସହଯୋଗ କରିବା ଏବଂ ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ରରେ ରଖିବାରେ ଆମର କର୍ତ୍ତବ୍ୟ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି । 




ଏହାର ଗୋଟିଏ ଦିନ ପରେ ବିଜେପିର ମହାରାଷ୍ଟ୍ର ୟୁନିଟ୍ ବୁଧବାର ଦିନ X ରେ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ 'ବ୍ୟାଗ୍' ଯାଞ୍ଚ କରୁଥିବା ସୁରକ୍ଷା କର୍ମୀମାନେ ନଜର ଆସିଛନ୍ତି । ବିଜେପି କହିଛି ଯେ କେବଳ ଶୋ ପାଇଁ ସମ୍ବିଧାନର ଆବେଦନ କରିବା ଯଥେଷ୍ଟ ନୁହେଁ ଏବଂ ସମସ୍ତେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥାକୁ ଅନୁସରଣ କରିବା ଉଚିତ୍ । ବିଜେପି ଏହି ପୋଷ୍ଟରେ କହିଛି ଯେ, କିଛି ନେତାଙ୍କ “ଡ୍ରାମା” କରିବାର ଅଭ୍ୟାସ ରହିଛି। 

ସୂଚନାଥାଉକି, ଉଦ୍ଧବ ଠାକରେ ଦାବି କରିଛନ୍ତି ଯେ, ନଭେମ୍ବର ୨୦ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଲାଟୁର ଏବଂ ୟବାତମାଲ ଜିଲ୍ଲାରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀ ମାନେ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ତେବେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶାସକ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ କି ନାହିଁ ବୋଲି ଠାକୁର ପ୍ରଶ୍ନ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.