ପ୍ରମୂଖ ଖବର

ଶୌଚ ହେବାକୁ ଯାଇଥିବାବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର

Published By : Harapriya Sethi | October 2, 2024 10:16 AM

ତେଲକୋଇ,୦୨/୧୦: ହାତୀ ଆକ୍ରମଣରେ ମହିଳା ଗୁରୁତର । ମହିଳା ଜଣକ କରମଙ୍ଗି ପଞ୍ଚାୟତ ଅଲୁଣି ଗାଁର ନଲିଆ ମୁଣ୍ଡା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ କରମଙ୍ଗି ପଞ୍ଚାୟତ ଅଲୁଣି ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ନଲିଆ ମୁଣ୍ଡା ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଏକ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣକ ଗୁରୁତର ହୋଇପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.