ରାଉରକେଲା,୧୨/୧୧: ଷ୍ଟିଲସିଟି ରାଉରକେଲାର କୋଏଲ ନଗର ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ କଚାଡି ମାରିଥିଲା ଗୋଠଛଡ଼ା ଦନ୍ତା। ବନବିଭାଗ ହାତୀକୁ ଘଉଡ଼ାଇବା ପରେ ସେ କୋଏଲ ନଦୀ ପାରି ହୋଇ କୁଆଁରମୁଣ୍ଡାର ରିଉଁ ଜଙ୍ଗଲକୁ ଚାଲି ଯାଇଥିଲା। ମଙ୍ଗଳବାର ରାତିରେ ଦନ୍ତା ଜଙ୍ଗଲରୁ ବାହାରିଥିଲା। ବନ କର୍ମଚାରୀ ହାତୀକୁ ଘଉଡାଇବାରୁ ସେ ନଦୀ ପାରି ହୋଇ ଜବାପାନପୋଷରେ ପହଞ୍ଚିଥିଲା। ସେଠାରେ ଦୁଇଟି ଘର ଭାଙ୍ଗିବା ସହ ଚାଷ ଜମିରେ ଫସଲ ନଷ୍ଟ କରି ଲାଠିକଟା ବ୍ଲକ ହାତୀବନ୍ଧା ପଞ୍ଚାୟତର ସୋନାପର୍ବତ ଜଙ୍ଗଲରେ ଆଜି ସକାଳେ ପହଞ୍ଚି। ହାତୀ ଉପରେ ବନ କର୍ମଚାରୀ ନଜର ରଖିଛନ୍ତି।