ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହାତୀ ମୃତଦେହ ଠାବ, ୩ ଦିନ ଧରି ଦୁଇ ହାତୀ ମଧ୍ୟରେ ଚାଲିଥିଲା ଲଢେଇ

Published By : Suraj Kumar | November 20, 2024 6:23 PM

ବେତନଟୀ,୨୦/୧୧(ଆପ୍ର)-ବେତନଟୀ ରେଞ୍ଜ ତଥା ଥାନା ଅଧୀନ ସୁନାହଜା ଗାଁ ମୁଣ୍ଡ ଜଙ୍ଗଲ ପାର୍ଶ୍ଵ ଧାନକ୍ଷେତରୁ ଏକ  ଦନ୍ତାହାତୀର ମୃତଦେହ ବୁଧବାର  ଠାବ କରାଯାଇଛି l ୩ ଦିନ ଧରି ଦୁଇ  ହାତୀ ମଧ୍ୟରେ  ଲଢେଇ ଯୋଗୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

 ସୂଚନା ମୁତାବକ ଦୁଇଟି ଅଳ୍ପବୟସ୍କ ଦନ୍ତାହାତୀ  ତିନିଦିନ ପାଖାପାଖି ହେବ ସୁନାହଜା ଗାଁ ମୁଣ୍ଡ ଧାନକ୍ଷେତ ନିକଟରେ ଲଢେଇ ଲାଗିଥିଲେ।  ଦୁଇ ହାତୀଙ୍କ ଘମାଘଟ ଲଢେଇ ଓ ଗର୍ଜନରେ ଭୟଭୀତ ଗ୍ରାମବାସୀ ଧାନକ୍ଷେତକୁ ଯାଇପାରୁନଥିଲେ l ତେବେ ବୁଧବାର ଅପରାହ୍ନରେ କିଛି ଗ୍ରାମବାସୀ ଧାନକ୍ଷେତ ନିକଟକୁ ଯାଇଥିବା ବେଳେ ସେଠାରେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ l ଖବରପାଇ ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ମନୁୱାର ଖାଁ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି l

 ହାତୀର ମୃତଦେହ ପଡ଼ିଥିବା ସ୍ଥାନରେ ଏକାଧିକ ହାତୀର ପାଦଥିବା ଏବଂ ସେହି ସ୍ଥାନ ଦେଇ କୌଣସି ବିଦ୍ୟୁତ ସରବରାହ ନଥିବା ତଥା ଦୁଇ ଦନ୍ତାହାତୀ ମଧ୍ୟରେ ତିନିଦିନ ଧରି ଘୋମାଘଟ ଲଢେଇ ହେଉଥିବାର ଗ୍ରାମବାସୀ ଦେଖିଥିବାରୁ ଦୁଇ ହାତୀ ଲଢ଼େଇରୁ ଦନ୍ତାହାତୀର ମୃତ୍ୟୁ ଘଟିଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଅନୁମାନ କରାଯାଉଛି l ମୃତ  ହାତୀର ବୟସ ୬ରୁ ୭ବର୍ଷ ମଧ୍ୟରେ ହୋଇଥିବା ନେଇ ଅନୁମାନ କରାଯାଉଛି l ଦନ୍ତାହାତର ମୃତଦେହ ଫୁଲି ଯାଇଥିବାରୁ ଏହାର ମୃତ୍ୟୁ ୨୪ଘଣ୍ଟା ପାଖାପାଖି ହେବା ନେଇ ଅନୁମାନ କରାଯାଉଛି l ବନବିଭାଗ ପକ୍ଷରୁ ହାତୀ ମୃତ୍ୟୁକୁ ନେଇ ଅଧିକ ତନାଘନା ଚାଲିଥିବା ବେଳେ ଗୁରୁବାର ଶଵ ବ୍ୟବଚ୍ଛେଦ  କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.