ଭୁବନ, ୨୯/୦୮: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ଦନ୍ତା ଆତଙ୍କ । ୫୩ ନଂ ଜାତୀୟ ରାଜପଥରେ ଦୁଇ ଦିନ ହେଲା ଆତଙ୍କ ଖେଳାଇଛନ୍ତି ତିନୋଟି ହାତୀ । ଯାହା ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । 

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ଗୋଠଛଡା ଦନ୍ତା ଆତଙ୍କ ଖେଳାଇଛି । ଶୁକ୍ରବାର ସକାଳେ ଜାତୀୟ ରାଜପଥ ୫୩ ଅନନ୍ତପୁରର ଛକରେ ଦୁଇଟି ହାତୀ ରାସ୍ତାର ବ୍ୟାରିକେଡ୍ ଭାଙ୍ଗି ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ପୁବଳ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି । ମାତ୍ର ଭୁବନ ବନ ବିଭାଗ କର୍ମଚାରୀଙ୍କ ତତ୍ପର ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜକୁ କିଛି ଦିନ ହେଲା ଦୁଇଟି ହାତୀ ଭୁବନ ବନାଞ୍ଚଳ ଭାରତୀ ପାହାଡରେ ରହୁଥିବାବେଳେ ସେମାନଙ୍କର ଗତିବିଧି ଉପରେ ବନବିଭାଗ ନଜର ରଖିବାକୁ ଅସମର୍ଥ । ଯାହା ଫଳରେ ଆଜି ସକାଳେ ରାଜପଥରେ ହାତୀ ଯାଉଥିବାର ଦେଖିବାକୁ ମିଳିଛି ।