ବଡ଼ମ୍ବା,୧୨/୦୬: କଟକ ଜିଲ୍ଲା ବଡ଼ମ୍ବା ଧୋବଣୀନାଳ ରାସ୍ତାରେ ବୁଲିଲା ଗଜରାଜ । ଯାହାଫଳରେ ବାଧାପ୍ରାପ୍ତ ହୋଇଥିଲା ଯାତାୟତ । ବନବିଭାଗ ସୂଚନା ମୁତାବକ, ବାଙ୍କି ଅଞ୍ଚଳରୁ ନଦୀ ପାର୍ ହୋଇ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନପାଳ ସବିତା ରାଉତଙ୍କ ସମେତ ଏକ ଟିମ୍ ପହଞ୍ଚି ହାତୀଟିକୁ ବଡ଼ମ୍ବା ବନଖଣ୍ଡ ଅନ୍ତର୍ଗତ ତରାଇଗଣ୍ଡ ସରଂକ୍ଷିତ ଜଙ୍ଗଲକୁ ଘଉଡ଼ାଇ ଥିଲେ । ଏହା ଫଳରେ କଟକ ନରସିଂହପୁର ମୁଖ୍ୟରାସ୍ତା ପ୍ରାୟ ଏକ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ହାତୀ ଜଙ୍ଗଲ ଭିତରକୁ ଯିବା ପରେ ଗାଡ଼ି ମୋଟର ଯାତାୟାତ ସ୍ବାଭାବିକ ହୋଇଥିଲା।