ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଧନୀ ତଥା ପ୍ରଭାବଶାଳୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ କିଛି ଏମିତି କହିଛନ୍ତି, ଯେଉଁଥିରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳି ଯାଇଛି। ମସ୍କଙ୍କ କହିବାନୁସାରେ , ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଗୋଟିଏ ବଡ଼ ବିଶ୍ୱ ଯୁଦ୍ଧ ହୋଇପାରେ ଏବଂ ଏହା ବୋଧହୁଏ ପରମାଣୁ ଯୁଦ୍ଧ। ଏହି ବୟାନ ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଜଣେ ୟୁଜରଙ୍କ ପୋଷ୍ଟର ଜବାବରେ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ୟୁଜର ହଣ୍ଟର ଐଶ୍ ଲେଖିଥିଲେ ଯେ, ପରମାଣୁ ଅସ୍ତ୍ର ଗୁଡ଼ିକର ଉପଲବ୍ଧତା ଯୋଗୁଁ ବଡ଼ ବଡ଼ ଶକ୍ତିଙ୍କ ମଧ୍ୟରେ ସିଧାସଳଖ ଯୁଦ୍ଧ ଏବେ ସହଜ ହୋଇଗଲାଣି, ଏଥିପାଇଁ ବିଶ୍ୱର କୌଣସି ବି ସରକାର ଏବେ ଭଲ ଭାବେ ଶାସନ କରିବା ପାଇଁ ବାଧ୍ୟ ନୁହଁନ୍ତି, କୌଣସି ବାହ୍ୟ ବିପଦ ବି ରହି ନାହିଁ, ଯାହା ସରକାରଙ୍କୁ ଦକ୍ଷ କରିବାରେ ବାଧ୍ୟ କରିବ। ଏହା ଉପରେ ଏଲନ ମସ୍କ ସିଧାସଳଖ ଓ ଛୋଟିଆ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧ ତ ହେବ ହିଁ ହେବ। ୨୦୩୦ ସୁଦ୍ଧା। ୫ ବର୍ଷ, ସର୍ବାଧିକ ଭାବେ ୧୦ ବର୍ଷ ମଧ୍ୟରେ। ହେଲେ ଏହି ସମୟରେ ସେ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି , ନା ହିଁ କୌଣସି କାରଣ ଦର୍ଶାଇଛନ୍ତି। କୌଣସି ଦେଶର ନାଁ ମଧ୍ୟ ନେଇ ନାହାନ୍ତି। ଏଲନ ମସ୍କଙ୍କ ଏହି ଗୋଟିଏ ଲାଇନ୍ ପୂରା ଦୁନିଆରେ ଆତଙ୍କ ଖେଳାଇ ଦେଇଛି। ଲୋକେ ଏହା ଅନୁଭବ କରିବାକୁ ଚେଷ୍ଟା କରୁଛନ୍ତି ଯେ, ମସ୍କ ବାସ୍ତବରେ କେଉଁ ଯୁଦ୍ଧ କଥା କହୁଛନ୍ତି ?
ହେଲେ ମସ୍କ ତାଙ୍କର ସଦ୍ୟ ଟିପ୍ପଣୀରେ କୌଣସି ଗୋଟିଏ ସ୍ୱତନ୍ତ୍ର ଯୁଦ୍ଧର ନାଁ ନେଇ ନାହାନ୍ତି, କିନ୍ତୁ ତାଙ୍କର ଗତ ସବୁ ବିବୃତ୍ତିକୁ ଯୋଡ଼ି ଦେଖିବା ତ ସଙ୍କେତ ସ୍ପଷ୍ଟ ଯେ, ବିଶ୍ୱ ସ୍ତରରେ ଉତ୍ତେଜନା ଯେଉଁ ଗତିରେ ବଢୁଛି, ସେହି ହିସାବରେ ଏକ ବଡ଼ ଯୁଦ୍ଧ ଏବେ ଦୂର ନୁହେଁ। ପରମାଣୁ ଯୁଦ୍ଧର କଥା କହିବା ବିଶେଷ ଭାବେ ଏକ ଭୟାତୁର କଥା। ଏହାର ଅର୍ଥ ଯେ, ମସ୍କଙ୍କୁ ମନେହେଉଛି ଯେ ପରମାଣୁ ନିବାରଣର ଥିଓରୀ(MAD-Mutually Assured Destruction) ଏବେ ଦୀର୍ଘ ଦିନ ଯାଏ କାମ କରିପାରିବ ନାହିଁ। ଏବେ ପ୍ରଶ୍ନ ଏହା ଯେ, ଏଲନ ମସ୍କ କଣ ନିଜ ମନ କଥା କହୁଛନ୍ତି ନା , ତାଙ୍କ ପାଖରେ ଏମିତି କୌଣସି ସୂଚନାଅଛି , ଯାହା ସାଧାରଣ ଲୋକଙ୍କୁ ଜଣାନାହିଁ ?
ଏହାସହ ମଧ୍ୟ ପଢନ୍ତୁ : ଆମେରିକାରେ ଟ୍ରକ୍ ଚାଳକଙ୍କୁ କେତେ ମିଳିଥାଏ ଦରମା , ଏହି ଚାକିରି ପାଇଁ କେଉଁ କେଉଁ ଡକ୍ୟୁମେଣ୍ଟର ଆବଶ୍ୟକ ହୁଏ ?