ନୂଆଦିଲ୍ଲୀ – ଆମେରିକାରେ ଟ୍ରକ୍ ଚାଳକଙ୍କ ଚାକିରି ଖୁବ୍ ଲୋକପ୍ରିୟ। ଅନେକ ଚାହାନ୍ତି ସେଠାରେ ଯାଇ ଟ୍ରକ୍‌ ଚାଳକ ହେବା ପାଇଁ । ଏହାର କାରଣ ହେଲା, ସେଠାରେ ଖୁବ୍ ବଡ଼ ରକମ ମିଳେ ଏବଂ ସେଠାରେ ଡ୍ରାଇଭରଙ୍କ ଚାହିଦା ଖୁବ୍‌ ଅଧିକ । ଏହି କାମ ଦାୟିତ୍ୱପୂର୍ଣ୍ଣ ହୋଇଥାଏ , କାରଣ ଡ୍ରାଇଭର ଦୀର୍ଘ ପଥ ଗାଡ଼ି ଚଳାଇଥାନ୍ତି ଏବଂ ଜିନିଷକୁ ସୁରକ୍ଷିତ ସ୍ଥାନ ଯାଏ ପହଞ୍ଚାଇ ଥାନ୍ତି , ଏହି କାରଣରୁ ଆମେରିକାରେ ଏହାକୁ ଏକ ସମ୍ମାନଜନକ ପେଶା ଭାବେ ଦେଖାଯାଏ। 

ଆୟର କଥା କହିବା ତ ଆମେରିକାରେ ଟ୍ରକ୍ ଡ୍ରାଇଭରଙ୍କୁ ସପ୍ତାହରେ ପାଖାପାଇ ୧୭୦୦ରୁ ୧୮୦୦ ଡଲାର ଯାଏ ମିଳିଥାଏ , ଏହି ରକମ ଭାରତ ତୁଳନାରେ ଖୁବ୍ ଅଧିକ ହୋଇଥାଏ। ଅଧିକ ଦୂରତା ଓ ଭାରୀ ମାଲ୍ ଲୋଡିଂ କରିଥିବା ଡ୍ରାଇଭରଙ୍କୁ ଆହୁରି ଅଧିକ ଟଙ୍କା ମିଳିପାରେ , ହେଲେ ରହିବାର ଖର୍ଚ୍ଚ ଟ୍ୟାକ୍ସ ଓ ବୀମା ଯୋଡ଼ି ପ୍ରକୃତ ସଞ୍ଚୟ ନିର୍ଣ୍ଣୟ କରାଯାଏ।

ଆମେରିକାରେ ଟ୍ରକ୍ ଚଳାଇବା ପାଇଁ ସିଡିଏଲ ଅର୍ଥାତ୍ କମର୍ସିଆଲ ଡ୍ରାଇଭର ଲାଇସେନ୍ସର ଆବଶ୍ୟକ ହୋଇଥାଏ। ସାଧାରଣ ଲାଇସେନ୍ସରେ ଭାରୀ ଯାନ ଚଲାଯାଇ ପାରିବ ନାହିଁ , ସିଡିଏଲ ଏଥିପାଇଁ ଆବଶ୍ୟକ , କାରଣ ଟ୍ରକକୁ ଚଲାଇବା ପାଇଁ ଅଧିକ ଅନୁଭବ ଓ ସୁରକ୍ଷା ନିୟମର ଆବଶ୍ୟକ ହୋଇଥାଏ , ଏହି କାରଣରୁ ସେଠାରେ ଏଥିପାଇଁ ଅଲଗା ଲାଇସେନ୍ସ ତିଆରି କରାଯାଇଛି।

ସିଡିଏଲ ନେବା ପାଇଁ କିଛି କାଗଜପତ୍ର ଦେବାକୁ ପଡ଼ିଥାଏ ,ଯେମିତି କି ପରିଚୟ ପତ୍ର , ପାସପୋର୍ଟ , ଜନ୍ମ ପ୍ରମାଣ ପତ୍ର , କିମ୍ୱା ଗ୍ରୀନ କାର୍ଡ। ଏହା ବ୍ୟତୀତ ସୋସିଆଲ ସିକ୍ୟୁରିଟି ନମ୍ୱର ଓ ଯେଉଁ ରାଜ୍ୟରେ ରହୁଛ ସେଠାର ଠିକଣା ମଧ୍ୟ ଦେଖାଇବାକୁ ପଡ଼ିଥାଏ । ଅନେକ ରାଜ୍ୟରେ ପ୍ରଥମ ସାଧାରଣ ଡ୍ରାଇଭିଂ ଲାଇସେନ୍ସ ହେବା ଜରୁରି ହୋଇଥାଏ , ମେଡିକାଲ ଫିଟନେସ୍ ମଧ୍ୟ ଆବଶ୍ୟକ ହୁଏ।

ଲାଇସେନ୍ସ ପାଇଁ ଲିଖିତ ଓ ପ୍ରାକ୍ଟିକାଲ ଉଭୟ ଟେଷ୍ଟ ଦେବାକୁ ହୋଇଥାଏ । ଲିଖିତରେ ସଡ଼କ ନିୟମ ଓ ସୁରକ୍ଷା ସହ ଜଡ଼ିତ ପ୍ରଶ୍ନ ପଚରାଯାଇ ଥାଏ , ପ୍ରାକ୍ଟିକାଲରେ ଟ୍ରକ୍କୁ ସୁରକ୍ଷିତ ଉପାୟରେ ଚଲାଇବାର କ୍ଷମତା ଦେଖାଯାଏ , ନୂଆ ନିୟମାନୁସାରେ ପ୍ରଥମ ଥର ଲାଇସେନ୍ସ ନେଉଥିବା ବ୍ୟକ୍ତିକୁ ପ୍ରବେଶ ସ୍ତରୀୟ ଡ୍ରାଇଭର ଟ୍ରେନିଂ କୋର୍ସ ମଧ୍ୟ ପୂରଣ କରିବାକୁ ପଡ଼ିଥାଏ।