ନୂଆଦିଲ୍ଲୀ,୦୬/୦୭: ଦିନେ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସହାୟତା କରୁଥିଲେ । ସବୁବେଳେ ସାଥିରେ ଥିଲେ । ହେଲେ ବିରୋଧରେ ଛିଡା ହୋଇଛନ୍ତି ଏଲନ ମସ୍କ । ଏବେ ରାଜନୈତିକ ମୈଦାନରେ ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ । 'ଆମେରିକା ପାର୍ଟି' ନାମରେ ଗଢିଛନ୍ତି ନୂଆ ଦଳ । ଟ୍ରମ୍ପଙ୍କ 'ୱାନ୍ ବିଗ୍ ବିୟୁଟିଫୁଲ ବିଲ୍' ଆଇନ୍ରେ ପରଣତ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମସ୍କ । ୱାନ୍ ପାର୍ଟି ସିଷ୍ଟମରୁ ଆମେରିକାବାସୀଙ୍କୁ ମୁକ୍ତି ଦେବେ ବୋଲି ଦଳ ଘୋଷଣା କରି କହିଛନ୍ତି ଟେସଲା ସିଇଓ ଏଲନ ମସ୍କ । ରାଜନୈତିକ ଦଳ ଗଠନ ନେଇ ୭୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିଲା ।
କାହିଁକି ପାର୍ଟି ଗଢିଲେ ଏଲନ ମସ୍କ ? ଆମେରିକାରେ ତୃତୀୟ ରାଜନୈତିକ ଦଳ ବିଷୟରେ କଳ୍ପନାଜଳ୍ପନାର ଅନ୍ତ ହୋଇଛି । କୋଟିପତି ଏଲନ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି । ଯାହାର ନାମ ରଖିଛନ୍ତି 'ଆମେରିକା ପାର୍ଟି' । ୱାନ୍ ପାର୍ଟି ସିଷ୍ଟମରୁ ଆମେରିକାବାସୀଙ୍କୁ ମୁକ୍ତି ଦେଇ ସ୍ୱାଧୀନତା ଫେରାଇ ଆଣିବେ ବୋଲି ଦଳ ଘୋଷଣା କରି କହିଛନ୍ତି ଏଲନ ମସ୍କ । ରାଜନୈତିକ ଦଳ ଗଠନ ନେଇ ୭୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିଲା । ମସ୍କ ତାଙ୍କ ପୋଷ୍ଟରେ କହିଛନ୍ତି, ୨:୧ ଅନ୍ତରରେ ତୁମେ ନୂଆ ରାଜନୈତିକ ଦଳ ଚାହିଁଲ ଏବଂ ତୁମକୁ ତାହା ମିଳିଲା । ଆଜି 'ଆମେରିକା ପାର୍ଟି' ଗଠନ ହୋଇଛି କାରଣ ତୁମ ସ୍ୱାଧୀନତା ଫେରାଇ ଆଣିବା ମୋର ଲକ୍ଷ୍ୟ ।
ମସ୍କ-ଟ୍ରମ୍ପ ବିବାଦ- ଏହି ଚକିତ କରିବା ପରି ଘୋଷଣା ଏଲନ୍ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବଢ଼ୁଥିବା ତିକ୍ତତା ମଧ୍ୟରେ ହୋଇଛି । ଯାହାକୁ ମସ୍କ ଜଣେ ପ୍ରମୁଖ ସହଯୋଗୀ ବୋଲି ମାନିଥିଲେ ଆଜି ତାଙ୍କ ବିରୋଧରେ ଛିଡା ହୋଇଛନ୍ତି । 'ୱାନ୍ ବିଗ୍ ବିୟୁଟିଫୁଲ୍' ବିଲ୍ ଉପରେ ମସ୍କ ଅସନ୍ତୋଷ ଅଛନ୍ତି । ଟ୍ରମ୍ପ ଏକ ପ୍ରମୁଖ ଟିକସ ହ୍ରାସ ଏବଂ ଖର୍ଚ୍ଚ କମାଇବା ଉପରେ ବିଗ୍ ବିୟୁଟିଫୁଲ ବିଲ୍କୁ ଆଇନ୍ରେ ପରିଣତ କରିଛନ୍ତି । ଏହାର ଗୋଟିଏ ଦିନ ପରେ ନୂଆ ଦଳ ଗଠନ କରିଛନ୍ତି ମସ୍କ । 'ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍'ରେ ସ୍ୱାକ୍ଷର କରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ମସ୍କ ବିଲ୍କୁ ଦୃଢ଼ ବିରୋଧ କରିଥିଲେ।
ଆମେରିକାରେ ଏମିତି ପୂର୍ବରୁ କେବେ ଘଟିଛି କି ?
ପ୍ରତି ଦୁଇ ବର୍ଷରେ ସମସ୍ତ ୪୩୫ ଆମେରିକା ହାଉସ୍ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ । ଯେତେବେଳେ ସିନେଟର ୧୦୦ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ, ଯେଉଁମାନେ ୬ ବର୍ଷ ପାଇଁ କାର୍ଯ୍ୟକାଳ ପୂରଣ କରନ୍ତି, ପ୍ରତି ଦୁଇ ବର୍ଷରେ ନିର୍ବାଚିତ ହୋଇଥାନ୍ତି । ୧୯୯୨ ମସିହାରେ ବ୍ୟବସାୟୀ ରସ୍ ପେରୋଟ୍ଙ୍କ ସ୍ୱାଧୀନ ରାଷ୍ଟ୍ରପତି ଅଭିଯାନ ସମୟରେ ଘଟିଥିଲା । ଜର୍ଜ ଏଚ୍.ଡବ୍ଲୁ. ବୁଶ୍ ନିର୍ବାଚନ ହାରିଗଲେ ଏବଂ ଡେମୋକ୍ରାଟ୍ ବିଲ୍ କ୍ଲିଣ୍ଟନ୍ ବିଜୟୀ ହୋଇଥିଲେ