ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲମ ମସ୍କ ଶେଷରେ ସେହି କଥା କହି ଦେଲେ , ଯାହାକୁ ଶୁଣିବା ପରେ ଆମେରିକାର ଆଭ୍ୟନ୍ତରୀଣ ପ୍ରବାସୀ ବିରୋଧୀ ଗୋଷ୍ଠୀ ସ୍ତବ୍ଧ ହୋଇଛନ୍ତି। ଜିରୋଧାର ନିଖିଲ କାମଥଙ୍କ ପଡକାଷ୍ଟରେ ମସ୍କ ସ୍ପଷ୍ଟ ଭାବେ କହିଛନ୍ତି , ଆମେରିକାକୁ ଗତ ଦଶନ୍ଧି ଗୁଡ଼ିକରେ ଯେତେ ସବୁ ଫାଇଦା ମିଳିଛି, ଏହାର ସିଂହ ଭାଗ ଭାରତୀୟ ଟ୍ୟାଲେଣ୍ଟଙ୍କ କାରଣରୁ ହୋଇଛି। ସତ୍ୟ ନାଡେଲା, ସୁନ୍ଦର ପିଚାଇଙ୍କ ଭଳି ବ୍ୟକ୍ତି ଏହାର ଜ୍ୱଳନ୍ତ ପ୍ରମାଣ। ଏହା ବ୍ୟତୀତ ଯେବେ ଏଚ୍-୧ବି ଭିସାକୁ ନେଇ ଟ୍ରମ୍ପଙ୍କ କ୍ୟାମ୍ପରେ ଘମାସାନର ସୂତ୍ରପାତ ହୋଇଛି , ସେତେବେଳେ ମସ୍କ ଚେତାବନୀ ଭଳି ଶବ୍ଦରେ କହିଛନ୍ତି ଯେ, ଏହି ପ୍ରୋଗ୍ରାମର ଦୁରୁପଯୋଗ ହୋଇଛି, ଏହାକୁ ଠିକ୍ କର , କିନ୍ତୁ ବନ୍ଦ କରିବ ତ ଆମେରିକା ନିଜେ ନିଜର ସବୁଠୁ ବଡ଼ ଶକ୍ତିକୁ ହତ୍ୟା କରିବ।

ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ହଜାର ହଜାର ଭାରତୀୟଙ୍କ ଅନେକ ଦଶନ୍ଧିରୁ ଆମେରିକୀୟ ସ୍ୱପ୍ନ ( ଉଚ୍ଚ ପାଠପଢା , ଉଚ୍ଚ ଦରମାର ଚାକିରି , ଉତ୍ତମ ଲାଇଫ୍ଷ୍ଟାଇଲ୍ ଓ ପ୍ରଗତି ପ୍ରତିଶ୍ରୁତି) ଦୃଢ ହୋଇଥିବା ଭିସା ନିୟମ ଓ ହଠାତ୍ ନୀତିଗତ ପରିବର୍ତ୍ତନ କାରଣରୁ, ଖୁବ୍ ଜୋରରେ ଫିକା ପଡ଼ିବା ଦେଖିବାକୁ ମିଳୁଛି। ମସ୍କ କହିଛନ୍ତି ଯେ, ମୋ ମତରେ ଆମେରିକାକୁ ଆସିଥିବା ଟ୍ୟାଲେଣ୍ଟେଡ୍ ଭାରତୀୟଙ୍କ ଦ୍ୱାରା ବହୁତ ଲାଭ ହୋଇଛି। ଏହି ସମୟରେ ନିଖିଲ କାମଥ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଓ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କ ଭଳି ସଫଳ ଭାରତୀୟଙ୍କ ଉଦାହରଣ ଦେଇଛନ୍ତି , ଯେଉଁମାନେ ଅନେକ ଦଶନ୍ଧିରୁ ଆମେରିକୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ କରି ଚାଲିଛନ୍ତି।

ପ୍ରକୃତ କଥା ହେଲା , ଡୋନାଲ୍ଡ ଟ୍ରମ୍ପଙ୍କ ଏଚ-୧ବି ପ୍ରୋଗ୍ରାମର ସମର୍ଥନ କରିବାର କିଛି ହିଁ ଦିନ ପରେ ରିପବ୍ଲିକାନ ସାଂସଦ ମାର୍ଜୋରୀ ଟେଲର ଗ୍ରୀନ୍ ଏହାକୁ ଧିରେ ଧିରେ ବନ୍ଦ କରିବାକୁ ବିଲ୍ ଉପସ୍ଥାପନ କରି ଦେଲେ ଏବଂ ଦାବି କରିଥିଲେ ଯେ, ଏହା ଆମେରିକାର କର୍ମଚାରୀଙ୍କ ଚାକିରି ଛଡ଼େଇ ନେଉଛି। ଏମିତି ପଦକ୍ଷେପ ଭାରତୀୟ ପ୍ରଫେସନଲଙ୍କ ପାଇଁ ବଡ଼ ବିପଦ, କାରଣ ଏଚ-୧ ବି ତାଙ୍କ ପାଇଁ ଗ୍ରୀନ କାର୍ଡ ଓ ପୁଣି ଆମେରିକୀୟ ନାଗରିକତାର ସବୁଠୁ ସାଧାରଣ ରାସ୍ତା ସାଜିଛି। ଟ୍ରମ୍ପ ୨.୦ ସରକାରରେ ଦକ୍ଷତା ବିଭାଗ (ଡିଓଜିଇ)ର ମୁଖ୍ୟ ଥିବା ମସ୍କ କହିଛନ୍ତି ଯେ, ବାଇଡେନ ପ୍ରଶାସନରେ ବର୍ଡର କଣ୍ଟ୍ରୋଲ ନାମକ କୌଣସି ଜିନିଷ ନଥିଲା।ବିନା ବର୍ଡର କଣ୍ଟ୍ରୋଲରେ ଆପଣ ଏକ ଦେଶ ହୋଇ ପାରିବେ ନାହିଁ। ବାଇଡେନଙ୍କ ସମୟରେ ବଡ଼ ସ୍ତରରେ ଅବୈଧ ଇମିଗ୍ରେସନ ହୋଇଥିଲା, ଯେଉଁଥିରେ ନେଗେଟିଭ୍ ସିଲେକ୍ସନ ଇଫେକ୍ଟ ପଡ଼ିଥିଲା।

ମସ୍କ ଆହୁରି କହିଛନ୍ତି , ଯଦି ଅବୈଧ ଉପାୟରେ ଆମେରିକା ଆସି ଅନେକ ଗୁଡ଼ିଏ ସରକାରୀ ସୁବିଧା ମିଳୁଛି , ତ ଆପଣ ଭୁଲ ଉପାୟରେ ଲୋକଙ୍କୁ ଆକର୍ଷିତ କରିଥାନ୍ତି। ଏହା ଏକ ଭୁଲ୍ ଇନସେଣ୍ଟିଭ୍ ଷ୍ଟ୍ରକଚର। ବର୍ଡର କଣ୍ଟ୍ରୋଲର ଅଭାବରେ ଏହା ପୂରା ହାସ୍ୟାସ୍ପଦ ଥିଲା। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପୂର୍ରୁ ଇମିଗ୍ରେସନ ପଲିସି ଉପରେ ମସ୍କ କହିଛନ୍ତି , ସେ ଭାବୁ ନାହାନ୍ତି ଯେ ସାଧାରଣ ଆମେରିକୀୟ ନାଗରିକଙ୍କ ଏହି ଭୟ ଖୁବ୍ ବାସ୍ତବିକତା ଯେ, ବିଦେଶୀ ଟ୍ୟାଲେଣ୍ଟ ତାଙ୍କର ଚାକିରି ଛଡ଼େଇ ନେଉଛନ୍ତି।