ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମଙ୍ଗଳ ଗ୍ରହରେ ଜୀବନ ନାହିଁ , ତଥାପି କାହିଁକି ଇଣ୍ଟରନେଟ୍‌ ପହଞ୍ଚାଇବାକୁ ଚାହାଁନ୍ତି ଏଲନ ମସ୍କ ; ନାସାର ମିଟିଂରେ କହିଲେ ବିସ୍ତୃତିରେ

Published By : Prameya | November 15, 2024 9:51 PM

ୱାଶିଂଟନ : ପୃଥିବୀର ନିକଟତମ ଗ୍ରହରେ ବର୍ତ୍ତମାନ ଜୀବନ ତ ନାହିଁ, କିନ୍ତୁ ଆମେରିକାର କୋଟିପତି ଏଲନ ମସ୍କଙ୍କ ନେତୃତ୍ୱର କମ୍ପାନୀ ସ୍ପେସ୍‌ଏକ୍ସ, ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ସାଟେଲାଇଟ୍‌ ଇଣ୍ଟରନେଟ୍‌ ଟେକନିକ୍‌ର ବିସ୍ତାର କରିବାକୁ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନାର ଖୁଲାସା କରିଛନ୍ତି। ଆମେରିକୀୟ ମହାକାଶ ଏଜେନ୍ସି ନାସା ଦ୍ୱାରା ଆୟୋଜିତ ମଙ୍ଗଳ ଅନ୍ୱେଷଣ କାର୍ଯ୍ୟକ୍ରମ ବିଶ୍ଳେଷଣ ସମୂହର ବୈଠକ ବେଳେ, ସ୍ପେସଏକ୍ସ ନିଜର ମାର୍ସଲିଙ୍କ ନାମକ ନୂଆ ଯୋଜନାର ବିବରଣୀ ପ୍ରଦାନ କରିଛନ୍ତି। ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ମଙ୍ଗଳର ପରିକ୍ରମା କରିଥିବା ଉପଗ୍ରହର ଏକ ମଜବୁତ ନେଟୱାର୍କ ଗଠନ କରିବା, ଯାହା ଏକ କମ୍ୟୁନିକେସନ ରେଲି ପ୍ରଣାଳୀ ଭାବେ କାର୍ଯ୍ୟ କରିବ ଏବଂ ଭବିଷ୍ୟତର ମିଶନର ସମର୍ଥନ କରିବ। 

ଏଥିରେ ଲାଲ ଗ୍ରହ କୁହାଯାଉ ଥିବା ମଙ୍ଗଳରେ ଅନ୍ତତଃ ମାନବ ବସ୍ତି ପାଇଁ ରାସ୍ତା ସହଜ ହୋଇ ପାରେ। ଏଲନ ମସ୍କଙ୍କର କମ୍ପାନୀ ଦ୍ୱାରା ପ୍ରଦତ୍ତ ଯୋଜନା ଅନ୍ତଃଗ୍ରହୀୟ ଜୀବନକୁ ସୁବିଧାଜନକ କରିବା ଓ ମଙ୍ଗଳକୁ ଏଥିପାଇଁ ଅଧିକ ସୁଲଭ ଓ ଉପଯୋଗୀ କରିବାର ବ୍ୟାପକ ଦୃଷ୍ଟିରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। 

ମିଡ଼ିଆ ରିପୋର୍ଟସରେ କୁହାଯାଇଛି ଯେ, ମାର୍ସଲିଙ୍କ୍‌କୁ ସ୍ପେସ୍‌ଏକ୍ସର ସଫଳ ଷ୍ଟାରଲିଙ୍କ୍‌ ପ୍ରୋଜେକ୍ଟର ଆଧାରରେ ପ୍ରସ୍ତୁତ କରାଯିବ, ଯିଏକି ପ୍ରଥମେ ପୃଥିବୀରେ ଇଣ୍ଟରନେଟ୍‌ କନେକ୍ଟିଭିଟିରେ ପରିବର୍ତ୍ତନ ଆଣିଛି। ହଜାର ହଜାର ଉପଗ୍ରହରେ ନିର୍ମିତ ଷ୍ଟାରଲିଙ୍କ୍‌ ନେଟୱର୍କ ବର୍ତ୍ତମାନରେ ଆମେରିକା ସମେତ ବିଶ୍ୱର ୧୦୨ରୁ ଅଧିକ ଦେଶକୁ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରାଉଛି। ମସ୍କ ମଙ୍ଗଳ ଗ୍ରହରେ ମଧ୍ୟ ଏମିତି ହିଁ ଇଣ୍ଟରନେଟ୍‌ ନେଟୱର୍କ ସ୍ଥାପିତ କରିବାକୁ ଚାହାନ୍ତି। ମାର୍ସଲିଙ୍କ୍ ତିଆରି ହେବାରେ ଏହା କେବଳ ମଙ୍ଗଳ ପୃଷ୍ଠରେ କମ୍ୟୁନିକେସନ ସୁବିଧା ଦ୍ରୁତ ହେବ, ତାନୁହେଁ , ଏହାସହ ମଙ୍ଗଳ ଓ ପୃଥିବୀ ମଧ୍ୟରେ ସଞ୍ଚାର ମଧ୍ୟ ଭଲ ହେବ। ଏହା ମଙ୍ଗଳ ଗ୍ରହର ଆବିଷ୍କାର ଓ ଅଧ୍ୟୟନ ପାଇଁ ନାସାର ମିଶନ ପାଇଁ ମଧ୍ୟ ଖୁବ୍‌ ସାହାଯ୍ୟକାରୀ ସାବ୍ୟସ୍ତ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.