ନୂଆଦିଲ୍ଲୀ,୨୩।୧୦: ଆମେରିକୀୟ ଅରବପତି ଏବଂ ଟେସଲାର ସିଇଓ ଏଲୋନ ମସ୍କ ପ୍ରସ୍ତୁତ କରୁଛନ୍ତି ‘ରୋବଟ୍ ଆର୍ମି’ ବା ରୋବଟଙ୍କ ଏକ ସେନା । ତାଙ୍କର ଯୋଜନା ନେଇ ମସ୍କ କହିଛନ୍ତି, ସେ ଏକ ବଡ଼ ‘ରୋବଟ୍ ସେନା’ ଗଠନ କରିବାକୁ ଚାହୁଁଛନ୍ତି, ଯେଉଁଥିରେ ଆଗାମୀ କିଛି ବର୍ଷ ମଧ୍ୟରେ ୧୦ ଲକ୍ଷ ୟୁନିଟ୍ ଅପ୍ଟିମସ୍ ରୋବୋଟ୍ ତିଆରି କରିବେ। ଇଲେକ୍ଟ୍ରିକ୍ ଭେଇକିଲ୍ ତିଆରି କରୁଥିବା ଟେସଲା ହିଁ ଅପ୍ଟିମସ୍ ରୋବଟ୍ ବିକଶିତ କରୁଛି। କମ୍ପାନୀର ତ୍ରୈମାସିକ ଫଳାଫଳ ପ୍ରକାଶନ ସମୟରେ, ମସ୍କ କହିଛନ୍ତି ଯେ ଅପ୍ଟିମସ୍ ଟେସଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହୋଇପାରେ।
ମସ୍କ ଅପ୍ଟିମସ୍ ପାଇଁ ଖୁବ୍ ଆଶାବାଦୀ। ତାଙ୍କ ମତରେ ଏହା ରୋବଟର ସବୁଠାରୁ ବଡ଼ ପ୍ରଡକ୍ଟ ତିଆରି କରିବାର ଯୋଗ୍ୟତା ରଖିଛି। ରୋବଟ୍କୁ ମଣିଷ ଅପେକ୍ଷା ପାଞ୍ଚ ଗୁଣ ଅଧିକ ଦକ୍ଷତାର ସହିତ କାମ କରିବା ପାଇଁ ଡିଜାଇନ୍ କରାଯାଇଛି। ମସ୍କ କମ୍ପାନୀର ବୋର୍ଡକୁ ପ୍ରୋଜେକ୍ଟ ଉପରେ ପୂର୍ଣ୍ଣ ଅଧିକାର ଦେବା ପାଇଁ ଅନୁରୋଧ କରିଛନ୍ତି।ଅପ୍ଟିମସ୍ ମାନୁଫାକଚରିଂ, ଲଜିଷ୍ଟିକ୍ସ, ହେଲଥ୍ କେୟାର ଏବଂ ଘରୋଇ ସହାୟତାରେ ଏବଂ କଷ୍ଟକର କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଉଛି। କମ୍ପାନୀ ଏହାକୁ ମଣିଷ ପରି କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରୁଛି।
ମସ୍କ କହିଛନ୍ତି, ଏହି ରୋବଟ୍ଗୁଡ଼ିକ ଦାରିଦ୍ର୍ୟ ମୁକ୍ତ ବିଶ୍ୱ ସୃଷ୍ଟି କରିପାରିବେ ଏବଂ ସମସ୍ତଙ୍କୁ ଉତ୍କୃଷ୍ଟ ଚିକିତ୍ସା ସେବା ପ୍ରଦାନ କରିପାରିବେ। ଏହି ରୋବଟ୍ଗୁଡ଼ିକ ସର୍ଜନ ଭାବରେ ମଧ୍ୟ କାର୍ଯ୍ୟ କରିପାରିବେ। ୨୦୨୩ ମସିହାରେ ଟେସଲାର ଏକ ଇଭେଣ୍ଟରେ ଅପ୍ଟିମସ୍ ଉନ୍ମୋଚିତ ହୋଇଥିଲା। ସେବେଠାରୁ ଏହା ଚର୍ଚ୍ଚାରେ ରହିଛି। ନିକଟରେ, ରୋବଟ୍ କୁଙ୍ଗ ଫୁ ଶିଖୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ୨୦୨୩ ମସିହାରୁ, କମ୍ପାନୀ ଅପ୍ଟିମସ୍ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିଛି, ଏବଂ ଏହା ଏବେ ପରୀକ୍ଷଣ ପର୍ଯ୍ୟାୟରେ ଅଛି। କିଛି ଦିନ ପୂର୍ବରୁ, ମସ୍କ ଅପ୍ଟିମସ୍ ସମ୍ପୂର୍ଣ୍ଣ ଭାବରେ AI-ଚାଳିତ ଏବଂ ଏହାକୁ ଟେଲିଅପରେଟ୍ କରିବାର କିଛି ଆବଶ୍ୟକତା ନାହିଁ। ଏହାର ଅର୍ଥ ହେଉଛି ଏହା ମାନବ ନିୟନ୍ତ୍ରଣ ବିନା ଗତି କରିପାରିବ ଏବଂ କାର୍ଯ୍ୟରେ ପ୍ରତିକ୍ରିୟା ଦେଇପାରିବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହାର ମାସ୍ ପ୍ରଡକ୍ସନ ହେବାର ଆଶା ରହିଛି।