ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘We, Robot’ କାର୍ଯ୍ୟକ୍ରମ ପରେ ଖସିଲା ଟେସ୍‌ଲା ଶେୟାର, ମସ୍କଙ୍କ ସଂପତ୍ତିରେ ୧୫ ବିଲିୟନ୍‌ ଡଲାର କ୍ଷତି

Published By : Tapas Panda | October 16, 2024 11:00 PM

ନୂଆଦିଲ୍ଲୀ: ନିକଟରେ ଟେସଲାର ‘We, Robot’ (ଓ୍ବି ରୋବଟ୍‌) ସମାରୋହର ଉଦଘାଟନ କରିଥିଲେ ଏଲନ ମସ୍କ । ଏହି ସମାରୋହରେ ମସ୍କ ଟେସଲା ରୋବଟ୍‌ର ପ୍ରଦର୍ଶନ କରିଥିଲେ । ଏହା ସହ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ସାଇବର କ୍ୟାବ ଏବଂ ରୋବୋ ଭ୍ୟାନ୍‌କୁ ସାର୍ବଜନୀନ କରାଯାଇଥିଲା । ଏହାକୁ ନେଇ ସମଗ୍ର ବିଶ୍ବରେ ଉତ୍ସାହ ଦେଖିବାକୁ ମିଳିଥିବା ସତ୍ତ୍ୱେ ଟେସଲା ଶେୟାରରେ ଅବନିତୀ ଘଟିଛି । ଏହା ସହ ଏଲନ ମସ୍କଙ୍କ ବ୍ୟକ୍ତିଗତ ସଂପତ୍ତି ହ୍ରାସ ପାଇଛି । 

ଟେସଲା ଶେୟାର ୯ ପ୍ରତିଶତ ଖସିଆସିବା ସହ ୨୧୭.୮୦ ଡଲାର ପ୍ରତି ଶେୟାର ହୋଇଛି । ଟେସଲାର ୧୩ ପ୍ରତିଶତ ଶେୟାର ରଖିଥିବା ମସ୍କଙ୍କ ସଂପତ୍ତିରେ ୧୫ ବିଲିୟନ୍‌ ଡଲାର କ୍ଷତି ଦେଖିବାକୁ ମିଳିଛି । ଏହା ସତ୍ତ୍ୱେ ‌ ଦୁନିଆର ଏକ ନମ୍ବର ଧନୀ ଭାବରେ ଶୀର୍ଷ ସ୍ଥାନରେ ରହିଛନ୍ତି ମସ୍କ । ଏବେ ତାଙ୍କ ସଂପତ୍ତିର ମୂଲ୍ୟ ୨୪୦ ବିଲିୟନ୍‌ ଡଲାର । ତେବେ ଟେସଲାର ରୋବୋଟ୍ୟାକ୍ସି କନସେପ୍ଟ ପରେ କମ୍ପାନିର ଶେୟାର ଖସିଆସିଛି । ରୋବୋଟ୍ୟାକ୍ସି ସଂପର୍କରେ ଟେସଲା ପକ୍ଷରୁ ପର୍ଯ୍ୟାପ୍ତ ସୂଚନା ଦିଆଯାଇ ନଥିବାରୁ ଶେୟାର ହୋଲ୍ଡରଙ୍କ  ବିଶ୍ବାସ ହରାଇଛି କମ୍ପାନି ।

ସେପଟେ ଖୁବଶୀଘ୍ର ଟେସଲା କାରର ମୂଲ୍ୟ ହ୍ରାସ ହେବ ବୋଲି ମସ୍କ ପ୍ରତିଶ୍ରୁତି ଦେଇଥିବା ବେଳେ ସେଭଳି କିଛି କରାଯାଇ ନାହିଁ । ଏହାକୁ ନେଇ ହିତଧାରକଙ୍କ ଗହଣରେ ଆଶଙ୍କା ବୃଦ୍ଧି ପାଇଛି । ହୁଏତ ଟେସଲା ଶେୟାର ଖସିବା ପଛରେ ଏହି ସବୁ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଟେସଲା ଶେୟାର ଖସିବା ନୂଆ ନୁହେଁ । 

ଗତ ଜୁଲାଇରେ We, Robot’ (ଓ୍ବି ରୋବଟ୍‌) ସମାରୋହ ଆୟୋଜନ କରିବାରେ ବିଳମ୍ବ ହେବାରୁ ମଧ୍ୟ କମ୍ପାନିର ଶେୟାର ତଳମୁହାଁ ହୋଇଥିଲା । ସେତେବେଳେ କମ୍ପାନିର ଶେୟାର ୭ ପ୍ରତିଶତ କମିଥିଲା । ଅଗଷ୍ଟ ପର୍ଯ୍ୟନ୍ତ ଏହି ଟ୍ରେଣ୍ଡ ଥିବା ବେଳେ ସେପ୍ଟେମ୍ବରରେ ଏଥିରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଥିଲା । ଏହା ସତ୍ତ୍ୱେ  ଏଲନ ମସ୍କଙ୍କ ସଂପତ୍ତି ମ୍ୟାକଡୋନାଲ୍ଡ ଏବଂ ପେପସି ଭଳି କମ୍ପାନିର ମୋଟ ମୂଲ୍ୟଠାରୁ ଅଧିକ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.