ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏନକାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ

Published By : Anindita Ratha | May 15, 2025 11:34 AM

ନୂଆଦିଲ୍ଲୀ,୧୫/୦୫: ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ । ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ୩  ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ହେଉଛି ୪୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଏନକାଉଣ୍ଟର। ଏହା ଆଗରୁ  ୨ ଦିନ ତଳେ ସୋପିଆନରେ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀ ନିହତ ହୋଇଥିଲେ।

ସେହିପରି ଗୁରୁବାର ସକାଳେ ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନଦୀର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତେବେ  ଆଜି ଭୋରରୁ ତ୍ରାଲ ଅଞ୍ଚଳର ନାଦିର ଗାଁରେ ଏନକାଉଣ୍ଟର ହୋଇଥିଲା। ଗୁଳି ବିନିମୟରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ  ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ । ସେମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା। ୨୦୨୩ ମସିହାରେ ସେମାନେ ଲସ୍କରରେ ଯୋଗ ଦେଇଥିବା ଜଣାପଡ଼ିଛି। ଗତ ବର୍ଷ ଏପ୍ରିଲ ୮ ତାରିଖରେ ଡେନିସ୍ ରିସର୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଡିତ ଥିଲେ ଏହି ଆତଙ୍କବାଦୀ। ସେମାନଙ୍କ ଆକ୍ରମଣରେ ଦୁଇ ଜଣ ଜର୍ମାନ ପର୍ଯ୍ୟଟକ ଏବଂ ଜଣେ ଡ୍ରାଇଭର ଆହତ ହୋଇଥିଲେ। ଗତ ବର୍ଷ ମେ ମାସରେ ସୋପିଆନର ହିରପୋରାରେ ଜଣେ ବିଜେପି ସରପଞ୍ଚଙ୍କ ହତ୍ୟାରେ ମଧ୍ୟ ଏହି ଆତଙ୍କବାଦୀ ସଂପୃକ୍ତ ଥିଲେ। ଏହି ଅଞ୍ଚଳରେ ଜୈଶ-ଏ-ମହମ୍ମଦ ସଂଗଠନର ଆହୁରି ଦୁଇରୁ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ବିଶ୍ଵାସ କରାଯାଉଥିବା ବେଳେ ଅପରେସନ ଚାଲିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.