ନୂଆଦିଲ୍ଲୀ: IPL 2026 ସିଜିନ୍ ଚାଲିଥିବା ବେଳେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକ୍ ସ୍ମିଥଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଆଜି (ସୋମବାର) ତାଙ୍କ ପରଲୋକ ଘୋଷଣା କରିଛି। ବୋର୍ଡ ଲେଖିଛି ଯେ,"ଖେଳ ପ୍ରତି ତାଙ୍କର ଅବଦାନ କେବେ ଭୁଲାଯାଇ ପାରିବ ନାହିଁ । ତାଙ୍କ ପରଲୋକରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଦୁଃଖିତ।"
ସୂଚନାଥାଉକି, ସ୍ମିଥଙ୍କୁ ତାଙ୍କ ନାମର ପ୍ରଥମ ଅକ୍ଷର MJK ପାଇଁ ଜଣାଶୁଣା । ଇଂଲଣ୍ଡ ପାଇଁ ମାଇକ୍ ସ୍ମିଥ ୫୦ ଟେଷ୍ଟ ଖେଳିଥିଲେ, ସେଥିମଧ୍ୟରୁ ୨୫ଟିରେ ଅଧିନାୟକତ୍ୱ କରିଥିଲେ। ସେ ଜୁନ୍ ୧୯୫୮ରେ ବର୍ମିଂହାମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ତାଙ୍କର ଶେଷ ଟେଷ୍ଟ ଜୁଲାଇ ୧୯୭୨ରେ ନଟିଂହାମରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିଲା।
ସ୍ମିଥ୍ ଫାଷ୍ଟ କ୍ଲାସରେ ପ୍ରାୟ ୪୦ ହଜାର ରନ୍ ଖେଳିଥିଲେ ଏବଂ ଲିଷ୍ଟ A ମ୍ୟାଚ୍ ରେ ମଧ୍ୟ ଅବଦାନ ରଖିଥିଲେ। ତାଙ୍କର ଟପ୍-ଅର୍ଡର ବ୍ୟାଟିଂ ପାଇଁ ସେ ଜଣାଶୁଣା । ସ୍ମିଥ୍ ତାଙ୍କ ଫାଷ୍ଟ କ୍ଲାସ କ୍ୟାରିୟରରେ ପାଞ୍ଚଟି ୱିକେଟ ନେଇଥିଲେ।
ମାଇକ୍ ସ୍ମିଥ୍ ଙ୍କ କ୍ୟାରିଅର...
ତାଙ୍କ ଟେଷ୍ଟ କ୍ୟାରିଅର ବିଷୟରେ କହିବାକୁ ଗଲେ, ମାଇକ୍ ସ୍ମିଥ୍ ୫୦ ମ୍ୟାଚ୍ ରେ ୭୮ ଇନିଂସରେ ୩୧.୬୩ ହାରରେ ୨୨୭୮ ରନ କରିଥିଲେ। ସେ ତିନୋଟି ଶତକ ଏବଂ ୧୧ ଅର୍ଦ୍ଧଶତକ କରିଥିଲେ, ଯାହାର ସର୍ବାଧିକ ସ୍କୋର ୧୨୧ ଥିଲା। ସେ ବୋଲିଂ ସମୟରେ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ।
ଇଂଲିଶ୍ ଖେଳାଳିଙ୍କ ଫାଷ୍ଟ କ୍ଲାସ କ୍ୟାରିଅର ଉପରେ ନଜର ପକାଇଲେ, ସେ ୬୩୭ ଫାଷ୍ଟ କ୍ଲାସ ମ୍ୟାଚ୍ ଖେଳିଥିଲେ। ୧୦୯୧ ଇନିଂସରେ ବ୍ୟାଟିଂ କରି, ସେ ୪୧.୮୪ ହାରରେ ୩୯୮୩୨ ରନ କରିଥିଲେ। ସେ ୬୯ ଶତକ ଏବଂ ୨୪୧ ଅର୍ଦ୍ଧଶତକ କରିଥିଲେ, ଯାହାର ସର୍ବାଧିକ ସ୍କୋର ୨୦୪ ଥିଲା।