ଭୁବନେଶ୍ଵର, ୦୫/୦୨ : ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା। ସଂଶୋଧନ ହେବ ବିଭିନ୍ନ ଜିଲ୍ଲା ଏବଂ ସ୍ଥାନ ଗୁଡିକର ନାମରେ ଇଂରାଜୀ ବନାନ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ ଜିଲ୍ଲାର ଇଂରାଜୀ ବନାନକୁ ସଂଶୋଧନ କରାଯିବ। ଓଡ଼ିଆ ନାମ ଅନୁସାରେ ଇଂରାଜୀ ସ୍ପେଲିଙ୍ଗ ରହିବ।
ନାମ ସଂଶୋଧନ ହେବା ପରେ ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ଖୋରଧା ଲେଖାଯିବ। ସେହିପରି ଓଡ଼ିଆରେ ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଦେଓଗଡ଼ ବୋଲି ଲେଖାଯାଉଛି, ତାକୁ ସଂଶୋଧନ କରି ଇଂରାଜୀରେ ମଧ୍ୟ ଦେବଗଡ଼ ବୋଲି ଲେଖାଯିବ। ସେହିପରି ଅନେକ ସ୍ଥାନରେ ଡ଼ ପାଇଁ ଇଂରାଜୀରେ ଆର ଲେଖାଯାଏ। ଯେମିତି କେନ୍ଦ୍ରାପଡାକୁ ଇଂରାଜୀରେ କେନ୍ଦ୍ରାପରା, ମହାକାଳପଡା କୁ ମହାକାଳପରା, ନୟାଗଡ଼କୁ ନୟାଗର ବୋଲି ଲେଖାଯାଉଛି। ଇଂରାଜୀ ସ୍ପେଲିଙ୍ଗ ଅନୁସାରେ ତାକୁ ସଂଶୋଧନ କରାଯିବ। ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ଦିନ ଭିତରେ ଅଭିଯୋଗ କିମ୍ଭା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ଏହି ଖବରଟିକୁ ପଢନ୍ତୁ- ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶା ଫେଲ୍ ! ଝାଡ଼ଖଣ୍ଡ, ଛତିଶଗଡ଼କୁ ପଛରେ ପକାଇ ଓଡ଼ିଶା ନମ୍ବର- ୧