ନୂଆଦିଲ୍ଲୀ: ବନ୍ୟା ପ୍ରଭାବିତ ଆସାମ ସହିତ ଇସ୍ରାଏଲ ସମବେଦନା ଜଣାଇଛି। ଇସ୍ରାଏଲ କହିଛି ବନ୍ୟା ଦ୍ୱାରା ପ୍ରଭାବିତ ଆସାମର ଲୋକଙ୍କ ପ୍ରତି ଆମର ସମବେଦତା ରହିଛି। ଭାରତରେ ଥିବା ଇସ୍ରାଏଲୀ ଦୂତାବାସ ସୋମବାର କହିଛି ଯେ ଏହି ସଙ୍କଟ ସମୟରେ ଏହା ବନ୍ୟା ପ୍ରଭାବିତ ଲୋକଙ୍କ ସହିତ ଠିଆ ହୋଇଛୁ ଏବଂ ସମସ୍ତଙ୍କ ମଙ୍ଗଳ କାମନା କରୁଛି।
ନୂଆଦିଲ୍ଲୀ ସ୍ଥିତି ଇସ୍ରାଏଲ ଦୂତାବାସ ଏକ୍ସରେ ପୋଷ୍ଟ କରିଛି ଆସାମରେ ଆସିଥିବା ଭୀଷଣ ବନ୍ୟାରେ ପ୍ରଭାବିତ ସବୁ ପରିବାର ଓ ସମୁଦାୟ ପଅତି ଆମର ଗଭୀର ସମବେଦନା ରହିଛି। ଏହି ଖରାପ ସମୟରେ ଭାରତର ଲୋକଙ୍କ ସହ ଆମେ ରହିଛୁ। ପ୍ରଭାବିତ ଲୋକଙ୍କ ପାଇଁ ସାହାସ ଓ ସୁରକ୍ଷାର କାମନା କରୁଛୁ।
🇮🇱🇮🇳Our hearts are with all the families and communities affected by the severe floods in Assam.
— Israel in India (@IsraelinIndia) July 27, 2026
Israel stands in solidarity with the people of Assam & India during this difficult time, and wish strength and safety to everyone impacted.
ପ୍ରବଳ ବର୍ଷା ପରେ ଆସାମରେ ଭୟଙ୍କର। ବନ୍ୟାରେ ଏପର୍ଯ୍ୟନ୍ତ ୬୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ପାଞ୍ଚଟି ଜିଲ୍ଲା ବନ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିରେ ଚରାଇଦେଓ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ହଜାର ହଜାର ବିସ୍ଥାପିତ ଏବେ ବି ରିଲିଫ୍ ଶିବିରରେ ରହୁଛନ୍ତି। ସେନା, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF), ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF), ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଏବଂ ପୋଲିସ ସମେତ ଅନେକ ସଂସ୍ଥା ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।