ନୂଆଦିଲ୍ଲୀ,୨୭।୭: ଭାରତ ନିଜର ପଡ଼ୋଶୀ ଦେଶଗୁଡ଼ିକୁ ଯୁଦ୍ଧ ପାଇଁ ତାଲିମ ଦେଇଆସୁଛି। ଏପରି ଏକ ଦେଶ ହେଉଛି ଶ୍ରୀଲଙ୍କା, ଯାହାର ୨୨ ଜଣ ଅଧିକାରୀଙ୍କୁ ଭାରତ ଗୁପ୍ତ ତାଲିମ ଦେଇଛି। ଶ୍ରୀଲଙ୍କାର ଅଧିକାରୀମାନେ ଏଠାରେ ତାଲିମ ନେଇଥିଲେ। ଏହା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏବଂ ବୃତ୍ତିଗତ ସାମରିକ ସମ୍ପର୍କକୁ ଆହୁରି ମଜବୁତ କରିଛି। ଭାରତ ଲଗାତାର ଭାବରେ ନିଜର ପଡ଼ୋଶୀ ଦେଶକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଆସିଛି। କୋର୍ସ ସଫଳତାର ସହ ପୁରା ହେବା ପରେ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହାର ଅଧ୍ୟକ୍ଷତା ମିଲିଟାରୀ ଇଣ୍ଟେଲିଜେନ୍ସ ଟ୍ରେନିଂ ସ୍କୁଲ ଓ ଡିପୋ ଡିପୋର କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ଦେବୀନ୍ଦର ପାଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ପାସ୍ ହୋଇଥିବା ଅଧିକାରୀଙ୍କୁ ସମ୍ବୋଧିତ କରି କମାଣ୍ଡର ତାଙ୍କୁ ଏହି କଠିନ ପୋଗ୍ରାମକୁ ସଫଳତାର ସହ ପୁରା କରିଥିବାରୁ ଶୁଭେଚ୍ଛା ଜରାଇଥିଲେ ଓ ଟ୍ରେନିଂ ବେଳେ ତାଙ୍ରକ ସମର୍ପଣକୁ ପ୍ରଶଂସା କରିଥିଲେ।

ଶ୍ରୀଲଙ୍କା ସେନାର ୨୨ ଅଧିକାରୀ ୨୫ ଜୁଲାଇରେ ୨୦୨୬ରେ ମିଲିଟାରୀ ଇଣ୍ଟେଲିଜେନ୍ସ ଟ୍ରେନିଂ ସ୍କୁଲ୍ ଆଣ୍ଡ୍ ଡିପୋ (MINTSD) ରେ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ଗୁପ୍ତଚର ତାଲିମ ପାଠ୍ୟକ୍ରମ ସଫଳତାର ସହ ସମାପ୍ତ କରିଥିଲେ। ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ ଆଧୁନିକ ସାମରିକ ଗୁପ୍ତଚର ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିଲା, ଯାହା ସେମାନଙ୍କୁ ଇଣ୍ଟେଲିଜେନ୍ ଟ୍ରେଡକ୍ରାଫ୍ଟ, ଆନାଲିସିସ୍ ଏବଂ କାର୍ଯ୍ୟକ୍ଷମ ଅପରେସନାଲ ଇଣ୍ଟେଲିଜେନ୍ସି ପ୍ରୋସେସ୍କୁ ଉନ୍ନତ କରିବାର ଜ୍ଞାନ ପ୍ରଦାନ କରିଥିଲା।

ମିଲିଟାରୀ ଇଣ୍ଟେଲିଜେନ୍ସର ଏହି ପୋଗ୍ରାମ ଫ୍ରେଣ୍ଡଲି ଫରେନ୍ କଣ୍ଟ୍ରିଜ୍ (FFC) ର ଅଧିକାରୀମାନଙ୍କ ପାଇଁ କ୍ଷମତା ନିର୍ମାଣ ଏବଂ ବୃତ୍ତିଗତ ସାମରିକ ଶିକ୍ଷା ପ୍ରତି ଭାରତୀୟ ସେନାର ଦୀର୍ଘକାଳୀନ ପ୍ରତିବଦ୍ଧତାର ଏକ ଅଂଶ। ଏହି କୋର୍ସର ବିଶ୍ଳେଷଣାତ୍ମକ ଦକ୍ଷତା, ଗୁଇନ୍ଦା ସୂଚନା ସଂଗ୍ରହ ପଦ୍ଧତି, ମୂଲ୍ୟାଙ୍କନ କୌଶଳ ଏବଂ ଆଜିର ପରିବେଶରେ ସାମରିକ ଗୁପ୍ତଚରର ବ୍ୟବହାରିକ ପ୍ରୟୋଗ ଉପରେ ରହିଥିଲା। ଏହି ତାଲିମ ଅଧିକାରୀମାନଙ୍କୁ ବିକଶିତ ହେଉଥିବା ସୁରକ୍ଷା ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ବୁଝିବାରେ ଏବଂ ସାମରିକ ଅପରେସନ ସମୟରେ ସେମାନଙ୍କର ନିଷ୍ପତ୍ତି ନେବାର କ୍ଷମତାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ।