ନୂଆଦିଲ୍ଲୀ,୨୭/୦୭: ଆଜିକାଲି, ଅଧିକାଂଶ ଲୋକ TWS ଇୟରବଡ୍, ସ୍ମାର୍ଟୱାଚ୍ କିମ୍ବା ଅନ୍ୟାନ୍ୟ ଡିଭାଇସ୍ ବ୍ୟବହାର କରିବା ପରେ ମଧ୍ୟ ବ୍ଲୁଟୁଥ୍ କୁ ନିଜ ଫୋନରୁ ବନ୍ଦ କରନ୍ତି ନାହିଁ। ଏହି ଅଭ୍ୟାସ ଆପଣଙ୍କୁ ସାଇବର ଅପରାଧୀଙ୍କ ଟାର୍ଗେଟ କରିପାରେ। ସାର୍ବଜନୀନ ସ୍ଥାନରେ, ହ୍ୟାକର୍ସ "ବ୍ଲୁବଗିଂ" ଭଳି କୌଶଳ ବ୍ୟବହାର କରି ଆପଣଙ୍କ ଫୋନ୍ ଆକ୍ସେସ୍ କରିବାକୁ ଚେଷ୍ଟା କରିପାରନ୍ତି। ତଥାପି, ଆପଣ କିଛି ସରଳ ସେଟିଂସ୍ ଆଡଜଷ୍ଟ କରି ଏହି ବିପଦରୁ ନିଜକୁ ରକ୍ଷା କରିପାରିବେ।

ବ୍ଳୁ ବଗିଂ କ’ଣ ଏବଂ ଏହା କିପରି କାମ କରେ?

ବ୍ଲୁବଗିଂ ହେଉଛି ଏକ ପ୍ରକାରର ସାଇବରଆଟାକ୍ ଯେଉଁଥିରେ ହ୍ୟାକର୍ସ ବ୍ଲୁଟୁଥ୍ ସଂଯୋଗକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ଯଦି କୌଣସି ଫୋନର ବ୍ଲୁଟୁଥ୍ ଦୀର୍ଘ ସମୟ ପାଇଁ ଚାଲୁ ରହିଥାଏ ଏବଂ ଅନ୍ୟ ଡିଭାଇସଗୁଡ଼ିକରେ ଏହା ଦେଖାଯାଏ, ତେବେ ସାର୍ବଜନୀନ ସ୍ଥାନରେ ହ୍ୟାକର୍ସ ଏହାକୁ ସଂଯୋଗ କରିବାକୁ ଚେଷ୍ଟା କରିପାରନ୍ତି। ଯଦି ସେମାନେ ଆପଣଙ୍କ ଫୋନକୁ ସଂଯୋଗ କରିବାରେ ସଫଳ ହୁଅନ୍ତି, ତେବେ ସେମାନେ ଫୋନର କଲ୍, ମେସେଜ୍ କିମ୍ବା ଅନ୍ୟାନ୍ୟ ଡାଟାକୁ ଆକ୍ସେସ୍ କରିବାକୁ ଚେଷ୍ଟା କରିପାରିବେ।

ଅଧିକ ପଢ଼ନ୍ତୁ: ସରକାରଙ୍କ ବଡ଼ ନିଷ୍ପତ୍ତି: ଆଉ ଏନର୍ଜି ଡ୍ରିଙ୍କରେ ବର୍ଗୀକୃତ ହେବେନି ‘ଷ୍ଟିଙ୍ଗ ଏବଂ ରେଡ ବୁଲ୍’ ଭଳି ପାନୀୟ

କେଉଁ ଲୋକଙ୍କ ପ୍ରତି ଅଧିକ ବିପଦ?

ଯେଉଁ ବ୍ୟକ୍ତିମାନେ TWS ଇୟରବଡ୍ସ, ସ୍ମାର୍ଟୱାଚ୍, ସ୍ପିକର କିମ୍ବା କାର୍ ସିଷ୍ଟମରେ ଫୋନ୍ ସଂଯୋଗ କରିବା ପରେ ବ୍ଲୁଟୁଥ୍ ବନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ବିପଦ ଅଧିକ ହୋଇପାରେ। ରେଳ ଷ୍ଟେସନ, ବିମାନବନ୍ଦର, ମଲ୍ ଏବଂ କାଫେ ଭଳି ଭିଡ଼ ସ୍ଥାନରେ ବ୍ଲୁଟୁଥ୍ ନିରନ୍ତର ଅନ୍ ରଖିବା ସାଇବର ଅପରାଧୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରେ। ତେଣୁ, ବ୍ୟବହାର ପରେ ବ୍ଲୁଟୁଥ୍ ଚାଲୁ ରଖିବା ଅଭ୍ୟାସକୁ ତୁରନ୍ତ ବନ୍ଦ କରନ୍ତୁ।

ଆହୁରି ପଢ଼ନ୍ତୁ: ଇଣ୍ଡିଗୋ ବିମାନର କାର୍ଗୋ ହୋଲ୍ଡ ଏରିଆରେ ଦେଖାଗଲା ଧୂଆଁ, ଦୁବାଇରୁ ମୁମ୍ବାଇ ଆସୁଥିବା ବେଳେ ରାଜକୋଟ୍‌ରେ ଜରୁରୀ ଅବତରଣ

ଏହି ସେଟିଂ ମାଧ୍ୟମରେ ରୁହନ୍ତୁ ସୁରକ୍ଷିତ:

ବ୍ଲୁଟୁଥ୍ ବ୍ୟବହାର କରିସାରିବା ମାତ୍ରେ ଏହାକୁ ବନ୍ଦ କରିଦିଅନ୍ତୁ। ଯଦି ଆପଣଙ୍କୁ ବ୍ଲୁଟୁଥ୍ ଅନ୍ ରଖିବାର ଆବଶ୍ୟକ ଥାଏ, ତେବେ ଏହାର ଭିଜିବିଲିଟିକୁ ବନ୍ଦ  କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଫୋନ୍ ପାଖରେ ଥିବା ଅନ୍ୟ ଅଜଣା ଡିଭାଇସଗୁଡ଼ିକ ଠାରୁ ଲୁକାୟିତ ଭାବେ ରହିବ। ଏହା ଅଜଣା ବ୍ୟକ୍ତିମାନଙ୍କୁ ଆପଣଙ୍କ ଫୋନ୍ ସହିତ ସହଜରେ ସଂଯୋଗ କରିବାରେ ବାଧା ଦେବ। ଏହି ସରଳ ସତର୍କତା ଅବଲମ୍ବନ କରି, ଆପଣ ବ୍ଲୁବଗିଙ୍ଗ ଭଳି ସାଇବର ବିପଦରୁ ନିଜକୁ ଅନେକାଂଶରେ ରକ୍ଷା କରିପାରିବେ।

ଆଜିକାଲି ସ୍ମାର୍ଟଫୋନ୍‌ଗୁଡ଼ିକ ବ୍ୟାଙ୍କ ବିବରଣୀ, ବ୍ୟକ୍ତିଗତ ଚାଟ୍, ଫଟୋ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସଂରକ୍ଷଣ କରି ରଖୁଛି। ଏହି ପରିପ୍ରେକ୍ଷୀରେ, ବ୍ଲୁଟୁଥ୍ ଭଳି ଏକ ଛୋଟ ସେଟିଂ ମଧ୍ୟ ଆପଣଙ୍କ ସୁରକ୍ଷା ସହିତ ଜଡ଼ିତ। ତେଣୁ, ଯେତେବେଳେ ବ୍ଲୁଟୁଥ୍ ଆଉ ଆବଶ୍ୟକ ନରୁହେ, ସେତେବେଳେ ଏହାକୁ ବନ୍ଦ କରିଦେବା ଏବଂ ବ୍ଲୁଟୁଥ୍ ଭିଜିବିଲିଟିକୁ ଅଫ୍ ରଖିବା ଏକ ଭଲ ଡିଜିଟାଲ୍ ଅଭ୍ୟାସ ଯାହା ଆପଣଙ୍କ ଫୋନ୍ ଏବଂ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ।

​​​​​​​ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Pakistan Troll: ପିଓକେ ଉପରେ ରାଜନାଥ ସିଂହଙ୍କ ବୟାନ; ସାମାନ୍ୟ ଭୁଲ୍ ପାଇଁ ପାକିସ୍ତାନର ଉଡ଼ିଲା ମଜାକ, ହେଲା ଟ୍ରୋଲ୍‌ର ଶିକାର