ନୂଆଦିଲ୍ଲୀ,୨୦।୯: ଗୋଟିଏ କ୍ଳିକ୍ରେ ମିଳିବ ପୁରା ଇପିଏଫର ସୂଚନା। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫ୍ଓ ନିଜର ମେମ୍ବର ପୋର୍ଟାଲରେ ନୂଆ ଫିଚର ‘ପାସବୁକ୍ ଲାଇଟ’ ଲଞ୍ଚ କରିଛି। ଏହି ଫିଚର ସାହାଯ୍ୟରେ ସବସ୍କ୍ରାଇବର ନିଜର ଇପିଏଫ୍ ପାସବୁକ୍ର ସରଳ ଭର୍ସନ ସିଧାସଳଖ ପୋର୍ଟାଲରେ ଦେଖିପାରିବେ। ଏଥିପାଇଁ ଅଲଗା ଭାବରେ ପାସ୍ବୁକ୍ ଓ୍ବେବସାଇଟ୍ରେ ଲଗଇନ କରିବାର ଆବଶ୍ୟକା ନାହିଁ। ଏହାଦ୍ବାରା ମେମ୍ବର ନିଜର କଣ୍ଟ୍ରିବ୍ୟୁସନ୍, ବାହାର କରିଥିବା ଟଙ୍କା ଓ ବାଲାନ୍ସ ମଧ୍ୟ ଦେଖିପାରିବେ। ଏହି ସୂଚନା ଶ୍ରମ ଓ ରୋଜଗାର ମନ୍ତ୍ରୀ ମନସୁଖ ମଣ୍ଡଭିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହାଦ୍ବାରା କେବଳ ପିଏଫ ସଦସ୍ୟଙ୍କ ସୁବିଧା ବଢିବ ତାହା ନୁହେଁ ପାସବୁକ୍ ପୋର୍ଟାଲର ଲୋଡ୍ ବି କମ୍ ହେବ।
ଏହି ନୂଆ ଫିଚର ଦ୍ବାରା ଅଲଗା ଅଲଗା ସୂଚନା ଗୋଟିଏ ସ୍ଥାନରେ ମିଳିପାରିବ। ଗୋଟିଏ ସ୍କ୍ରିନସଟ୍ ନେଇ ପିଏଫର ସବୁ ସୂଚନା ରଖିପାରିବେ। ସମୟ ନଷ୍ଟ ନହେବା ସହ ପାସଓ୍ବାର୍ଡର ଟେନସନ ବି ରହିବନି। ଫର୍ମ ୧୩ ଜରିଆରେ ପିଏଫ୍ ଟ୍ରାନ୍ସଫର ପକ୍ରିୟା ଦ୍ରୁତ ହେବ। କାରଣ ପୁରୁଣା ପିଏଫ ଟ୍ରାନ୍ସଫର ପାଇଁ ପୁରୁଣା ଅଫିସ ସାର୍ଟିଫିକେଟ୍ ତିଆରି କରୁଥିଲା। ତା ପରେ ଏହି ନୂଆ ଡକ୍ୟୁମେଣ୍ଟ ପିଏପ୍ ଅଫିସ ପଠାଯାଉଥିଲା। ଯେପରି ପୁରୁଣା ଖାତାର ଟଙ୍କା ଠିକ୍ ଭାବରେ ନୂଆ ଖାତାକୁ ଟ୍ରାନ୍ସଫର ହୋଇପାରିବ। ଏବେ ଏହି ପ୍ରୋସେସ୍ ବି ସହଜ ହୋଇଯାଇଛି। କେବଳ ସେତିକି ନୁହେଁ କର୍ମଚାରୀ ନିଜର ପିଏଫ ଟ୍ରାନ୍ସଫରର ଷ୍ଟାଟସକୁ ଅନଲାଇନ ଟ୍ରାକ୍ କରିପାରିବେ। ଫଳରେ ସେମାନେ ଜାଣିପାରିବେ ପୁରୁଣା ଆକାଉଣ୍ଟରରୁ ନୂଆ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି କି ନାହିଁ ?