- ଏପଷ୍ଟାଇନ୍ ସେକ୍ସ ସ୍କାଣ୍ଡାଲରେ ସବୁଠୁ ବଡ଼ ଖୁଲାସା
- ଏପଷ୍ଟାଇନ୍ ଫାଇଲ୍ସରେ ପ୍ରସିଦ୍ଧ ବ୍ୟକ୍ତି ଫଟୋ
- ଟ୍ରମ୍ପଙ୍କ ନିର୍ଦ୍ଦେଶରେ ରିଲିଜ୍ ହେଲା ଡକ୍ୟୁମେଣ୍ଟସ୍
- ବିଲ୍ କ୍ଲିଣ୍ଟନ ଫଟୋ ସବୁଠୁ ଚର୍ଚ୍ଚାରେ
ନୂଆଦିଲ୍ଲୀ : ଆମେରିକୀୟ ନ୍ୟାୟ ବିଭାଗ ( ୟୁଏସ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍) କୁଖ୍ୟାତ ଫାଇନାନ୍ସର ତଥା ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହ ଜଡିତ ଯାଞ୍ଚ ଅନୁସାରେ , ଶୁକ୍ରବାର ରାତି ଅଢେଇଟା ସମୟରେ (ଭାରତୀୟ ସମୟ ଆଧାରାରେ) ତିନି ଲକ୍ଷ ଡକ୍ୟୁମେଣ୍ଟ ସାର୍ବଜନିକ କରିଛନ୍ତି। କଂଗ୍ରେସର ନିର୍ଦ୍ଦେଶରେ ପ୍ରକାଶିତ ଏହାକୁ ନେଇ ଆରମ୍ଭରୁ ବିବାଦ ଉପୁଜିଛି। ଏହିସବୁ ଫାଇଲ୍ ଗୁଡ଼ିକୁ ଅଧୁରା ଥିବା କୁହାଯାଉଛି ଏବଂ ଏଥିରେ ବହୁ ମାତ୍ରାରେ ତଥ୍ୟ ସବୁ ଲୁଚି ରହିଛି , ଯାହାକୁ ରେଡେକ୍ସନ କୁହାଯାଏ। ବିଶେଷ କଥା ଏହା ଯେ, ଏହିସବୁ ଡକ୍ୟୁମେଣ୍ଟରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ପପ୍ ସିଙ୍ଗର ମାଇକେଲ ଜ୍ୟାକସନ , ହଲିଉଡ୍ ଅଭିନେତା କ୍ରିସ୍ ଟକର , ବ୍ରିଟିଶ ପ୍ରିନ୍ସ ଆଣ୍ଡ୍ରୟୁଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋ ସାମ୍ନାକୁ ଆସିଛି।
କିଛି ଫଟୋରେ କ୍ଲିଣ୍ଟନ ଯୁବତୀଙ୍କ ସହ ପୁଲ୍ରେ ସ୍ନାନ କରିବା ଏବଂ ପାର୍ଟି କରିବା ନଜର ଆସୁଛି। ପୂର୍ବରୁ ଏହିସବୁ ଫଟୋ ଚାରୋଟି ସେଟ୍ରେ ଜାରି କରାଯାଇଛି। ଏହାର କିଛି ଘଣ୍ଟା ପରେ ଆଉ ୩ଟି ସେଟ୍ ଜାରି କରାଯାଇଛି।
ଏଥିରେ ମୋଟ୍ ମିଶାଇ ୩,୫୦୦ରୁ ଅଧିକ ଫାଇଲ ସବୁ ଅଛି, ଯେଉଁଥିରେ ୨.୫ ଜିବିରୁ ଅଧିକ ଫଟୋ ଓ ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ ରହିଛି। ହେଲେ ଅନେକ ଫଟୋର ଏହା ସ୍ପଷ୍ଟ ନାହିଁ ଯେ ଏହାକୁ କେଉଁଠୁ ନିଆ ଯାଇଛି।
The Justice Department released photos from the Epstein files which show Jeffery Epstein with Michael Jackson and former President Bill Clinton.
— AF Post (@AFpost) December 19, 2025
Follow: @AFpost pic.twitter.com/xs6jVgahP3
ଏହିସବୁ ଖୁଲାସାର ପ୍ରଭାବ କେତେ ବଡ଼ ହେବ , ଏହା ଏବେ ସ୍ପଷ୍ଟ ହୋଇ ନାହିଁ। କାରଣ ଏହା ଯେ,ଡକ୍ୟୁମେଣ୍ଟର ସଂଖ୍ୟା ବହୁତ ଅଧିକ ଏବଂ ଏପ୍ ଷ୍ଟାଇନ୍ ସହ ଜଡ଼ିତ ଅନେକ ଫଟୋ ପୂର୍ବରୁ ସାମ୍ନାକୁ ଆସି ସାରିଛି। ଜଷ୍ଟିସ୍ ଡିପାର୍ଟମେଣ୍ଟ ଏହା ବି କହିଛନ୍ତି ଯେ , କିଛି ଡକ୍ୟୁମେଣ୍ଟକୁ ଏବେ ରୋକା ଯାଇଛି, କାରଣ କିଛି ଯାଞ୍ଚ ଜାରି ରହିଛି ଏବଂ ଜାତୀୟ ସୁରକ୍ଷା ସଂପର୍କିତ କାରଣ ରହିଛି।
ଜେଫ୍ରି ଏପଷ୍ଟାଇନ୍ ଜଣେ ଫାଇନେନ୍ସର ଓ ଦୋଷୀ ଯୌନ ଅପରାଧୀ ଥିଲେ, ତାଙ୍କର ଜେଲରେ ମୃତ୍ୟୁ ହୋଇଥିଲା। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୮ ନଭେମ୍ୱରରେ ଆଇନ ଉପରେ ଦସ୍ତଖତ କରି ଏପଷ୍ଟାଇନଙ୍କ ସହ ଜଡ଼ିତ ଡକ୍ୟୁମେଣ୍ଟ ଗୁଡ଼ିକୁ ୩୦ ଦିନ ଭିତରେ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବର୍ତ୍ତମାନ ସୁଦ୍ଧା ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋ ଆସିଛି –
- ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
- ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ
- ପପ୍ ଷ୍ଟାର ମାଇକେଲ ଜ୍ୟାକସନ
- ପ୍ରିନ୍ସ ଆଣ୍ଡ୍ରୟୁ ଓ ତାଙ୍କ ପତ୍ନୀ ସାରା ଫର୍ଗ୍ୟୁସନ
- ଆମେରିକୀୟ ହୋଷ୍ଟ ଓପ୍ରା ୱିନଫ୍ରି
- ହଲିଉଡ ଆକ୍ଟର କେଭିନ ସ୍ପେସି ଓ କ୍ରିସ ଟକର
- କୋଟିପତି ରିଚର୍ଡ ବ୍ରସନନ
ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଜାରି ହୋଇଛି ଡକ୍ୟୁମେଣ୍ଟ-
ଜେଫ୍ରି ଏପଷ୍ଟାଇନ୍ ଜଣେ ଯୌନ ଅପରାଧୀ ଥିଲେ , ତାଙ୍କର ଜେଲରେ ମୃତ୍ୟୁ ହୋଇଥିଲା। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୮ ନଭେମ୍ୱରରେ ଆଇନ ଉପରେ ଦସ୍ତଖତ କରି ଏପଷ୍ଟାଇନ୍ ସହ ଜଡ଼ିତ ସବୁ ଡକ୍ୟୁମେଣ୍ଟକୁ ୩୦ ଦିନ ଭିତରେ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯ ଡିସେମ୍ୱର ସୁଦ୍ଧା ୩୦ ଦିନର ସମୟ ସୀମା ପୂରା ହୋଇ ସାରିଛି। ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଆଉ ଆଗକୁ କେଉଁ ମାନଙ୍କ ନାଁର ପର୍ଦ୍ଦାଫାସ ହେଉଛି ,ଏହା ଉପରେ ସମସ୍ତଙ୍କ ନଜର ରହିଛି।