ନୂଆଦିଲ୍ଲୀ ୧୮/୦୨: ନିକଟରେ ସାର୍ବଜନୀନ ହୋଇଥିବା ଏପ୍‌ଷ୍ଟିନ ଫାଇଲ୍‌ର ଇମେଲ୍‌ରେ ଏକ ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆସିଛି । ଯୌନ ଅପରାଧୀ ଜେଫ୍‌ରି ଏପ୍‌ଷ୍ଟିନ୍‌ର ଏକ ବିଷାକ୍ତ ଉଦ୍ଭିଦ ପ୍ରତି ରୁଚି ବିଷୟରେ ଜଣାପଡ଼ିଛି । ‘ଟ୍ରମ୍ପେଟ୍‌ ପ୍ଲାଣ୍ଟ୍‌ସ’ ବା ଦୁଦୁରା ଗଛ ବିଷୟରେ ଇମେଲ୍‌ରେ ଉଲ୍ଲେଖ ହୋଇଥିଲା । କୋଲମ୍ବିଆରେ ଏହାର ଉପଯୋଗ ସମ୍ପର୍କରେ ଇମେଲ୍‌ରେ ଉଲ୍ଲେଖ ହୋଇଥିଲା । ଏହାର ପ୍ରଭାବରେ ବ୍ୟକ୍ତିକୁ ଯେକୌଣସି ସ୍ଥାନକୁ ନିଆଯାଇପାରେ । କାରଣ ଏହା ବ୍ୟକ୍ତିକୁ ଆଜ୍ଞାକାରୀ ଓ ଭ୍ରମିତ କରିପାରେ । ହିନ୍ଦୁ ପରମ୍ପରାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ଦୁଦୁରା ଫୁଲ ଅର୍ପଣ କରାଯାଏ ।

​​​​​​​

ଦୁଦୁରା ଗଛରୁ ସ୍କୋପୋଲାମିନ ନାମକ ଏକ ରସାୟନ ନିର୍ଗତ ହୁଏ, ଯାହା ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ସ୍ମୃତିଶକ୍ତିକୁ ଦୁର୍ବଳ କରି ବ୍ୟକ୍ତିକୁ ଭ୍ରମିତ ସ୍ଥିତିକୁ ଆଣିପାରେ । ସେଥିପାଇଁ କିଛି ବିଶେଷଜ୍ଞ ଏହାକୁ ‘ଜୋମ୍ବି ବ୍ରିଥ୍‌’ ମଧ୍ୟ କହନ୍ତି । ଏହି ଔଷଧ ଜରିଆରେ ଲୋକଙ୍କୁ ସହଜରେ ନିୟନ୍ତ୍ରଣ କରାଯାଇପାରେ । ଇମେଲ୍‌ରୁ ଜଣାପଡ଼ିଛି, ଏପ୍‌ଷ୍ଟିନ ଦୁଦୁରା ଗଛ ବିଷୟରେ ପଚରାଉଚରା କରୁଥିଲା । ଇମେଲ୍‌ରେ ୩ ଥର ଏହି ଗଛ କଥା ଉଠିଥିଲା । ପ୍ରଥମ ଇମେଲ୍‌ (ମାର୍ଚ୍ଚ ୩, ୨୦୧୪)ରେ ଏପ୍‌ଷ୍ଟିନ ଏନ୍‌ ରୋଡ୍ରିଗେଜ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଲେଖିଥିଲା, ନର୍ସରୀରେ ଲାଗିଥିବା ଟ୍ରମ୍ପେଟ୍‌ ଗଛ ବିଷୟରେ କ୍ରିସ୍‌ଙ୍କୁ ପଚାର । ଏଥିରୁ ସ୍ପଷ୍ଟ ହୁଏ ଯେ ଏପ୍‌ଷ୍ଟିନ ନିଜ ନର୍ସରୀରେ ଟ୍ରମ୍ପେଟ୍‌ ପ୍ଲାଣ୍ଟ୍‌ ଅର୍ଥାତ୍‌ ଦୁଦୁରା ଗଛ ଲଗାଇଥିଲା ।

୨୭ ଜାନୁଆରୀ, ୨୦୧୫ରେ ଫ୍ରାନ୍ସ ଫ୍ୟାଶନ ଫଟୋଗ୍ରାଫର୍‌ ଆଣ୍ଟୋନି ବେରଗ୍ଲାସ୍‌ଙ୍କ ତରଫରୁ ଏକ ଇମେଲ୍‌ ପଠାଯାଇଥିଲା । ଏଥିରେ ‘ଜୋମ୍ବି ଫ୍ଲାୱାର’ ବିଷୟରେ ଉଲ୍ଲେଖ ହୋଇଥିଲା, ଯାହା ଟ୍ରମ୍ପେଟ୍‌ ପ୍ଲାଣ୍ଟ୍‌ ଥିଲା । ଉକ୍ତ ମେସେଜ୍‌ର ଶୀର୍ଷକ ଥିଲା ‘ସ୍କୋପୋଲାମିନ: କୋଲମ୍ବିୟା ଜଙ୍ଗଲରେ ମିଳୁଥିବା ଏକ ଶକ୍ତିଶାଳୀ ଔଷଧ, ଯାହା ବ୍ୟକ୍ତିର ଚେତନା ଶକ୍ତିକୁ ନଷ୍ଟ କରିଦିଏ ।’ ୩ୟ ଇମେଲ୍‌ (୭ ଫେବ୍ରୁଆରୀ, ୨୦୨୨)ରେ କଥାବାର୍ତ୍ତା ସିଧା ଏପ୍‌ଷ୍ଟିନ ସହିତ ହୋଇନଥିଲା । ଗିଲେରମୋ ଫାରିନାସ ନାମଙ୍କ ବ୍ୟକ୍ତି ଜୁଆନ ଆଣ୍ଟୋନିୟୋ ଗୋନ୍‌ଜାଲେଜ୍‌ଙ୍କୁ ଇମେଲ୍‌ ପଠାଇଥିଲେ । ଏହାର କପି ଜୋସେଫ ମଞ୍ଜାରୋଙ୍କୁ ପଠାଯାଇଥିଲା । ତେବେ ଏମାନଙ୍କ ବିଷୟରେ ଅଦ୍ୟାବଧି ସୂଚନା ମିଳିନାହିଁ ।

ଆହୁରି ପଢ଼ନ୍ତୁ...ଏପଷ୍ଟିନଙ୍କ ଶିକାର ସାଜିଥିଲେ ଭାରତୀୟ ଯୁବତୀ, ପୀଡ଼ିତାଙ୍କୁ ଖୋଜି ଦିଆଯିବ କ୍ଷତିପୂରଣ ...ଆଶ୍ଚର୍ଯ୍ୟକର ଖୁଲାସା