ନୂଆଦିଲ୍ଲୀ : ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନଙ୍କ ସହ ଜଡ଼ିତ ଫାଇଲ୍ ଗୁଡ଼ିକରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟକର ଖୁଲାସା ହେଉଛି। ଏପଷ୍ଟିନ ଫାଇଲ ପୂରା ଦୁନିଆକୁ ଦୋହଲାଇ ଦେଇଛି। ଏବେ ଏଥିରେ ଏମିତି ଖୁଲାସା ହୋଇଛି, ଯେଉଁଥିରେ ଭାରତ ସ୍ତବ୍ଧ ହୋଇ ଯାଇଛି। ଆମେରିକୀୟ ନ୍ୟାୟ ବିଭାଗ ପକ୍ଷରୁ ଜାରି ଏପଷ୍ଟିନ ଫାଇଲ୍ ଗୁଡ଼ିକ ଆଉ ଏକ ସମ୍ୱେଦନଶୀଳ ଖୁଲାସା କରିଛି। ଏଥିରେ ଜଣେ ଭାରତୀୟ ଯୁବତୀ ଶିକାର ହେବା କଥା ସାମ୍ନାକୁ ଆସିଛି।
୬ ମାସ ପୂର୍ବେ ଲେଖା ଯାଇ ଥିବା ଇ-ମେଲରୁ ଜଣାପଡ଼ିଛି ଯେ, ଯୌନ ଅପରାଧୀ ଏପଷ୍ଟିନ ଜଣେ ଭାରତୀୟ ଯୁବତୀଙ୍କୁ ମଧ୍ୟ ଶିକାର କରାଯାଇ ଥିଲା, ଆମେରିକୀୟ ନ୍ୟାୟ ବିଭାଗର ଅଧିକାରୀ କ୍ଷତିପୂରଣ ଦେବା ପାଇଁ ଏହି ଯୁବତୀଙ୍କୁ ଖୋଜୁ ଥିଲେ। ହେଲେ ଏପଷ୍ଟିନଙ୍କ ଶିକାର ହୋଇଥିବା ଏହି ଯୁବତୀ କିଏ , ଏହାର ସୂଚନା ଏବେସୁଦ୍ଧା ଜଣାପଡ଼ି ନାହିଁ। ଇମେଲରେ ଯୁବତୀଙ୍କର ପ୍ରାଇଭେସିକୁ ଧ୍ୟାନରେ ରଖି ନାଁ ଲୁଚା ଯାଇଛି।
- ଆହୁରି ମଧ୍ୟ ପଢନ୍ତୁ : ଏପଷ୍ଟିନ ଫାଇଲ୍ସରେ ରୁଷୀୟ ରାଷ୍ଟ୍ରପତି, ୧୦୦୫ ଥର ଆସିଛି ପୁଟିନଙ୍କ ନାଁ ; ହୋଇଥିଲା ସାକ୍ଷାତ୍ ?
ଏପଷ୍ଟିନ ଫାଇଲରେ ଭାରତ ସହ ଜଡ଼ିତ କଣ୍ଟାକ୍ଟସ , ଇମେଲ ଓ ସାରା ବିଶ୍ୱର ଜଣାଶୁଣା ବ୍ୟକ୍ତିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଶିକାର ଲୋକଙ୍କ ମଧ୍ୟରେ ଜଣେ ଭାରତୀୟ ଯୁବତୀ ମଧ୍ୟ ଥିଲେ। ଏକ ଇମେଲ ମୁତାବିକ , ୟୁଏସ୍ ଅଧିକାରୀ ପୀଡ଼ିତଙ୍କ ଫଣ୍ଡରୁ କ୍ଷତିପୂରଣ ଦେବାକୁ ତାଙ୍କୁ ଖୋଜୁ ଥିଲେ। ଇମେଲ ପଠାଇଥିବା ଓ ପାଇଥିବା ବ୍ୟକ୍ତିଙ୍କ ନାଁ ହଟେଇ ଦିଆଯାଇଛି। ମେଲରେ ଯୁବତୀଙ୍କ ଠିକଣା ନେବା ପାଇଁ ଭାରତୀୟ ଦୂତାବାସ ସହ ସଂପର୍କ କରିବା କଥା ମଧ୍ୟ କୁହାଯାଇଛି।
ଇମେଲ କଣ ରହିଛି ?
ଇମେଲ୍ ୧୩ ଜାନୁଆରୀ , ୨୦୨୦ର, ଯାହାର ବିଷୟ ରହିଛି ‘ଏପଷ୍ଟିନ ଭିକ୍ଟିମ୍ସ’। ଇମେଲରେ ଫ୍ଲୋରିଡାରେ ପୀଡ଼ିତଙ୍କ ପାଇଁ ଥେରେପି ସେସନ ବିଷୟରେ କୁହାଯାଇଛି। ଏଥିରେ ଶେଷରେ ଲେଖାଯାଇଛି – ଭାରତରେ ରହୁଥିବା ମହିଳାଙ୍କ ବିଷୟରେ। ଯଦି ଆପଣ ମୋତେ ତାଙ୍କର ଠିକଣା ଓ କଣ୍ଟାକ୍ଟ ସୂଚନା ଦେଇ ପାରିବେ, ତ ମୁଁ ସେଠାରେ ଦୂତାବାସରେ ଆମର ସାଥିଙ୍କ ସହ କୋଅର୍ଡିନେଟ୍ କରିବି। ଯଦି ଆପଣଙ୍କ ଆଉ କୌଣସି ପ୍ରଶ୍ନ ଅଛି ତ ଦୟାକରି ମୋତେ କଲ୍ କରନ୍ତୁ।