ମୁମ୍ବାଇ,୧୪/୨ : ମୁମ୍ବାଇରେ କେତେକ ବଲିଉଡ଼ ସେଲିବ୍ରେଟ୍ସଙ୍କ ଯିବା ଆସିବା ପ୍ରାୟ ସମୟରେ ଲାଗି ରହିଥାଏ । ଏଭଳି ସ୍ଥଳେ କେତେକ ଛୋଟ ବଡ଼ ପ୍ରତ୍ୟେକ କଳାକାର ଏୟାରପୋର୍ଟରେ ସ୍ପଟ୍ ହୋଇଥାନ୍ତି । ଏହି ସମୟରେ ଏହି ସେଲିବ୍ରେଟିଙ୍କୁ ପ୍ରାୟ କୁଲ୍ ଅନ୍ଦାଜ୍ ଦେଖିବାକୁ ମିଳିଥାଏ। ନିକଟରେ ସୁନୀଲ ସେଟ୍ଟୀ ନିଜ ଦୁଇ ପିଲା ଆଥିୟା ଏବଂ ଅହାନଙ୍କ ସହ ଏୟାରପୋର୍ଟରେ ସ୍ପଟ୍ ହୋଇଛନ୍ତି । ସେହିଭଳି ଇଶା ଦେଓଲ ବି କୁଲ୍ ଲୁକରେ ଏୟାରପୋର୍ଟ ସ୍ପଟ୍ ହୋଇଛନ୍ତି ।
ନିକଟରେ ସୁନୀଲ ସେଟ୍ଟୀ ଏୟାରପୋର୍ଟରେ ନିଜ ଦୁଇ ପିଲା ଆଥିୟା ଶେଟ୍ଟୀ ଏବଂ ଅହାନ ଶେଟ୍ଟୀଙ୍କ ସହ ସ୍ପଟ୍ ହୋଇଛନ୍ତି । ଏହି ସମୟରେ ତିନି ଜଣ ସାଙ୍ଗ ହୋଇ ପୋଜ୍ ବି ଦେଇଛନ୍ତି । ଆଥିୟା ଶେଟ୍ଟୀ ଏହି ସମୟରେ ବହୁତ ସିମ୍ପଲ୍ ଲୁକରେ ନଜର ଆସିଛନ୍ତି । ସେ ପିଙ୍କ୍ କଲର୍ ଏକ କର୍ଟନର କୁର୍ତ୍ତା ସେଟ୍ ପିନ୍ଧିଥିଲେ । ଏହାସହ ଅଭିନେତ୍ରୀ ଗଗଲ୍ସ ପିନ୍ଧିଥିଲେ ଏବଂ ଚୁଟି ସିଲ୍କ ଥିଲା । ତାଙ୍କର ଏହି ସିମ୍ପଲ୍ ଲୁକ୍ ହୃଦୟ ଜିତି ନେଇଛି ଫ୍ୟାନ୍ସଙ୍କ ।
ଯାହା ବି ହେଉ ଦୁଇଟି ପିଲାଙ୍କ ଉପରେ ଆଜି ବି ବାପାଙ୍କ ଷ୍ଟାଇଲ୍ ଭାରି ପଡ଼ୁଛି । ସୁନୀଲ ଶେଟ୍ଟୀ ଏହି ସମୟରେ ସ୍କାୟ ବ୍ଲୁ ସାର୍ଟ ଏବଂ ଜିନ୍ସ ପିନ୍ଧିଥିବା ନଜର ଆସିଛନ୍ତି । ସେ ବ୍ଲାକ୍ ଗ୍ଲାସ୍ ପିନ୍ଧିଥିଲେ ଏବଂ ତାଙ୍କର ଏହି ଷ୍ଟାଇଲ୍ ଲୁକ୍ ବହୁତ କ୍ଲାସି ଲାଗୁଥିଲା । ସେହିଭଳି ‘ବର୍ଡ଼ର ୨’ଫେମ୍ ଅହାନ ଶେଟ୍ଟୀ ଏହି ସମୟରେ ଚେକ୍ସର ଟି ସାର୍ଟ ଏବଂ ଜିନ୍ସ ପିନ୍ଧିଥିଲେ । ସାର୍ଟକୁ ଓପନ୍ ରଖି ଅହାନ ହ୍ବାଇଟ୍ ଇନର୍ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ଷ୍ଟାଇଲିସ୍ ଲାଗୁଥିଲେ ।
କେବଳ ଶେଟ୍ଟୀ ଫ୍ୟାମିଲି ନୁହନ୍ତି ବରଂ ଏୟାରପୋର୍ଟରେ ଏହି ସମୟରେ ଇଶା ଦେଓଲ ବି ସ୍ପଟ୍ ହୋଇଥିଲେ । ଇଶାଙ୍କ ଏୟାରପୋର୍ଟ ଲୁକ୍ ଏତେ କୁଲ୍ ଏବଂ ଷ୍ଟାଇଲିଶ୍ ଥିଲା କି ଦେଖିବାରେ ଥିଲା । ଇଶା ଦେଓଲ ନିଜ ଏୟାରପୋର୍ଟ ଲୁକକୁ ନେଇ ଡେନିମ୍ ଜିନ୍ସ ସହ ହ୍ବାଇଟ୍ ଟପ୍ ପିନ୍ଧିଥିଲେ । ଚୁଟିକୁ ସେ ଖୋଲା ରଖିଥିଲେ ଏବଂ ଆଖିରେ କଳା ଚଶମା ଲଗାଇଥିଲେ ।