ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବୁମରାଙ୍କୁ ଖୋଲା ଚ୍ୟାଲେଞ୍ଜ, ଏମିତି କହିଲେ କଙ୍ଗାଲୁ ପ୍ଲେୟାର

Published By : Ankita S | November 15, 2024 9:44 AM

ନୂଆଦିଲ୍ଲୀ,୧୫/୧୧: ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପୂର୍ବରୁ ଯଶପ୍ରୀତ ବୁରମାଙ୍କୁ ଚ୍ୟାଲେଞ୍ଜ  କରିଛନ୍ତି ଅଷ୍ଟ୍ରେଲିଆ ଓପନର ଉସମାନ ଖାୱାଜ। ସେ କହିଛନ୍ତି ସମସ୍ତେ ଯଶପ୍ରୀତ ବୁମରାଙ୍କ ବିଷୟରେ କହୁଛନ୍ତି ଭାରତ ପାଖରେ ଆଉ ବି ଭଲ ବୋଲର ଅଛନ୍ତି । ମୁଁ ତାଙ୍କୁ ଚ୍ୟାଲେଞ୍ଜ ଦେଉଛି । ତାଙ୍କ ବଲରେ ମୁଁ ରନ କରିବି ।

ଫକ୍ସ କ୍ରିକେଟକୁ ସାକ୍ଷାତକାର ଦେଇ ବୁମରାଙ୍କ ବିପକ୍ଷରେ ଦଳର ରଣନୀତି କଣ ପ୍ରଶ୍ନର ଉତ୍ତରରେ କଙ୍ଗାରୁ ଦଳର ଓପନର ଉସମାନ ଖାୱାଜ କହିଛନ୍ତି, ଭାରତୀୟ କ୍ରିକେଟ ଦଳରେ ବହୁତ ଭଲ ଭଲ ବୋଲର ଅଛନ୍ତି । ମୁଁ ଭାବୁଛି ମହମ୍ମଦ ସିରାଜ ଜଣେ ଭଲ ବୋଲର । ମହମ୍ମଦ ସାମି ମଧ୍ୟ ଦମଦାର ବୋଲିଂ କରନ୍ତି । ସେମାନଙ୍କ ବିଷୟରେ କେହି କେବେ କିଛି କୁହନ୍ତି ନାହିଁ । ସମସ୍ତେ ବୁମରଙ୍କ କଥା କହୁଛନ୍ତି । ମୁଁ ତାଙ୍କ ବିପକ୍ଷରେ ରନ କରିବି । ତାଙ୍କ ବିଷୟରେ ମୁଁ ଆଦୌ ଭାବୁ ନାହିଁ । ତାଙ୍କ ବିପକ୍ଷରେ କେମିତି କେଉଁଠି ସଟ୍ ଖେଳିବେ ସେ କଥା ଭାବୁଛି । ସେ ଦ୍ରୁତ ବୋଲିଂ କରନ୍ତି ମୁଁ ତାର ସାମ୍ନା କରିବି ।

ନଭେମ୍ବର ୨୨ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବ । ଏ ନେଇ ଭାରତୀୟ ଦଳ ପର୍ଥରେ ପହଞ୍ଚି ନେଟ ପ୍ରାକ୍ଟିସ ଆରମ୍ଭ କରି ସାରିଛି । ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବିପକ୍ଷରେ ବିଶେଷ ରଣନୀତି ପ୍ରସ୍ତୁତ କରୁଛି କଂଙ୍ଗାରୁ ଦଳ । ଏଯାବତ ଉସମାନ ବୁମରାହଙ୍କ ୧୫୫ ବଲ ସାମ୍ନା କରି ୪୩ ରନ କରି ସାରିଛନ୍ତି । ଥରେ ବୁମରା ତାଙ୍କୁ ଆଉଟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.