ମୁମ୍ୱାଇ : ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ବୃହନମୁମ୍ୱାଇ ନଗର ନିଗମ (ବିଏମସି) ନିର୍ବାଚନକୁ ନେଇ ଗୁରୁତର ଅଭିଯୋଗ କରିଛନ୍ତି। ସେ ଭୋଟର ତାଲିକାରେ ବଡ଼ ଧରଣର ଅନିୟମିତତା, ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ) ରେ ଖରାପ ଓ ଆଚରଣ ସଂହିତାର ଉଲ୍ଲଂଘନ ନେଇ ଦାବି କରିଛନ୍ତି। ରେଜଲ୍ଟ ଦିନ ଏକ ପ୍ରେସ୍ କନଫରେନ୍ସକୁ ସମ୍ୱୋଧିତ କରି ରାଉତ କହିଛନ୍ତି - ମୁମ୍ୱାଇରେ ଦେଖିବାକୁ ମିଳିଥିବା ଭୋଟିଂ ପ୍ୟାଟର୍ନ ଏକ ଗୁରୁତର ମାମଲା। ସେ ଅଭିଯୋଗ କରିଛନ୍ତି ଯେ, ସେହି ଅଞ୍ଚଳରେ ଭୋଟର ତାଲିକାରୁ ହଜାର ହଜାର ଭୋଟରଙ୍କ ନାଁ ଗାଏବ ଥିଲା, ଯେଉଁଠି ଶିବସେନା (ୟୁବିଟି), ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ଓ କଂଗ୍ରେସକୁ ପାରମ୍ପରିକ ରୂପେ ମଜବୁତ୍ ସମର୍ଥନ ମିଳିଥାଏ।
କହି ରଖୁଛୁ ଯେ- ବିଏମସି ନିର୍ବାଚନରେ ବିଜେପି ଗଠବନ୍ଧନର ବଡ଼ ବିଜୟ ହୋଇ ଥିଲା। ସେପଟେ, ତିନି ଦଶନ୍ଧି ପରେ ଦେଶର ସବୁଠୁ ଧନୀ ନଗର ନିଗମରୁ ଶିବସେନା ୟୁବିଟି ବାହାରି ଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ମହାରାଷ୍ଟ୍ର ପୌର ନିର୍ବାଚନ; ମୁମ୍ୱାଇରେ ଠାକରେ ବ୍ରଦର୍ସଙ୍କ ଗେମ୍ ଓଭର, ପ୍ରଥମ ଥର ବିଏମ୍ସିରେ ବିଜେପିକୁ ବହୁମତ
ରାଉତ ଅଭିଯୋଗ କରିଛନ୍ତି - ହଜାର ହଜାର ଲୋକଙ୍କ ନାମ, ଯିଏକି ବିଧାନସଭା ନିର୍ବାଚନରେ ମଧ୍ୟ ଭୋଟ ଦେଇଥିଲେ, ଭୋଟର ତାଲିକାରୁ ଗାଏବ ଅଛନ୍ତି। ଏହା ବିଶେଷ ଭାବେ ସେହି ଅଞ୍ଚଳରେ ହେଉଛି , ଯେଉଁଠି ଶିବସେନା (ୟୁବିଟି) , ଏମଏନଏସ କିମ୍ୱା କଂଗ୍ରେସର ଭୋଟ୍ ଅଧିକ ଅଛି। ରାଉତ ଏହା ମଧ୍ୟ ଦାବି କରିଛନ୍ତି ଯେ, ଅନେକ ପୋଲିଂ ବୁଥ୍ରେ ଇଭିଏମ୍ ଖରାପ ଥିଲା। ସେ କହିଛନ୍ତି , ଯେଉଁଠି ଏନସିପି ପାଇଁ ଭୋଟ୍ ବଟନ ଦବା ଗଲା , ସେଠାରେ ବିଜେପିର ଲାଇଟ୍ ଜଳିଲା । ଶିବ ସେନା (ୟୁବିଟି)ର ଜଳନ୍ତା ମଶାଲର ଚିହ୍ନ ଓ ଏମଏନଏସର ଇଞ୍ଜିନ ଚିହ୍ନ ସହ ମଧ୍ୟ ଏମିତି ହୋଇଛି। ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କୁ ବାରମ୍ୱାର ଅଭିଯୋଗ କରାଗଲା , କିନ୍ତୁ କୌଣସି ଶୁଣାଣି ହେଲା ନାହିଁ।
ବରିଷ୍ଠ ବିଜେପି ନେତା ଓ ମୁମ୍ୱାଇ ମ୍ୟୁନିସିପାଲ କମିଶନର ଭୂଷଣ ଗାଗରାନୀଙ୍କ ମିଟିଂରେ ପ୍ରଶ୍ନ ଉଠାଇ ରାଉତ୍ ମଡେଲ କୋଡ୍ ଅଫ୍ କଣ୍ଟକ୍ଟର ଉଲ୍ଲଂଘନର ଅଭିଯୋଗ କରିଛି। ସେ କହିଛନ୍ତି- କାଲି ସନ୍ଧ୍ୟା ସମୟ ପାଖାପାଖି ୬ଟାରେ , ସିନିୟର ବିଜେପି ନେତା ଓ ମୁମ୍ୱାଇ ମ୍ୟୁନିସପାଲ କମିଶନରଙ୍କ ମଧ୍ୟରେ ଏକ ମିଟିଂ ହୋଇଥିଲା । କାହିଁକି ? ଆଚରଣ ସଂହିତା ଏବେ ବି ଲାଗୁ ଅଛି। ଆପଣ କମିଶନରଙ୍କ ସହ ୧.୫ ଘଣ୍ଟା ବସିଲେ ଏବଂ କଣ ସ୍ଥିର କଲେ ? ଆପଣ କଣ ଆଜିର ରେଜଲ୍ଟ ପୂର୍ବରୁ ସ୍ଥିର କରିନେଇ ଥିଲେ ?
ରାଉତ ଏଗଜିଟ୍ ପୋଲ୍ ସମୟରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ , ଏହି ଦାବି କରି ଯେ, ତାଙ୍କୁ ଅଫିସିଆଲି ଭୋଟିଂ ପ୍ରତିଶତ ଘୋଷିତ ହେବା ପୂର୍ବରୁ ହିଁ ଜାରି କରାଯାଇ ଥିଲା। ସେ କହିଥିଲେ , ଭୋଟିଂ ପ୍ରତିଶତ ଆସିବା ପୂର୍ବରୁ ହିଁ ଏଗଜିଟ୍ ପୋଲ ଆସିଗଲା। ଏହା କଣ ? କିଛି ସ୍ଥାନରେ ଭୋଟିଂ ଏବେ ବି ଚାଲୁ ଥିଲା , କିନ୍ତୁ ବିଜେପି ସହ ଜଡ଼ିତ ଆଉଟଲେଟ୍ସ ସେଗୁଡ଼ିକୁ ଗୋଟି ଗୋଟି କରି ଜାରି କରିବା ଆରମ୍ଭ କରି ଦେଇଛି। ବିଜେପି ନେତାମାନେ ନିଜର ବିଜୟର ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛି। ଏହା କୌଣସି ପ୍ରକାରର ଗଣତନ୍ତ୍ର ?
ଗୁରୁବାର ଏହା ପୂର୍ବରୁ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶିବସେନା (ୟୁବିଟି) ପ୍ରମୁଖ ଉଦ୍ଧବ ଠାକରେ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ୨୦୨୬କୁ ନେଇ ଚିନ୍ତା ବ୍ୟକ୍ତି କରିଥିଲେ ,ଯେଉଁଥିରେ ଭୋଟର ତାଲିକା, ଲିଭୁ ଥିବା ସ୍ୟାହି ଓ ପୁରୁଣା ଇଭିଏମ୍ ମେସିନ୍ ସହ ଜଡ଼ିତ ସମସ୍ୟାର ଉଲ୍ଲେଖ କରିଥିଲେ।