ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସରେ ଯୋଗ ଦେବେ ଦୁଇ ପୂର୍ବତନ ବିଧାୟକ

କେନ୍ଦୁଝର,୨୨/୦୩: ଦୁଇ ଜଣ ପୂର୍ବତନ ଏମ୍‌ପି ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ପୁଣି ୨ ଜଣ ପୂର୍ବତନ ବିଧାୟକ କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି । ଏହି ଦୁଇ ଜଣ ହେଲେ କେନ୍ଦୁଝର ସଦର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାଏକ ଓ  ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ ।  

ଇଂ ସୁବର୍ଣ୍ଣ ନାଏକ ୨୦୦୯ରେ ଇଞ୍ଜିନିୟରିଂ ଚାକିରି ଛାଡି ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସୁବର୍ଣ୍ଣଙ୍କ ପତ୍ନୀ ପ୍ରତିଭା ମଞ୍ଜରୀ ମଧ୍ୟ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ହେବା ସହିତ ପରବର୍ତ୍ତୀ ସମୟରେ ଜିଲ୍ଲା  ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ ।  ୨୦୧୪ କିମ୍ବା ୨୦୧୯ରେ ବିଜେଡିରୁ ଟିକଟ୍‌ ଆବେଦନ  କରିଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରାଯାଇନଥିଲା । ଗତ ନିର୍ବାଚନରେ ସୁବର୍ଣ୍ଣ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାରୁ ଭୋଟ ବିଭାଜନ ଯୋଗୁ ବିଜେଡି ପ୍ରାର୍ଥୀ ମାତ୍ର ୧୨  ଶହ ଭୋଟରେ ପରାଜିତ ହୋଇଥିଲେ । ଏଥର ମଧ୍ୟ ସୁବର୍ଣ୍ଣଙ୍କୁ ଟିକଟ୍‌ ମିଳୁନଥିବାରୁ ସେ ପତ୍ନୀଙ୍କ ସହିତ ମିଶି କଂଗ୍ରେସରେ ଯୋଗଦେବେ । କେନ୍ଦୁଝର ଆସନରୁ ପ୍ରତିଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ସୂଚନା ମିଳିଛି । ବ୍ୟକ୍ତିଗତ ଭାବେ ସୁବର୍ଣ୍ଣଙ୍କ ନିଜସ୍ୱ ଭୋଟବ୍ୟାଙ୍କ  ଏବେ ବି ନିର୍ବାଚନମଣ୍ଡଳୀରେ ରହିଛି ।   

୧୯୮୫  ମସିହାରେ ତେଲକୋଇ ଆସନରୁ କଂଗ୍ରେସ ପ୍ରାର୍ଥୀ  ଭାବେ ବିଜୟୀ ହୋଇଥିବା ପ୍ରାଣବଲ୍ଲଭ ନାଏକ ୨୦୧୯  ମସିହାରେ ବିଜେଡିରେ ଯୋଗ ଦେଇଥିଲେ । ୫ ବର୍ଷ  ଧରି ବିଜେଡିରେ ରହିବା ପରେ ପରେ ପ୍ରାଣବଲ୍ଲଭ  କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.